ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ସୁପର ହେଭି (+୯୧କେଜି) କ୍ୱାର୍ଟର ଫାଇନାଲ୍ରେ ହାରିଗଲେ ସତୀଶ କୁମାର। ସେ ଉଜ୍ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତିନୋଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର।
ଡାକ୍ତରଙ୍କ ଠାରୁ ଅନୁମତି ମିଳିବା ପରେ ଆଜି ସତୀଶ କ୍ୱାର୍ଟର ଫାଇନାଲ୍ ଖେଳିଥିଲେ। କାରଣ ପ୍ରି-କ୍ୱାର୍ଟର ଫାଇନାଲ୍ରେ ତାଙ୍କ ଡାହାଣ ଆଖି ଉପରେ ଆଘାତ ଲାଗିଥିଲା ଓ ୭ଟି ଷ୍ଟିଚ୍ ପଡ଼ିଥିଲା। ପ୍ରି-କ୍ୱାର୍ଟର ଫାଇନାଲ୍ରେ ସେ ଜାମାଇକାର ରିକାର୍ଡୋ ବ୍ରାଉନ୍ଙ୍କୁ ପରାସ୍ତ କରିଥିଲେ।
ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ସୁପର ହେଭିୱେଟ୍ (+୯୧କେଜି) ବର୍ଗରେ ଭାଗ ନେବାରେ ସତୀଶ ହେଉଛନ୍ତି ପ୍ରଥମ ଭାରତୀୟ ବକ୍ସର। ଏହା ତାଙ୍କର ପ୍ରଥମ ଅଲିମ୍ପିକ୍ସ ଥିଲା।
The post କ୍ୱାର୍ଟର ଫାଇନାଲ୍ରେ ହାରିଗଲେ ସତୀଶ appeared first on Odisha Reporter.
from Odisha Reporter https://ift.tt/2V1RRlr
No comments:
Post a Comment