ରାୟଗଡ଼ା(ମନୋଜ ମୁନି): ଚିକିତ୍ସା ହେବାକୁ ହସ୍ପିଟାଲରେ ଆଡମିଟ ହୋଇଥିବା ଜଣେ ଯୁବତୀ ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏପରି ଅଭାବନୀୟ ଘଟଣା ରାୟଗଡ଼ା ହସ୍ପିଟାଲରେ ଆଜି ଭୋରରୁ ହୋଇଛି। ମୃତ ଯୁବତୀଙ୍କ ଘର ସଦର ଥାନା ତୁମ୍ବିଗୁଡ଼ା ଗାଁରେ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥତା ଯୋଗୁଁ ଗତ ୭ ତାରିଖରେ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଜ୍ୱର ହୋଇଥିଲା। ଚିକିତ୍ସାଧୀନ ଥିବା ବେଳେ ଆଜି ଭୋର ପ୍ରାୟ ୪ଟାରେ ସେ ବାଥରୁମ୍କୁ ଯାଇ ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ବାଥରୁମ୍ର କାଚ ଝରକା ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।
ଏନେଇ ପୁଲିସ୍କୁ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି। ଯୁବତୀଜଣକ କାହିଁକି ଆତ୍ମହତ୍ୟା କଲେ ଜଣା ପଡ଼ି ନ ଥିବା ବେଳେ ପୁଲିସ୍ ତଦନ୍ତ ପରେ ଘଟଣା ସାମନାକୁ ଆସିବ ବୋଲି ରାୟଗଡ଼ା ଏଡିଏମ୍ କହିଛନ୍ତି।
The post ଚିକିତ୍ସା ପାଇଁ ଆସିଥିଲେ ଯୁବତୀ, ଝରକାରୁ ଡେଇଁ ପଡ଼ିଲେ appeared first on Odisha Reporter.
from Odisha Reporter https://ift.tt/36qLdXN
No comments:
Post a Comment