ଆଗକୁ ଅନେକ ଆହ୍ୱାନ, ଏବେ ଖୁସି ହେବାର ସମୟ ନୁହେଁ: ମନମୋହନ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

ଆଗକୁ ଅନେକ ଆହ୍ୱାନ, ଏବେ ଖୁସି ହେବାର ସମୟ ନୁହେଁ: ମନମୋହନ ସିଂହ

ନୂଆଦିଲ୍ଲୀ: ଆଗକୁ ଦେଶ ପାଇଁ ଅଧିକ ଆହ୍ୱାନ ରହିଛି। ସରକାରଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଏବେ ଖୁସି କିମ୍ବା ଆନନ୍ଦ ହେବାର ସମୟ ନୁହେଁ, ବରଂ ଆଗାମୀ ଦିନରେ ଆସିବାକୁ ଥିବା ଆହ୍ୱାନକୁ କିଭଳି ସାମ୍ନା କରାଯାଇପାରିବ ସେ ନେଇ ଆତ୍ମଚିନ୍ତନ କରିବା ଆବଶ୍ୟକ। ୧୯୯୧ ଅପେକ୍ଷା ଆହ୍ୱାନ ଏବେ ଅଧିକ ରହିଛ। ତେଣୁ ଗୋଟିଏ ଦେଶ ଭାବରେ ସରକାରଙ୍କ ଦାୟିତ୍ୱ ରହିଛି ପ୍ରତ୍ୟେକ ଭାରତୀୟଙ୍କୁ କିଭଳି ସୁସ୍ଥ ରହିପାରିବେ ଏବଂ ସମ୍ମାନଜନକ ଜୀବନ ବଞ୍ଚି ପାରିବେ। ଏବେ ଏହାର ରୋଡ୍ ମ୍ୟାପ ତିଆରି କରିବାର ସମୟ ଆସିଯାଇଛି।

୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ମନମୋହନ ସିଂ ଥିଲେ। ଏହା ପୂର୍ବରୁ ୧୯୯୧ରେ ପିଭି ନରସିମହା ରାଓଙ୍କ ସରକାରରେ ମନମୋହନ ଅର୍ଥମନ୍ତ୍ରୀ ଥିଲେ। ୨୪ ଜୁଲାଇ ୧୯୯୧ରେ ସେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ଦେଶରେ ଅର୍ଥନୀତିକ ଉଦାରୀକରଣର ମୂଳଦୁଆ ବୋଲି ବିବେଚନା କରାଯାଏ। ଏହି ଐତିହାସିକ ବଜେଟର ୩୦ ବର୍ଷ ପୂରଣ ଅବସରରେ ମନମୋହନ ସିଂ ଶୁକ୍ରବାର ଦେଶର ଅର୍ଥନୀତି ପ୍ରସଙ୍ଗରେ ମତ ରଖିଛନ୍ତି।

ମନମୋହନ ସିଂ କହିଛନ୍ତି ଯେ କରୋନା ପାଇଁ ଅନେକ କ୍ଷତି ଘଟିଛି। ଲୋକେ ରୋଜଗାର ହରାଇଛନ୍ତି, ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ତେଣୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବେକାରୀ ଦେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି।

୩୦ ବର୍ଷ ପୂର୍ବେ କଂଗ୍ରେସ ଭାରତର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆରମ୍ଭ କରିଥିଲା। ଦେଶର ଅର୍ଥନୀତିକ ନୀତି ପାଇଁ ଦଳ ଏକ ନୂଆ ରାସ୍ତା ପ୍ରସ୍ତୁତ କରିଥିଲା। ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ସରକାର ଆସିଛନ୍ତି। ଏହାକୁ ଅନୁସରଣ ମଧ୍ୟ କରିଛନ୍ତି। ତେଣୁ ଆଜି ଆମେ ବିଶ୍ୱର ବୃହତ୍ତମ ଅର୍ଥନୀତି ମଧ୍ୟରେ ଗଣିତ ହୋଇପାରିଛୁ ବୋଲି ସେ କହିଛନ୍ତି। ତିନି ଦଶନ୍ଧି ମଧ୍ୟରେ ପ୍ରାୟ ୩୦ କୋଟି ଭାରତୀୟ ନାଗରିକ ଦାରିଦ୍ର୍ୟରୁ ବାହାରକୁ ଆସିଥିଲେ ଏବଂ ଏହି ସମୟ ମଧ୍ୟରେ କୋଟି କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି।

୧୯୯୧ରେ ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନ ବେଳେ ଡକ୍ଟର ଭିକ୍ଟର ହ୍ୟୁଗୋ (ଫରାସୀ କବି)ଙ୍କ ଏକ ବିବୃତ୍ତିକୁ ମନେ ପକାଇ ଏବେ କହିଛନ୍ତି, ‘ ଯେଉଁ ଚିନ୍ତାଧାରାର ସମୟ ଆସିଯାଇଛି ତାହାକୁ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବ ନାହିଁ। ୩୦ ବର୍ଷ ପରେ, ଗୋଟିଏ ରାଷ୍ଟ୍ର ଭାବରେ, ଆମକୁ ରୋବର୍ଟ ଫ୍ରଷ୍ଟ (ଆମେରିକାର କବି) ଙ୍କ ସେହି କବିତାକୁ ମନେ ରଖିବାକୁ ପଡିବ ଯେ ଆମେ ଲକ୍ଷ୍ୟ ପୂରଣ କରିବା ପରେ ମାଇଲ୍ ଯାତ୍ରା କରିବାକୁ ହେବ। ଏହାପରେ ଆମେ ଆଶ୍ୱସ୍ତ ହେବା ଉଚିତ ବୋଲି ମନମୋହନ କହିଛନ୍ତି।

The post ଆଗକୁ ଅନେକ ଆହ୍ୱାନ, ଏବେ ଖୁସି ହେବାର ସମୟ ନୁହେଁ: ମନମୋହନ ସିଂହ appeared first on Odisha Reporter.



from Odisha Reporter https://ift.tt/3iNLdXQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages