୯୭ ଦିନ ପରେ ଦେଶରେ ଆକ୍ଟିଭ କେସ୍ ୫ ଲକ୍ଷ ତଳେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 2, 2021

୯୭ ଦିନ ପରେ ଦେଶରେ ଆକ୍ଟିଭ କେସ୍ ୫ ଲକ୍ଷ ତଳେ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟାରେ ଦେଶରେ ୪୪,୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଏହି ଅବଧି ମଧ୍ୟରେ ୭୩୮ ଜଣଙ୍କର ମୃତ୍ୟୁ ରିପୋର୍ଟ ଆସିଥିବା ବେଳେ ୫୭,୪୭୭ ଜଣ ଆରୋଗ୍ୟ ହୋଇଛନ୍ତି। ନୂଆ ଆରୋଗ୍ୟ ସଂଖ୍ୟାକୁ ମିଶାଇଲେ ଦେଶରେ ଏବେ ସୁଦ୍ଧା ୨,୯୬,୦୫,୭୭୯ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ବିଗତ ୫୧ ଦିନ ହେବ ଲଗାତର ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି।

ଦେଶରେ ଏବେ ୪,୦୧,୦୫୦ ଜଣ କୋଭିଡରେ ଆଖି ବୁଜିଛନ୍ତି। ୪,୯୫,୫୩୩ ଜଣ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ରହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୯୭ ଦିନ ପରେ କରୋନାରେ ଚିକିତ୍ସାଧୀନ ସଂଖ୍ୟା ୫ ଲକ୍ଷ ତଳେ ରହିଛି। ସେହିପରି ଦେଶରେ ଏବେ ୨.୫୦ ପ୍ରତିଶତ ସାପ୍ତାହିକ ସଂକ୍ରମିତ ହାର ରହିଛି। କରୋନା ଟେଷ୍ଟ ଏବଂ ସଂକ୍ରମିତଙ୍କ ସଂଖ୍ୟାକୁ ଆଧାର କରି ଏହି ସାପ୍ତାହିକ ସଂକ୍ରମିତ ରିପୋର୍ଟ ତିଆରି ହୁଏ।

ଦେଶରେ ଏବେ ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ କମୁନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶା ଏବଂ ଅନ୍ୟ ୫ଟି ରାଜ୍ୟକୁ ଟିମ୍ ପଠାଇଛନ୍ତି। ଏହି କେନ୍ଦ୍ରୀୟ ଟିମ୍ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ ବି ଯାଇଛି। ଓଡ଼ିଶାକୁ ପଠାଯାଇଥିବା ଟିମର ନେତୃତ୍ୱ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନ୍ ନେଉଛନ୍ତି। କୋଭିଡ ମହାମାରୀର ମୁକାବିଲା ଏବଂ ପରିଚାଳନା ଲାଗି ରାଜ୍ୟଗୁଡ଼ିକ ଉଦ୍ୟମ ଜାରି ରଖିଥିବା ବେଳେ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସେମାନଙ୍କୁ ଏ ବାବଦରେ ସହଯୋଗ ଯୋଗାଇଦେବେ।

ଏହି କେନ୍ଦ୍ରୀୟ ଟିମ୍ ରାଜ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି। ସେମାନଙ୍କ ସମ୍ମୁଖରେ ଆସୁଥିବା ଆହ୍ୱାନ ଓ ପ୍ରସଙ୍ଗକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରି ସୂଚନା ହାସଲ କରୁଛନ୍ତି । ଏହାଦ୍ୱାରା ସେମାନଙ୍କର କାର୍ଯ୍ୟକଳାପକୁ ଆହୁରି ମଜଭୁତ କରାଯାଇ ପାରିବ ଏବଂ ଯଦି କିଛି ପ୍ରତିବନ୍ଧକ ବା ବାଧା ରହିଥାଏ, ତାହା ଦୂର ହୋଇପାରିବ।

The post ୯୭ ଦିନ ପରେ ଦେଶରେ ଆକ୍ଟିଭ କେସ୍ ୫ ଲକ୍ଷ ତଳେ appeared first on Odisha Reporter.



from Odisha Reporter https://ift.tt/3yoP2sF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages