ମେ’ରେ ମା’ ହେଲେ, ଜୁଲାଇରେ ଜଣାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

ମେ’ରେ ମା’ ହେଲେ, ଜୁଲାଇରେ ଜଣାଇଲେ

ମୁମ୍ବାଇ ୧୪।୭ : ପୁତ୍ର ସନ୍ତାନର ଜନନୀ ହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା। ବିଜନେସମ୍ୟାନ୍ ଏବଂ ଇଭେଣ୍ଟର୍ ବୈଭବ ରେଖିଙ୍କୁ  ଦିଆ  ଫେବୃଆରୀ ୧୫ ତାରିଖରେ ବିବାହ କରିଥିବା ବେଳେ ସେମାନଙ୍କ ସନ୍ତାନ ମେ ୧୪ରେ ଜନ୍ମଗ୍ରହଣ କରିଛି । ପୁଅର ନାଁ  ଅଭ୍ୟାନ୍ ଆଜାଦ ରେଖୀ । ପୁଅ ଜନ୍ମର ୨ ମାସ ପରେ ଦିଆ ନିଜ ଇନଷ୍ଟାଗ୍ରାମ୍‌ ପେଜରେ ଏହି ଖୁସି ଖବର ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି।

ପୁଅର ଜନ୍ମ ବିଷୟରେ ସୂଚନା ଦେଇ ଦିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ସନ୍ତାନ ଜନ୍ମ କରିବା ଅର୍ଥ ସବୁଦିନ ପାଇଁ ଆପଣଙ୍କ ହୃଦୟ ଆପଣଙ୍କ ଶରୀର ବାହାରେ ବୁଲୁଛି। ଏପରି ଭାବନ  ବର୍ତ୍ତମାନ ବୈଭବ ଏବଂ ମୋ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଲାଗୁ ହେଉଛି।   ଆମ ହୃଦୟ ସ୍ପନ୍ଦନ, ଆମ ପୁଅ ଅଭ୍ୟାନ୍ ଆଜାଦ ରେଖୀ ମେ ୧୪ରେ ଜନ୍ମଗ୍ରହଣ କରିଛି ।

ଦିଆ ଓ ବୈଭବ ରେଖିଙ୍କ ବିବାହ ବେଳର ଫଟୋ।

ତାଙ୍କର ଶୀଘ୍ର ଗର୍ଭଧାରଣ ବିଷୟରେ ଦିଆ କହିଛନ୍ତି ଯେ ମୋର ଗର୍ଭଧାରଣ ସମୟରେ ମୋତେ ହଠାତ୍ ଏକ ଅପରେସନ୍ କରିବାକୁ ପଡିଥିଲା, ଯେଉଁ କାରଣରୁ ମୋର ଗୁରୁତର ସଂକ୍ରମଣ ‘ସେପସିସ୍’ ହେବାର ଆଶଙ୍କା ରହିଥିଲା, ଯାହା ମୋ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । ହେଲେ ଏପରି ପରିସ୍ଥିତିରୁ ତାଙ୍କୁ ଓ ତାଙ୍କ ପୁଅକୁ ସୁରକ୍ଷିତ ରଖିଥିବା ଡାକ୍ତର ଓ ନର୍ସଙ୍କୁ ଦିଆ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଓ ସେମାନଙ୍କ କାର୍ଯ୍ୟକୁ  ପ୍ରଶଂସା କରିବାକୁ ତାଙ୍କ ପାଖରେ ଶବ୍ଦ ନ ଥିବା କହିଛନ୍ତି।

ବିବାହର ଦେଢ ମାସ ପରେ ହନିମୁନ ପାଇଁ ମାଲଦୀପ ଯାଇଥିବା ବେଳେ ଦିଆ ଗର୍ଭବତୀ ହେବାର ଖୁସି ଖବର ଫ୍ୟାନ୍ସମାନଙ୍କୁ ଦେଇଥିଲେ, ଯାହାକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଫଟୋଟିରେ ତାଙ୍କ ବେବି ବମ୍ପ ସହ ସେ ଫଟୋ ପୋଜ ଦେଇଥିଲେ।   ଏହା ସହିତ ଏକ ସୁନ୍ଦର କବିତା ଲେଖି ନିଜ ମା’ ହେବାକୁ ଯାଉଥିବାର ଭାବନକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ।

ନିଜ ଫ୍ୟାନ୍ସଙ୍କ ଶୁଭେଚ୍ଛା, ଭଲ ପାଇବା ଓ ପ୍ରାର୍ଥନା ଯୋଗୁ ଅଭ୍ୟାନ୍ ଓ ମୁଁ ସୁସ୍ଥ ଅଛୁ । ତେଣୁ ଆମ ଖୁସି ଆମେ ଆପଣଙ୍କ ସହ ସେଆର କରୁଛୁ ବୋଲି ପୋଷ୍ଟ କରିଛନ୍ତି ଦିଆ।

ମାଲେସିଆ ହନିମୁନ ପାଇଁ ଯାଇଥିବା ବେଳେ ନିଜ ପ୍ରେଗନାନ୍ସି ସମ୍ପର୍କରେ ଜଣାଇଥିଲେ ଦିଆ।

ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କୁ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହା ପରେ ଚଳିତ ବର୍ଷ ଫେବ୍ରୁଆରୀ ମାସ ୧୫ ତାରିଖରେ ସେ ବୈଭବ ରେଖିଙ୍କୁ ବିବାହ କରିଥିଲେ।

The post ମେ’ରେ ମା’ ହେଲେ, ଜୁଲାଇରେ ଜଣାଇଲେ appeared first on Odisha Reporter.



from Odisha Reporter https://ift.tt/3B7bgl5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages