ସିଦ୍ଧୁ ବନାମ ସିଂହ: ଦିଲ୍ଲୀ ଗସ୍ତରେ ପଞ୍ଜାବ କଂଗ୍ରେସ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ସିଦ୍ଧୁ ବନାମ ସିଂହ: ଦିଲ୍ଲୀ ଗସ୍ତରେ ପଞ୍ଜାବ କଂଗ୍ରେସ ସାଂସଦ

ଚଣ୍ଡୀଗଡ : ପଞ୍ଜାବରେ ସିଦ୍ଧୁ ବନାମ ସିଂହ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ନବଜୋତ୍ ସିଂହ ସିଦ୍ଧୁଙ୍କ ଭିତରେ ଲଢେଇ ଜୋରଦାର ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ, ପଞ୍ଜାବର କଂଗ୍ରେସ ସାଂସଦ ଆଜି ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟି ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କରିବା ନିଷ୍ପତ୍ତିକୁ ବିରୋଧ କରିବେ। ଏଥିପାଇଁ କଂଗ୍ରେସ ସାଂସଦ ଦିଲ୍ଲୀ ଗସ୍ତ କରିସାରିଛନ୍ତି।

ପଞ୍ଜାବ କଂଗ୍ରେସର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଦିଲ୍ଲୀରେ ସାଂସଦ ପ୍ରତାପ ସିଂହ ବାଜୱାଙ୍କୁ ସାକ୍ଷାତ କରିବେ। ବାଜୱା ମଧ୍ୟ ପୂର୍ବରୁ ପଞ୍ଜାବ ସାଂସଦଙ୍କ ସହ ଭେଟଘାଟ ଏବଂ କୃଷକଙ୍କ ଉପରେ ଆଲୋଚନା ହେବା ନେଇ ସୂଚନା ଦେଇସାରିଛନ୍ତି । ତେବେ ଏହି ଭେଟଘାଟ ପଛରେ ବଡ ମୁଦ୍ଦା ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ବିରୋଧ କରାଯିବ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ସାଂସଦଙ୍କ ଦିଲ୍ଲୀ ଗସ୍ତ ଏବଂ ସିଦ୍ଧୁଙ୍କୁ ବିରୋଧ କାର୍ଯ୍ୟକ୍ରମ ପଛରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ପରିଣୀତ କୌର ରହିଛନ୍ତି। ସିଦ୍ଧୁଙ୍କୁ ବିଜେପିରୁ ରିଜେକ୍ଟ କ୍ୟାଣ୍ଡିଡେଟ୍ କହିବା ସହ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି କଂଗ୍ରେସ ସାଂସଦ।

ସେପଟେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କ ନିଯୁକ୍ତିକୁ ସମର୍ଥନ ଜଣାଇଥିଲେ ମଧ୍ୟ ସିଦ୍ଧୁଙ୍କ କ୍ଷମାପ୍ରାର୍ଥନାରେ ଅଡି ବସିଛନ୍ତି। ଏପରିକି ସିଦ୍ଧୁ ସାର୍ବଜନୀକ ଭାବେ ଭୁଲ ନ ମାଗିବା ଯାଏଁ ସେ ତାଙ୍କୁ ଭେଟିବେ ନାହିଁ ବୋଲି ସଫା ସଫା କହିଛନ୍ତି ଅମରିନ୍ଦର। ସେପଟେ ଦିଲ୍ଲୀରେ ନବଜ୍ୟୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ବିଧାୟକ ଓ ନେତାଙ୍କ ସହ ମିଶି ଜଳଖିଆ କରିଥିବାର ଫଟୋ ସାମ୍ନାକୁ ଆସିଛି ।

ଅମରିନ୍ଦର ସିଂ ଚାହୁଁ ନଥିଲେ ଯେ ସିଦ୍ଧୁ ରାଜ୍ୟ ସଭାପତି ହୁଅନ୍ତୁ । କିନ୍ତୁ ବୈଠକ ପରେ ହରିଶ ରାୱତ ଦାବି କରିଛନ୍ତି ଯେ କ୍ୟାପଟେନ୍ ଦିଲ୍ଲୀକୁ ଦେଇଥିବା ପୁରୁଣା ପ୍ରତିଶ୍ରୁତି ପାଳନ କରନ୍ତୁ । ହରିଶ ରାୱତଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ଦଳର ସଭାପତି ସୋନିଆ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ ତାହା ସମସ୍ତେ ଗ୍ରହଣ କରିବେ । ବର୍ତ୍ତମାନ ଏକମାତ୍ର ଘୋଷଣା ହେଉଛି ସରକାରୀ ଘୋଷଣା । ଯାହା ସହିତ ଖୁବ ଶୀଘ୍ର କଂଗ୍ରେସ ଏକ ନୂତନ ରାଜ୍ୟ ସଭାପତି ପାଇବ ।

The post ସିଦ୍ଧୁ ବନାମ ସିଂହ: ଦିଲ୍ଲୀ ଗସ୍ତରେ ପଞ୍ଜାବ କଂଗ୍ରେସ ସାଂସଦ appeared first on Odisha Reporter.



from Odisha Reporter https://ift.tt/3kw2K96

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages