ନ୍ୟୁୟର୍କ: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିଛି। ଏହି ମାରାତ୍ମକ ଭାଇରସ ସମଗ୍ର ବିଶ୍ୱରେ ଏକ ପ୍ରକାର ଆତଙ୍କ ଖେଳାଇଛି। କାହାର ପରିବାର ଛାରଖାର ହୋଇଛି ତ କେଉଁଠି ଗୋଟିଏ ପିଢି କୋଭିଡର ଆଁରେ ଚାଲିଯାଇଛି। କିନ୍ତୁ ଏଭଳି ପରିସ୍ଥିତିରୁ ଲୋକେ ସେତେବେଳେ ଆଶ୍ୱସ୍ତି ପାଇଥିଲେ ଯେତେବେଳେ ଟିକା ବାହାରିଥିଲା। ଏବେ ପ୍ରାୟତଃ ସମସ୍ତ ଦେଶରେ ଟିକାକରଣ ଚାଲିଛି। ଟିକାକରଣ ଆରମ୍ଭ ହେବା ପରେ ମୃତ୍ୟୁ ସଂଖ୍ୟା ଓ ହସ୍ପିଟାଲକୁ ସ୍ଥାନାନ୍ତର ହେବା ପ୍ରକ୍ରିୟାରେ ଟିକିଏ କମିଛି।
ଏବେ ଟିକାକୁ ନେଇ ଆମେରିକାର ଶୀର୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସୀ କହିଛନ୍ତି ଯେ ତାଙ୍କ ଦେଶରେ କରୋନାରେ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୯୯.୨ ପ୍ରତିଶତ ଟିକା ନେଇ ନଥିଲେ। ଫାଉସୀ କହିଛନ୍ତି ଯେ ଏହା ଦୁଃଖଦାୟକ। ଯଦି ଟିକା ଦିଆଯାଇଥାନ୍ତା ବା ସେତେବେଳେ ବାହାରି ପାରିଥାନ୍ତା ତାହେଲେ ଆଜି ଏତେ ସଂଖ୍ୟାରେ ମୃତ୍ୟୁ ହୋଇନଥାନ୍ତା ବୋଲି ସେ କହିଛନ୍ତି।
ଏନବିସିର ମିଟ୍ ଦି ପ୍ରେସ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଫାଉସୀ କହିଛନ୍ତି ଯେ କରୋନା ଭାଇରସ ଏବେ ସମସ୍ତଙ୍କ ପାଇଁ ବିପଦ ଜନକ। ହେଲେ ଏହି ସଂକ୍ରମଣର ଶିକାର ହେବା ପରେ ବର୍ତ୍ତିବା ପାଇଁ ଟିକା ବି ବାହାରିଛି। ହେଲେ ଦୁଃଖର ବିଷୟ ଯେ ସମସ୍ତ ଦେଶରେ ଟିକା ପହଞ୍ଚିପାରିନି। ଯେଉଁମାନେ କୋଭିଡରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି ସେମାନେ ଟିକା ନେଇଥିଲେ ଏବେ ହୁଏତ ସେମାନଙ୍କର ଜୀବନ ବଞ୍ଚି ଯାଇଥାଇ ପାରନ୍ତା।
ଫାଉସୀ କହିଛନ୍ତି କିଛି ବିଚାରଧାର ଏବଂ ବିଜ୍ଞାନ ଜନିତ ଯୁକ୍ତି ରହିଛି ଯାହାକି ଟିକା ବିରୋଧରେ। କିଛି ଆମେରିକାୟୀ ସମାନ ଧାରାରେ ଟିକାକୁ ବିରୋଧ କରୁଛନ୍ତି। ଆମେରିକାରେ ଏବେ ଭାଇରସକୁ ହରାଇବା ପାଇଁ ଟିକା ରହିଥିବା ବେଳେ ଏହାକୁ ନେଇ ବିରୋଧ କରିବା ବଦଳରେ କିଭଳି ଅଧିକରୁ ଅଧିକ ଲୋକ ଟିକା ନେଇପାରିବେ ସେ ନେଇ ସମସ୍ତେ ଆଗେଇ ଆସିବା ଦରକାର ବୋଲି ଫାଉସୀ କହିଛନ୍ତି। ଏବେ ସମସ୍ତଙ୍କ ଶତ୍ରୁ କରୋନା ଭାଇରସ ଏହା ବୁଝିବାକୁ ହେବ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ଆମେରିକା ଭାଗ୍ୟବାନ କାରଣ ଦେଶର ସମସ୍ତଙ୍କୁ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ଟିକା ରହିଛି। ସାରା ବିଶ୍ୱରେ ଅନେକ ସ୍ଥାନରେ ଟିକା ନେବା ପାଇବା କିଛି ବି କରିପାରିବେ। ସୂଚନାଯୋଗ୍ୟ, ଆମେରିକାରେ କରୋନା କାରଣରୁ ସାଢ଼େ ୬ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। କୋଭିଡରେ ସର୍ବାଧିକ ମୃତ୍ୟୁ ଘଟିଥିବା ଦେଶ ମଧ୍ୟରେ ଆମେରିକା ଏବେ ଶୀର୍ଷରେ ରହିଛି।
The post କରୋନାରେ ପ୍ରାଣ ହରାଇଥିବା ୯୯.୨% ଆମେରିକୀୟ ଟିକା ନେଇ ନଥିଲେ: ଫାଉସୀ appeared first on Odisha Reporter.
from Odisha Reporter https://ift.tt/3yBYsRJ
No comments:
Post a Comment