ନୂଆଦିଲ୍ଲୀ: ଭାରତରେ ନୂଆ ଆଇଟି ଆକ୍ଟ ଅନୁଯାୟୀ ଟ୍ୱିଟର ଓ କେନ୍ଦ୍ର ମଧ୍ୟରେ ବିବାଦ ରହିଛି। ଏହାରି ଭିତରେ ଟ୍ୱିଟର ଟ୍ରାନସପାରେନ୍ସି ରିପୋର୍ଟ ଜାରି କରିଛି। ଏହି ରିପୋର୍ଟ ଅନୁଯାୟୀ ଭାରତ ସରକାର ସର୍ବାଧିକ ଥର ଟ୍ୱିଟରକୁ ଟ୍ୱିଟର ୟୁଜର ବା ଆକାଉଣ୍ଟ ବାବଦରେ ଅଧିକ ସୂଚନା ଦେବାକୁ ନିବେଦନ କରିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ବୁଧବାର ଏହାର ଟ୍ରାନସପାରେନ୍ସ ରିପୋର୍ଟରେ ଏହା କହିଛି। ଏହିପରି ସୂଚନା ଦେବା ପାଇଁ କମ୍ପାନୀ ବର୍ଷକୁ ଦୁଇଥର ରିପୋର୍ଟ ପ୍ରକାଶ କରିଥାଏ। ଏବେ ଟ୍ଵିଟର ଡିସେମ୍ଵରରୁ ଜୁଲାଇର ରିପୋର୍ଟ ଜାରି କରିଛି।
ତେବେ ସମଗ୍ର ବିଶ୍ୱରେ ଟ୍ଵିଟର ଆକାଉଣ୍ଟ ବାବଦରେ ଅଧିକ ସୂଚନା ପାଇଁ ଅନେକ ଦେଶ ଟ୍ଵିଟରକୁ ନିବେଦନ କରିଛନ୍ତି। ସେଥିମଧ୍ୟରେ ଭାରତର କେବଳ ୨୫ ପ୍ରତିଶତ ରହିଛି। ଟ୍ୱିଟର କହିଛି ଯେ କଣ୍ଟେଣ୍ଟ ବା ପୋଷ୍ଟ ହଟାଇବାକୁ ଯେଉଁସବୁ ଅନୁରୋଧ ଆସିଛି ସେଥିମଧ୍ୟରୁ ଜାପାନରୁ ସର୍ବାଧିକ ଅନୁରୋଧ କରିଥିବା ବେଳେ ଦ୍ୱିତୀୟରେ ଭାରତ ରହିଛି।
ସେହିପରି ସମଗ୍ର ବିଶ୍ୱରେ ଟ୍ୱିଟର ଜରିଆରେ ସୂଚନା ଆଦାନ ପ୍ରଦାନ ହେଉଛି। ଭାରତ ସମେତ ଅନେକ ଦେଶର ସରକାର ମଧ୍ୟ ଟ୍ୱିଟରକୁ ମୁଖ୍ୟ ସ୍ରୋତ ଭାବରେ ବ୍ୟବହାର କରୁଛନ୍ତି। ମୋଟ୍ ସୂଚନାରୁ ଭାରତର କେବଳ ୨୫ ପ୍ରତିଶତ ରହିଥିବା ବେଳେ ୨୨ ପ୍ରତିଶତ ସହିତ ଦ୍ୱିତୀୟରେ ଆମେରିକା ରହିଛି। ଟ୍ୱିଟର ପୋଷ୍ଟ ହଟାଇବାକୁ ଯେଉଁ ଦାବି ହୋଇଛି ସେଥିମଧ୍ୟରୁ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଯଥାକ୍ରମେ ଜାପାନ, ଭାରତ, ରୁଷିଆ, ତୁର୍କୀ ଏବଂ ଦକ୍ଷିଣ କୋରିଆ ରହିଛି।
ସୂଚନାଯୋଗ୍ୟ, ଭାରତରେ ନୂଆ ଆଇଟି ନିୟମ ମାନିବାକୁ ନେଇ କେନ୍ଦ୍ର ଓ ଟ୍ୱିଟର ମଧ୍ୟରେ ବାବିଦ ଜୋର ଧରିଥିଲା। ଏହାପରେ ଦିଲ୍ଲୀ ହାଇକୋର୍ଟ ନିୟମ ମାନିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଟ୍ୱିଟର ସ୍ଥାନୀୟ ନୋଡାଲ ଅଧିକାରୀ ଭାବରେ ବିନୟ ପ୍ରକାଶଙ୍କୁ ଟ୍ୱିଟର ନିଯୁକ୍ତି ଦେଇଛି। ଭାରତରେ ଏବେ ଟ୍ୱିଟରରେ ଆନୁମାନିକ ୧.୭୫ କୋଟି ୟୁଜର ରହିଛନ୍ତି।
The post ଭାରତ ସରକାର ଟ୍ୱିଟର ଆକାଉଣ୍ଟ ବାବଦରେ ସର୍ବାଧିକ ସୂଚନା ମାଗିଛନ୍ତି: ଟ୍ୱିଟର appeared first on Odisha Reporter.
from Odisha Reporter https://ift.tt/3klR6NZ
No comments:
Post a Comment