ପୁଲିସ୍‌ଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ହାଇଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ପୁଲିସ୍‌ଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ହାଇଦର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ହାଇଦର ପୁଲିସ୍‌ ଠାରୁ ଛଡ଼ାଇ ନେଇଥିଲା ଏକେ-୪୭ ବନ୍ଧୁକ। ସେଥିପାଇଁ ତା’ ଉପରକୁ ପୁଲିସ୍ ଚଳାଇଥିଲା ଗୁଳି। ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସଂପର୍କରେ ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫ୍‌ଆଇଆର୍‌ରେ ଏହା ଦର୍ଶାଯାଇଛି। ହାଇଦରକୁ ଏସ୍‌କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏହି ଏଫ୍‌ଆଇଆର୍‌ ଦେଇଛନ୍ତି। ସେଦିନ ଘଟିଥିବା ଏନ୍‌କାଉଣ୍ଟର ସଂପର୍କରେ ଟିକନିଖ୍ କରି ନିଜ ଏଫ୍ଆଇଆର୍ କପିରେ ଉଲ୍ଲେଖ କରିଛନ୍ତି ଗଙ୍ଗାଧର। ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇବା ଲାଗି ବାଧ୍ୟ ହୋଇ ହାଇଦର ଉପରକୁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ସେ ଏତଲାରେ ଦର୍ଶାଇଛନ୍ତି ।

ଏତଲା ଅନୁଯାୟୀ, ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍ ସ୍ଥାନାନ୍ତର ପାଇଁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ହାଇଦରକୁ ଧରି  ୧୨ଟା ୪୦ରେ ଚୌଦ୍ୱାର ଛାଡ଼ିଥିଲା ଏସକର୍ଟ ଟିମ୍  । ତେବେ ଅପରାହ୍ନ ପ୍ରାୟ ୩ଟା ୨୦ ସମୟରେ ବାଲେଶ୍ୱର ସିମୁଳିଆ ନିକଟରେ ହାଇଦର ପରିଶ୍ରା ଯିବା ପାଇଁ ଗାଡ଼ି ରୋକିବାକୁ କହିଥିଲା  । ଗାଡ଼ି ରଖିବା ପରେ ହାଇଦର ପରିସ୍ରା ଯିବା ପାଇଁ ହାତ ଖୋଲିବାକୁ କହିଥିଲା ।

ସୁରକ୍ଷାକର୍ମୀ ହାଇଦରର ହାତ ଖୋଲିବା ପରେ ସେ ଏହାର ସୁଯୋଗ ନେଇ ସୁରକ୍ଷାକର୍ମୀଙ୍କଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ଏବଂ ଫେରାର ହେବାକୁ ଉଦ୍ୟମ କରିଥିଲା  । ପୋଲିସ କର୍ମୀଙ୍କ ଉପରକୁ ସେ ବନ୍ଧୁକ ଦେଖାଇବା ସହ ହିନ୍ଦିରେ ଗାଳିଗୁଲଜ ମଧ୍ୟ କରିଥିଲା ବୋଲି FIR କପିରେ ଉଲ୍ଲେଖ ରହିଛି । ତେବେ ଆତ୍ମସମର୍ପଣ ପାଇଁ ତାକୁ ବାରମ୍ବାର ବୁଝାଯାଇଥିଲା । ମାତ୍ର ସେ ଫେରାର ହେବାକୁ ଉଦ୍ୟମ କରିବାରୁ ଏବଂ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ବାଧ୍ୟ ହୋଇ ପୁଲିସ୍‌ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ବୋଲି ଏତଲାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଗଙ୍ଗାଧର ଶାସେନି।

ବ୍ୟବଚ୍ଛେଦ ପରେ ହାଇଦର ମୃତଦେହକୁ  କେନ୍ଦ୍ରାପଡା ଜିଲ୍ଲା ରଣାପଡା ଠାରେ ଥିବା କବରସ୍ଥାନ ରେ କବର ଦିଆଯାଇଛି।  ଗତକାଲି ସନ୍ଧ୍ୟା ୮ ଟା ୩୦ ରେ ପୁଲିସ୍‌ ସୁରକ୍ଷା ବଳୟରେ ହାଇଦରର ମୃତଦେହ ରଣାପଡାସ୍ଥିତ ତା’ ଘରେ ପହଞ୍ଚିଥିଲା। ସେଠାରୁ ମୃତଦେହକୁ  ସିଧା କବରସ୍ଥାନ କୁ ନିଆଯାଇଥିଲା। ସାଙ୍ଗରେ ତାର ସ୍ତ୍ରୀ ହସିନା ବିବି, ଝିଅ, ବୋହୁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରହିଥିଲେ। ତେବେ କୋଭିଡ଼ କଟକଣା ଭିତରେ ହାଇଦରକୁ କବର ଦିଆଯାଇଥିଲା।

ଅନ୍ତିମ ସଂସ୍କାର ବେଳେ ପ୍ରାୟ ୧୫ ଜଣ ଅତ୍ମୀୟସ୍ଵଜନ ଉପସ୍ଥିତ ଥିଲେ। ହାଇଦରକୁ କବର ଦିଆଯିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍‌ପି ଏମ. ସମ୍ବିତ ସମ୍ପଦ ଉପସ୍ଥିତ ଥିଲେ। ତେବେ ସମଗ୍ର ରଣାପଡାରେ ପୁଲିସ୍‌ ମୁତୟନ କରାଯାଇଥିଲା। “କେନ୍ଦ୍ରାପଡାରେ ପରିସ୍ଥିତି ସମ୍ପୂର୍ଣ ଶାନ୍ତ ରହିଛି । ସ୍ଥିତି ସମୀକ୍ଷ ପରେ ଧାର୍ଯ୍ୟ ସମୟ ପୂର୍ବରୁ ୧୪୪ ଧାରା ଉଚ୍ଛେଦ କରାଯାଇ ପାରେ” ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଯୋଗ୍ୟ,  ହାଇଦରଙ୍କ ପତ୍ନି ଓ ୨ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହାଇଦରର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।  ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିବା  ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି।

The post ପୁଲିସ୍‌ଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ହାଇଦର appeared first on Odisha Reporter.



from Odisha Reporter https://ift.tt/3BIPZ16

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages