ମୁୁମ୍ବାଇ: ବଲିଉଡ୍ର ଟ୍ରାଜେଡି କିଙ୍ଗ୍। ଅଭିନୟର ମୁଗଲ-ଏ-ଆଜମ। ସେ ଦେବଦାସ ପୁଣି ସେ ସୌଦାଗର। ୫୦-୬୦ ଦଶକର ମିଷ୍ଟର ପରଫେକ୍ସନିଷ୍ଟ। ଏଭରଗ୍ରୀନ୍, ସଦାବାହାର, ରାଜକୁମାର। ବଲିଉଡର ପ୍ରଥମ ସୁପରଷ୍ଟାର। ମହମ୍ମଦ ୟୁସୁଫ୍ ଖାନ୍ ଓରଫ୍ ଦିଲ୍ଲୀପ କୁମାର।
ଜୁଆର ଭଟ୍ଟାରୁ କିଲା। ବଲିଉଡରେ ୫ ଦଶନ୍ଧିର ଯାତ୍ରା। ୬୫ ଟି ଫିଲ୍ମରେ ନିଖୁଣ ଅଭିନୟ ତାଙ୍କୁ ପରିଚୟ ଦେଇଛି ସୁପରଷ୍ଟାରର। ରୋମାନ୍ସ, କମେଡି, ଟ୍ରାଜେଡି, ଡ୍ରାମା, ସବୁଥିରେ ପରଫେକ୍ଟ। ସବୁ ଅଭିନୟରେ ମାହିର। ଅନ୍ଦାଜରେ ରୋମାଣ୍ଟିକ ରୋଲ ହେଉ ଅବା ସୋସିଆଲ ଡ୍ରାମା ଦାଗ୍। ରାମ୍ ଔର ଶ୍ୟାମ ଓ ଆଜାଦ ଫିଲ୍ମରେ କମେଡି ଅନ୍ଦାଜକୁ ଭୁଲିପାରିବେନି ଦର୍ଶକ। କେତେବେଳେ ପରଦାରେ ସେ ଦେବଦାସ ସାଜିଛନ୍ତି ତ ଆଉ କେତେବେଳେ ମୁଗଲ-ଏ-ଆଜମ। ଶକ୍ତି, ମଶାଲ, କ୍ରାନ୍ତି, କର୍ମା ଭଳି ଫିଲ୍ମରେ ଦୀଲ୍ଲିପ କୁମାରଙ୍କ କ୍ୟାରେକ୍ଟର ରୋଲ ଅଭିନୟର ଗୋଟିଏ ଗୋଟିଏ ମାଇଲ ଷ୍ଟୋନ୍। ଦିଲ୍ଲୀପ କୁମାର ଏବଂ ସାୟରା ବାନୋ । ରିଲ୍ ଲାଇଫରେ ଯେମିତି ରିଅଲ୍ ଲାଇଫରେ ବି ଠିକ୍ ସେମିତି। ସବୁବେଳେ ଦିଲ୍ଲୀପଙ୍କ ପାଖେ ପାଖେ, ତାଙ୍କ ଛାଇ ଭଳି ରହନ୍ତି ସାୟରା। ଘରେ, ବାହାରେ, ହସପିଟାଲରେ କେବେ ଦିଲ୍ଲୀପଙ୍କୁ ଏକା କରିନାହାଁନ୍ତି। ସେଥିପାଇଁ ତ ପରଦାର ଏହି ସୁପରହିଟ୍ ଯୋଡିଙ୍କ ରୋମାନ୍ସ ଆଜି ବି ଫେମସ୍। ଆଜି ବି ଚର୍ଚ୍ଚାରେ ରହିଛି ନିଜ ଠାରୁ ୨୨ ବର୍ଷ ସାନ ସାଇରାଙ୍କ ସହ ଦିଲ୍ଲୀପଙ୍କ ଫ୍ୟ।।ମିଲି ଲାଇଫ। ଦିଲ୍ଲୀପଙ୍କ ନାଁରେ ରହିଛି ଶ୍ରେଷ୍ଠ ଅଭିନେତା ଭାବେ ପ୍ରଥମ ଫିଲ୍ମ ଫେୟାର ପୁରସ୍କାର। ଆଉ ତାପରେ ପୁରସ୍କାର ପରେ ପୁରସ୍କାର। ରେକର୍ଡ ପରେ ରେକର୍ଡ। ସର୍ବାଧିକ ୮ଟି ଫିଲ୍ମ ଫେୟାର ପୁରସ୍କାର ପାଇବାରେ ଦିଲ୍ଲୀପଙ୍କ ନାଁ ରହିଛି ୧ ନମ୍ବରରେ। ୨୦୧୫ରେ ପଦ୍ମବିଭୂଷଣ ଏବଂ ୧୯୯୪ରେ ଦାଦା ସାହେବ ଫାଲକେ ପୁରସ୍କାର ଦେଇଥିଲେ ଭାରତ ସରକାର । ଖାଲି ସେତିକି ନୁହେଁ, ପାକିସ୍ତାନ ସରକାର ଦେଇଛନ୍ତି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନିଶାନ-ଏ-ଇମତିଆଜ।
The post କେତେବେଳେ ‘ଦେବଦାସ’ ତ କେତେବେଳେ ‘ମୁଗଲ-ଏ-ଆଜମ’ appeared first on Odisha Reporter.
from Odisha Reporter https://ift.tt/3hEBCC4
No comments:
Post a Comment