ପ୍ରିଣ୍ଟ ମିଡିଆ ପାଖରେ ସରକାର ବକେୟା ରଖିଛନ୍ତି ୧୪୭ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ପ୍ରିଣ୍ଟ ମିଡିଆ ପାଖରେ ସରକାର ବକେୟା ରଖିଛନ୍ତି ୧୪୭ କୋଟି

ନୂଆଦିଲ୍ଲୀ: ଦେଶର ପ୍ରିଣ୍ଟ ମିଡିଆକୁ ସରକାର ୧୪୭ କୋଟି ଟଙ୍କାର ବକେୟା ଦେବେ। ଆରଟିଆଇ ତଥ୍ୟ ଜରିଆରେ ଏହି ସୂଚନା ମିିଳିଛି। ଏହି ବକେୟା ବିଲ୍ ୨୦୦୪ ମସିହାରୁ ରହିଥିବା ଜଣେ ଆଇନ୍ ବିଭାଗର ଛାତ୍ର ଅଙ୍କିତ ଗୌରବ ଆରଟିଆଇ ଜରିଆରେ ଜାଣିବାକୁ ପାଇଛନ୍ତି। ଡିଏଭିପିର ପ୍ରିଣ୍ଟ ମିଡିଆ ପାଇଁ ୭୬ ହଜାରରୁ ଅଧିକ ବକେୟା ବିଲ୍ ରହିଛି। ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ୬୭ କୋଟି ରହିଛି। ବକେୟା ରାଶି ନାହିଁ। ଆଉଟଡୋର ପ୍ରଚାର ପାଇଁ ୧୮ କୋଟିର ବିଲ ବକେୟା ରଖିଛନ୍ତି ସରକାର।

ମେରୁଟ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଆଇନ ଛାତ୍ର ଗୌରବ କହିଛନ୍ତି ଯେ ଅନେକ ଖବରକାଗଜ ଏବେ ବନ୍ଦ ହୋଇଯାଉଛି। ଏପରି ବନ୍ଦ ହେବାର କାରଣ କଣ ହୋଇପାରେ ଚିନ୍ତା କରିଥିଲେ। ପରେ ଜାଣିବା ପାଇଁ ଆରଟିଆଇ ଜରିଆରେ ଏପରି ଏକ ଆବେଦନ କରିଥିଲେ। ସେ କହିଛନ୍ତି ଜଣେ ପାଠକ ଭାବରେ ମୁଁ ଅନୁଭବ କରୁଛି ଯେ କୌଣସି ଖବରକାଗଜ ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ରାଜସ୍ୱ ହରାଇବା।

ଯେହେତୁ ସରକାରୀ ବିଜ୍ଞାପନଗୁଡିକ ରାଜସ୍ୱର ଏକ ପ୍ରମୁଖ ଅଂଶ, ତେଣୁ ସେ ଭାବିଥିଲେ ଯେ ସରକାର ଏହାର ବିଜ୍ଞାପନ ପାଇଁ ଠିକ୍ ସମୟରେ ଦେୟ ଦେଉଛନ୍ତି କି ନାହିଁ ଏବଂ କେଉଁ ମନ୍ତ୍ରାଳୟର ବକେୟା ବିଲ୍ ଅଛି? ହେଲେ ୧୭ ବର୍ଷ ଧରି ବିଜ୍ଞାପନ ଦେୟ ସରକାର ଦେଇନଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି। ମୁଖ୍ୟତଃ ପ୍ରତିରକ୍ଷା ମନ୍ତ୍ରଣାଳୟ ବେକୟା ବିଲ୍ ବାକି ରଖିଥିବା ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଡିଏଭିପିକୁ ପଇସା ଦିଅନ୍ତି। ପରେ ଏହି ଟଙ୍କାକୁ ଡିଏଭିପି ମିଡିଆ ସଂସ୍ଥା ଗୁଡ଼ିକୁ ପ୍ରଦାନ କରିଥାଏ। ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରିଣ୍ଟ ମିଡିଆକୁ ସର୍ବାଧିକ ଟଙ୍କା ଦେବ ବୋଲି ଜଣାପଡ଼ିଛି। ମୋଟ୍ ୧୨,୨୭୧,୧୬ଟି ବିଲ୍ ବାକି ରହିଛି ଯାହାର ମୂଲ୍ୟ ୧୬ କୋଟି। ସେହିପରି ଅର୍ଥ ମନ୍ତ୍ରାଳୟ ୧୩ କୋଟି ଟଙ୍କାର ବିଜ୍ଞାପନ ବକେୟା ରହିଛି। ଏହି ଟଙ୍କା ୨୦୨୧ ଜୁନ୍ ୨୧ ପର୍ଯ୍ୟନ୍ତ ରହିଛି।

ବୈଦ୍ୟୁତିକ ଗଣମାଧ୍ୟମ ବାବଦରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ କେତୋଟି ବିଲ୍ ବାକି ରହିଛି ଓ ବିଲର ତାରିଖ ସମ୍ବନ୍ଧରେ ରେକର୍ଡ ରଖାଯାଇ ନାହିଁ। ହେଲେ ଟିଭି ଚ୍ୟାନେଲଗୁଡ଼ିକୁ ୬୭ କୋଟି ଅଧିକ ଟଙ୍କା ବକେୟା ରହିଛି।

ସୂଚନାଯୋଗ୍ୟ, ୨୦୨୦-୨୧ ବେଳେ କେନ୍ଦ୍ର ସରକାର ବିଜ୍ଞାପନ ବାବଦରେ ମୋଟ୍ ୧୧୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ। ହେଲେ ଏବେ ସୁଦ୍ଧା ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ପାଇଁ। ଡିଏଭିପି ୱେବସାଇଟରେ ଏହି ସୂଚନା ଉପଲବ୍ଧ ରହିଛି। କିନ୍ତୁ ଏଯାବତ ସରକାର ୧୪୭ କୋଟିର ବକେୟା ପୈଠ କରି ନାହାନ୍ତି।

The post ପ୍ରିଣ୍ଟ ମିଡିଆ ପାଖରେ ସରକାର ବକେୟା ରଖିଛନ୍ତି ୧୪୭ କୋଟି appeared first on Odisha Reporter.



from Odisha Reporter https://ift.tt/3BHNQmD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages