ଯାଜପୁର (ଗୁଲାମ ଗସ୍): ସ୍ତ୍ରୀର ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଇ ସ୍ୱାମୀ ଗିରଫ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ, ଯାହା ଚର୍ଚ୍ଚାର ବିଷୟ ହୋଇଛି।
ଗିରଫ ବ୍ୟକ୍ତିଙ୍କ ନାଁ ସୁବ୍ରତ ପଣ୍ଡା। ତାଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ମାନପୁର ଗାଁରେ। ୨୦୧୬ ମସିହାରେ ସୁବ୍ରତ କୁଆଖିଆ ଥାନା ଅର୍ନ୍ତତ କେଉଟଲଗୁଆଁ ଗାଁରେ ବାହା ହୋଇଥିଲେ।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବିବାହର ମାସେ ପର୍ଯ୍ୟନ୍ତ ସୁବ୍ରତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁ ଠିକ୍ଠାକ୍ ଚାଲିଥିଲା। କିନ୍ତୁ ତା’ ପରେ ସୁବ୍ରତ ମଦ ପିଇ ଘରକୁ ଆସୁଥିଲେ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଅତ୍ୟାଚାର କରୁଥିଲେ। ସୁବ୍ରତ ତାଙ୍କ ସ୍ତ୍ରୀଙ୍କୁ ପାଇପ୍ ଓ ଠେଙ୍ଗାରେ ପିଟୁଥିଲେ। ତାଙ୍କୁ ଘରେ ତାଲା ପକାଇ ରଖୁଥିଲେ ଓ ଫୋନ୍ରେ କାହା ସହ କଥା ହେବାକୁ ଦେଉ ନଥିଲେ। ଝିଅ ହେବା ପରେ ସେ ତାଙ୍କ ପତ୍ନୀଙ୍କର ଚାରି-ପାଞ୍ଚ ଥର ଗର୍ଭପାତ ମଧ୍ୟ କରାଇଥିଲେ। ଏମିତିକି ରାତିରେ ସେ ତାଙ୍କ ପତ୍ନୀଙ୍କୁ ଉଲଗ୍ନ କରି ଫଟୋ ଉଠାଉଥିଲେ। ଆଉ ଏବେ ସେହି ଫଟୋଗୁଡ଼ିକୁ ଭିଡିଓ କରି ସୋଶାଲ୍ ମିଡିଆରେ ଭାଇରାଲ କରିବାକୁ ସୁବ୍ରତ ତାଙ୍କ ସ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ସୁବ୍ରତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର ଅନୁଯାୟୀ, କିଛି ଦିନ ତଳେ ସେ ତାଙ୍କ ଭାଇ ବାହାଘର ପାଇଁ ବାପ ଘରକୁ ଆସିଥିଲେ। ସୁବ୍ରତ ତାଙ୍କୁ ଛାଡୁ ନଥିଲେ। ତେବେ ତାଙ୍କ ବାପା ଜୋରଜବରଦସ୍ତି ତାଙ୍କୁ ନେଇ ଆସିଥିଲେ। ପରେ ସୁବ୍ରତ ସେଠାରେ ପହଞ୍ଚି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏହା ସହିତ ତାଙ୍କର ସେହି ଉଲଗ୍ନ ଫଟୋ ସବୁ ଭାଇରାଲ କରି ଦେବେ ବୋଲି ଧମକ ଦେଇଥିଲେ।
ଏହା ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ସୁବ୍ରତ ପଣ୍ଡାଙ୍କ ନାଁରେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ସୁବ୍ରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମହିଳା ଜଣଙ୍କ ତାଙ୍କ ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଅଭିଯୋଗ କରିଥିଲେ ସୁଦ୍ଧା ସେମାନଙ୍କୁ ଗିରଫ କରାଯାଇନାହିଁ। ତାଙ୍କ କହିବା ଅନୁଯାୟୀ, ଏତେ ବର୍ଷ ଧରି ସେ ନିର୍ଯାତିତ ହେଉଥିବା ବେଳେ ଶାଶୂ ଓ ଶ୍ୱଶୁର ସବୁ ଜାଣି ଚୁପ୍ ରହୁଥିଲେ। ଏମିତିକି ସ୍ୱାମୀ ମାଡ଼ ମାରିବା ବେଳେ ଯେପରି ତାଙ୍କ କାନ୍ଦ ବାହାରକୁ ନ ଶୁଣାଯିବ ସେଥିପାଇଁ ଶାଶୂ ତାଙ୍କ ପାଟିରେ କନା ବିଣ୍ଡା ଦେଇ ଦେଉଥିଲେ ବୋଲି ସେ ତାଙ୍କ ଏଫ୍ଆଇଆରରେ ଉଲ୍ଲେଖ କରିଛନ୍ତି।
The post ସ୍ତ୍ରୀର ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଇ ସ୍ୱାମୀ ଗିରଫ appeared first on Odisha Reporter.
from Odisha Reporter https://ift.tt/3jGULpx
No comments:
Post a Comment