ଘର ତିଆରି କଲା ବେଳେ ସାଧାରଣତଃ ଲୋକେ ବାସ୍ତୁ ବିଶାରଦ ମାନଙ୍କ ପରାମର୍ଶ ନେଇଥା’ନ୍ତି। ଘରର ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିଲେ ଭଲ ହେବ, କେଉଁ ରୁମ୍ କେଉଁ ଦିଗରେ ରହିବା ଉଚିତ୍, ଏପରିକି ଘରର କାନ୍ଥରେ କେଉଁ ରଙ୍ଗ ମରାଯିବ- ଏସବୁ ସଂପର୍କରେ ଲୋକେ ବାସ୍ତୁ ବିଶାରଦଙ୍କ ପରାମର୍ଶ ନେଇଥା’ନ୍ତି। ସେହିପରି ଘରର ଏକ ପ୍ରମୁଖ ଅଂଶ ହେଉଛି ଶିଡ଼ି। ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଘରର ଯେଉଁଠି ମନ ସେଇଠି ତିଆରି କରି ହେବ ନାହିଁ। ଏମିତି କଲେ ଘରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ। ତା’ହେଲେ ଆସନ୍ତୁ ଜାଣିବା, ଘରେ ଶିଡ଼ି ଭୁଲ୍ ସ୍ଥାନରେ ରହିଲେ କେଉଁ ସବୁ ସମସ୍ୟା ସୃଷ୍ଟି ହୋଇଥାଏ।
- ଘରର ଐଶାନ୍ୟ କୋଣରେ ଶିଡ଼ି ରହିଲେ ମେରୁଦଣ୍ଡ ଜନିତ ସମସ୍ୟା ଦେଖା ଦେଇଥାଏ।
- ବ୍ରହ୍ମସ୍ଥାନରେ ଶିଡ଼ି ରହିଲେ ହୃତ୍ପିଣ୍ଡ ସହିତ କିଡ୍ନୀ ଓ ଲିଭରରେ ସମସ୍ୟା ଦେଖା ଦେଇପାରେ।
- ଶିଡ଼ି ତଳେ ପାଇଖାନ ଥିଲେ କୌଣସି ମାରାତ୍ମକ ରୋଗ ହୋଇପାରେ।
- ଘରର ପୂର୍ବ ଦିଗରେ ଶିଡ଼ି ରହିଲେ ଉଚ୍ଚ ରକ୍ତଚାପ ସମସ୍ୟା ସହିତ ମାନସିକ ଅଶାନ୍ତି ଦେଖା ଦେଇପାରେ।
- ଅଗ୍ନି କୋଣରେ ଶିଡ଼ି ରହିଲେ ଆର୍ଥିକ ସ୍ଥିତି ଖରାପ ହୁଏ ଓ ସମ୍ପର୍କରେ ସମସ୍ୟା ଦେଖାଦିଏ।
- ଘରେ ଭୁଲ ସ୍ଥାନରେ ଏକାଧିକ ଶିଡ଼ି ରହିଲେ ପରିବାର ଲୋକ ଏକାଠି ହୋଇ ରହିପାରନ୍ତି ନାହିଁ।
ଶିଡ଼ି କେଉଁ ଦିଗରେ ରହିବା ଉଚିତ୍?
- ଶିଡ଼ିକୁ ସଦାସର୍ବଦା ଦକ୍ଷିଣ ଦିଗ, ପଶ୍ଚିମ ଦିଗ, ନୈଋତ୍ୟ କୋଣ, କିମ୍ବା ବାୟୁକୋଣରେ କରିବା ଉଚିତ୍।
- ସେହିପରି ଶିଡ଼ିର ପାହାଚ ସଂଖ୍ୟା ସଦା ବେଳେ ୧୭,୧୯,୨୧ ବା ଏହିଭଳି ଅଯୁଗ୍ମ ସଂଖ୍ୟା ବିଶିଷ୍ଟ ହେବା ଉଚିତ୍।
The post ଭୁଲ ସ୍ଥାନରେ ଶିଡ଼ି ଥିଲେ କି ସମସ୍ୟା ହୁଏ appeared first on Odisha Reporter.
from Odisha Reporter https://ift.tt/3C39TEj
No comments:
Post a Comment