୧୩ ଜୁଲାଇ, ମଙ୍ଗଳବାର: ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

୧୩ ଜୁଲାଇ, ମଙ୍ଗଳବାର: ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ

ମେଷ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ।

ମିଥୁନ: କର୍ମକ୍ଷେତ୍ରରେ ଦିନଟି ବେଶ୍ ଭଲ ରହିବ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ।

କର୍କଟ: ଆତ୍ମବିଶ୍ୱାସ ହ୍ରାସ ପାଇବ। ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ। ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ।

ସିଂହ: ଘର ପାଇଁ କିଛି ଜିନିଷ କିଣି ପାରନ୍ତି। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହୋଇଯିବ।

କନ୍ୟା: ସନ୍ତାନଙ୍କୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ରହିବେ। ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ବହୁଦିନର ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଚିନ୍ତା କରୁଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଅସୁସ୍ଥ ଅନୁଭବ କରିବେ।

ବିଛା: କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶ ଅନ୍ୟମାନଙ୍କ କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

ଧନୁ: ଧନ ଲାଭ ହେବ। ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହେବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ସହଜରେ ସବୁ କାମ ହୋଇ ନପାରେ। ଗାଡ଼ିରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତି ବଡ଼ ଡିଲ୍ କରିପାରନ୍ତି। ବକେୟା ଅର୍ଥକୁ ନେଇ ବିବାଦ ହୋଇପାରେ।

ମୀନ: ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅଶାନ୍ତି ଓ ବିବାଦ ଦେଖାଦେବ।

The post ୧୩ ଜୁଲାଇ, ମଙ୍ଗଳବାର: ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ appeared first on Odisha Reporter.



from Odisha Reporter https://ift.tt/3B5GEAv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages