ନୀଳଗିରି(ବିଶ୍ୱମ୍ବର ଦାଶ): ମହାପ୍ରଭୁଙ୍କ ଅପାର ଲୀଳା। କେତେବେଳେ କାହାପାଖରେ ଯାଇ ପହଁଚି ଯାଆନ୍ତି ତାହା ତାଙ୍କୁ ହିଁ ଜଣା। ଏଇ ଯେମିତି ତାଙ୍କ ଭାବର ଡୋରି ଲାଗିବାରୁ ଜଣେ ଦିବ୍ୟାଙ୍ଗ ଯୁବକ ତାଙ୍କ ରଥ ତିଆରି କରିଦେଇଛନ୍ତି। ଯିଏ ଦିନେ ବଟାଳି ଛୁଇଁ ନ ଥିଲେ ଚାହୁଚାହୁଁ ତାଙ୍କ ହାତରେ ତିଆରି ହୋଇଗଲେ ମହାବାହୁ ସମେତ ରଥ।
ଯୁବକ ଜଣକ ହେଉଛନ୍ତି ନୀଳଗିରି ବ୍ଲକ ଅଁଳାପାଳ ଗ୍ରାମର ସାଗର ପଢ଼ିଆର। ନିଜେ ୯୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାରୁ ପିଲା ବେଳୁ କେବେ ରଥଯାତ୍ରା ଦେଖିନାହାନ୍ତି କି ଟାଣି ନାହଁନ୍ତି ରଥ। ମନରେ ବହୁ ଆଶା ଓ ଇଛା ଥିଲା ରଥ ଟାଣିବାକୁ।
ଦେବସ୍ନାନ ପୂର୍ଣ୍ଣିମା ଦିନ ତାଙ୍କ ଘରେ ଏକ ନିମ୍ବ ଗଛର ଡାଳ କଟାଯାଇଥିଲା। ହଠାତ ମନକୁ ଆସିଲା କାଳିଆ ଠାକୁରର ଦିଅଁ ଗଢିବାକୁ। ବାସ ବସିଗଲେ ଆକୃତି ଆଣିବାକୁ। ପରେ ସେହିଦିନ ରାତିରେ ସ୍ୱପ୍ନରେ ରଥରେ ବସି କାଳିଆ ଠାକୁର ଖୁସି ହେଉଛନ୍ତି ଦେଖିଲେ ଓ ରଥ ନିର୍ମାଣ କରି ବସାଇବାକୁ କହିଥିଲେ। ବାସ ପରଦିନ ସକାଳୁ ଠୁଁ ଆରମ୍ଭ ହେଲା କାଳିଆ ସହ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ନିର୍ମାଣ କାର୍ଯ୍ୟ। ପିଲାବେଳେ ଥରେ ନାତିକୁ କାନ୍ଧରେ ବସାଇ ରଥ ଦେଖାଇ ନେଇଥିଲେ। ଆଉ କେବେ ନେଇନାହାନ୍ତି। ଆଜି ନାତି ନିଜେ ରଥକରି କାଳିଆକୁ ବସାଇବା ଦେଖି ଜେଜେମା ବି ବହୁତ ଖୁସି।
The post ତାଙ୍କ ରଥ ଗଢ଼ିଦେଲା ଅଚଳ ହାତ appeared first on Odisha Reporter.
from Odisha Reporter https://ift.tt/3xmqujN
No comments:
Post a Comment