ନୂଆଦିଲ୍ଲୀ: ଜୁଲାଇ ୧ରେ ଅମୁଲ କମ୍ପାନୀ କ୍ଷୀର ପ୍ୟାକେଟର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବା ପରେ ଏବେ ପ୍ରତିଦ୍ୱନ୍ଦୀ କମ୍ପାନୀ ମଦର ଡାଏରୀ ମଧ୍ୟ ଦାମ ବଢ଼ାଇଛି। ଅମୁଲ ଭଳି ସମାନ ଦାମ ବଢ଼ାଇଛି ଦିଲ୍ଲୀର ଏହି ପ୍ୟାକେଟ କ୍ଷୀର କମ୍ପାନୀ। ରବିବାର ପାଖରୁ ଏହି ବର୍ଦ୍ଦିତ ଦର ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ମଦର ଡାଏରୀ କମ୍ପାନୀର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ଦିଲ୍ଲୀ ଏନସିଆରରେ କମ୍ପାନୀର କ୍ଷୀରର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବ ବୋଲି କହିଛି। ଶନିବାର ଯେଉଁ କ୍ଷୀର ଲିଟର ପିଛା ୫୫ ଟଙ୍କା ବିକ୍ରି ହେଉଛି ତାହା ରବିବାର ୫୭ ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି। କମ୍ପାନୀ କ୍ଷୀରରୁ ତିଆରି ହେଉଥିବା ସମସ୍ତ ପ୍ରଡକ୍ଟ ବା ଖାଦ୍ୟ ସାମଗ୍ରୀର ଦାମ ଦୁଇ ଟଙ୍କା ଲେଖାଏଁ ବୃଦ୍ଧି କରିଥିବା ସୂଚନା ରହିଛି।
ଯେଉଁଥିରେ ବଲ୍କ ଭେଣ୍ଡେଡ୍ କ୍ଷୀର ୪୪ ଟଙ୍କା, ଫୁଲ୍ କ୍ରିମ୍ ଲିଟର ପିଛା ୫୭ ଟଙ୍କା, ଟୋନ୍ଡ୍ କ୍ଷୀରଲିଟର ପିଛା ୪୭ ଟଙ୍କା, ଡବଲ୍ ଟନ୍ କ୍ଷୀର ୪୧ ଟଙ୍କା, ଗାଈ କ୍ଷୀର ଲିଟର ପିଛା ୪୯ ଟଙ୍କା, ସୁପର ଟି-କ୍ଷୀର ଲିଟର ପିଛା ୨୬ ଟଙ୍କା, ମାନକ କ୍ଷୀର ଲିଟର ପିଛା ୫୧ ଟଙ୍କା ରହିଛି। ଅନ୍ତିମ ଥର ପାଇଁ ଡିସେମ୍ୱର ୨୦୧୯ରେ ମଦର ଡାଏରୀ କ୍ଷୀର ଦାମ ବଢ଼ାଇଥିଲା।
ମଦର ଡାଏରୀର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି, କ୍ଷୀର ମୂଲ୍ୟ ବୃଦ୍ଧିର କାରଣ ଅନେକ ରହିଛି। ଅମୁଲ କ୍ଷୀର ଦାମ ବଢାଇଥିବାରୁ ମଦର ଡେୟରୀ ମଧ୍ୟ ଦର ବୃଦ୍ଧି କରିବାକୁ ବାଧ୍ୟ ନହେଲେ ମହାମାରୀ ବେଳେ ଆହୁରି ଅଧିକ ଆର୍ଥିକ କ୍ଷତି ହେବ ବୋଲି ଜଣାପଡ଼ିଛି। ସେ କହିଛନ୍ତି ଯେ ଏବେ କ୍ଷୀର ତିଆରି ପାଇଁ ହେଉଥିବା ଖର୍ଚ୍ଚ ପୂର୍ବ ତୁଳନାରେ ବଢ଼ିଛି।
The post ଅମୁଲ ପରେ ମଦର ଡାଏରୀ ବଢ଼ାଇଲା କ୍ଷୀର ଦାମ୍ appeared first on Odisha Reporter.
from Odisha Reporter https://ift.tt/2T05bFF
No comments:
Post a Comment