‘ରାଜ୍‌ଙ୍କ ବଙ୍ଗଳାରେ ହୋଇଥିଲା ରେପ୍‌, ନ୍ୟୁଡ୍‌ ସିନ୍‌ ପାଇଁ ବି କରାଯାଉଥିଲା ବାଧ୍ୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

‘ରାଜ୍‌ଙ୍କ ବଙ୍ଗଳାରେ ହୋଇଥିଲା ରେପ୍‌, ନ୍ୟୁଡ୍‌ ସିନ୍‌ ପାଇଁ ବି କରାଯାଉଥିଲା ବାଧ୍ୟ’

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲରେ ଫସି ରାଜ କୁନ୍ଦ୍ରା ଜେଲ୍‌ରେ ଯିବା ପରେ ଚର୍ଚ୍ଚାକୁ ଆସିଛି ମଡ ଆଇଲ୍ୟାଣ୍ଡସ୍ଥିତ ତାଙ୍କ ବଙ୍ଗଳା। ଏହି ବଙ୍ଗଳାରେ ହିଁ ଅଶ୍ଳୀଳ ଫିଲ୍ମର ସୁଟିଂ ଚାଲୁଥିବା ବେଳେ ଏଥିନିମନ୍ତେ ଯୁବତୀମାନଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହେଉଥିଲା।  କାମ ବାହାନାରେ ଏହି ବଙ୍ଗଳାକୁ ଯାଇ କିପରି ନିର୍ଯାତନାର ଶିକାର ହୋଇଛନ୍ତି ତାହା ମୁମ୍ବାଇ ପୁଲିସ୍‌ ସମ୍ମୁଖରେ ବଖାଣିଛନ୍ତି ୨ ଯୁବତୀ।

ସେମାନଙ୍କୁ ନ୍ୟୁଡ୍‌ ସିନ୍‌ ଦେବାକୁ ବାଧ୍ୟ କରାଯିବା  ସହ ବଳାତ୍କାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ଏହି ୨ ଯୁବତୀ। ଗହନା ବଶିଷ୍ଟ ଓ  ରୋବା ଖାନ ଯୁବତୀମାନଙ୍କୁ ଡରାଇ, ଧମକାଇ ଏପରି କାମ କରାଉଥିବା ସେମାନେ ସିଧା ସିଧା କହିଛନ୍ତି। ରାଜ କୁନ୍ଦ୍ରା ଜେଲ୍‌ ଯିବା ପରେ ତାଙ୍କ  ସପକ୍ଷରେ ମୁହଁ ଖୋଲୁଥିବା ଗହନା, ରୋବା ଏବେ ପୁଲିସ୍‌ ଟାର୍ଗେଟକୁ ଆସି ଯାଇଛନ୍ତି।

ରାଜ କୁନ୍ଦ୍ରା ।

ପ୍ରଥମ ପୀଡ଼ିତା ଯୁବତୀ ଦେଇଥିବା ବୟାନ ଅନୁଯାୟୀ, ରୋବାଙ୍କ ସଂସ୍ପର୍ଶରେ ଆସିବା ପରେ ମଡ ଆଇଲ୍ୟାଣ୍ଡସ୍ଥିତ ଏକ ବଙ୍ଗଳାକୁ ସୁଟିଂ ପାଇଁ ଯାଇଥିଲେ।   ଗତ ଫେବୃୟାରୀ ୨ ତାରିଖରେ ତାଙ୍କୁ ଉକ୍ତ ବଙ୍ଗଳାକୁ ନିଆଯାଇଥିଲା। ସେଠାରେ ରୋବା ୨୫ ହଜାରର ଅଫର ଦେଇ ଏକ ସ୍କ୍ରିପ୍ଟ ହାତରେ ଧରାଇଦେଲେ। ସ୍କ୍ରିପ୍ଟ ମୁତାବକ ବୋଲ୍ଡ ଡ୍ରେସ ପିନ୍ଧିବାକୁ କୁହାଯିବାରୁ ପୀଡ଼ିତାଜଣକ ମନା କରିଥିଲେ।   ମାତ୍ର ବଡ଼ ଫିଲ୍ମରେ ଲିଡ ରୋଲ ପାଇବାକୁ ଏପରି କାମ କରିବାକୁ ପଡ଼ିଥାଏ ବୋଲି କହି ରୋବା ଧମକାଇଥିଲେ। ଏହାପରେ ଅଧା ଫିଲ୍ମ ସୁଟିଂ ହେବା ପରେ ନ୍ୟୁଡ ସିନ୍‌ ଦେବାକୁ କୁହାଯାଇଥିଲା। ମାତ୍ର ମନା କରିବାରୁ ସୁଟ୍‌ ନ କଲେ ମିଛ ମାମଲାରେ ଫସାଇବା ସହ କ୍ଷତି ହୋଇଥିବା ଟଙ୍କା ଭରଣା କରିବାକୁ ପଡ଼ିବ ବୋଲି କହିଥିଲେ। ତେଣୁ ଚାପର ବଶବର୍ତ୍ତୀ ହୋଇ ନ୍ୟୁଡ ସିନ୍‌ ଦେଇଥିଲି ବୋଲି ପୀଡ଼ିତାଜଣକ ପୁଲିସ୍‌ ସମ୍ମୁଖରେ କହିଛନ୍ତି।

ସେହିପରି ଅନ୍ୟ ଜଣେ ପୀଡ଼ିତା ଗହନାଙ୍କ ନାମରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ୱେବ ସିରିଜ ସୁଟିଂ ନାଁରେ ତାଙ୍କୁ ମଡ ଆଇଲ୍ୟାଣ୍ଡସ୍ଥିତ ବଙ୍ଗଳାକୁ ନିଆଯାଇଥିଲା। ସେଠାରେ ତାଙ୍କର ଗହନାଙ୍କ ସହ ଭେଟ ହୋଇଥିବା ବେଳେ ୧୦ ହଜାର ଟଙ୍କା ଯଚା ଯାଇଥିଲା।    ସୁଟିଂ ମଝିରେ ତାଙ୍କୁ ଜବରଦସ୍ତି ଏକ ରୁମ୍‌କୁ ନିଆଯାଇ ୩ ଜଣ  ବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ଏହାପରେ ଗହନା ତାଙ୍କୁ ନୂଆ ଡ୍ରେସ୍‌ ପିନ୍ଧିବାକୁ ଦେବା ସହ ସୁଟିଂକୁ ଯିବାକୁ କହିଥିଲେ।

ଅଭିନେତ୍ରୀ ଗହନା ବଶିଷ୍ଟ।

ମାତ୍ର ପୀଡ଼ିତାଜଣକ ଅରାଜି ହେବାରୁ ଶୁଟିଂ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ଏହାକୁ ଛାଡ଼ିକି ଯିବାକୁ ଚାହିଁଲେ ସବୁ କ୍ଷତି ଭରଣା କରିବାକୁ ପଡ଼ିବ ବୋଲି କହିଥିଲେ। ଟଙ୍କା ନ ଥିବାରୁ ପୁଣି ଥରେ ସୁଟିଂ କରିବାକୁ ରାଜି ହୋଇଥିଲି। ଏହାପରେ ସେଠାରେ ଥିବା ପୁଣି ଜଣେ ଯୁବକ ମୋ ସହ ଜବରଦସ୍ତି କରି ଶାରୀରିକ ସମ୍ପର୍କ ରଖିଥିଲେ। ଏ ବିଷୟରେ ବାହାରେ କାହାକୁ କିଛି ନ କହିବାକୁ ଧମକ ବି ଦିଆଯାଇଥିଲା ବୋଲି ପୀଡ଼ିତାଜଣକ ପୁଲିସ୍‌ ସମ୍ମୁଖରେ କହିଛନ୍ତି।

ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଜେଲ୍‌ରେ ଥିବା ବେଳେ ପୁଲିସ୍‌ ଗହନା ଓ ରୋବାଙ୍କ ବିରୋଧରେ କି ପଦକ୍ଷେପ ନେଉଛି ତାହା ଆଗକୁ ଜଣାପଡ଼ିବ।

The post ‘ରାଜ୍‌ଙ୍କ ବଙ୍ଗଳାରେ ହୋଇଥିଲା ରେପ୍‌, ନ୍ୟୁଡ୍‌ ସିନ୍‌ ପାଇଁ ବି କରାଯାଉଥିଲା ବାଧ୍ୟ’ appeared first on Odisha Reporter.



from Odisha Reporter https://ift.tt/3rI64Q2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages