ମୁମ୍ବାଇ: ଛୋଟ ପରଦାର ବଡ଼ ଚେହେରା ପାଲଟି ସାରିଲେଣି କମେଡିଆନ ଭାରତୀ ସିଂ। କପିଲ ଶର୍ମା ଶୋ ହେଉ କି ଫିଅର ଫ୍ୟାକ୍ଟର ବା ଡ୍ୟାନ୍ସ ଦିୱାନେ ସବୁଥିରେ ଦେଖିବାକୁ ମିଳେ ଭାରତୀର କମେଡିର ତଡ଼କା। ନିଜ ଷ୍ଟାଣ୍ଡ ଅପ୍ କମେଡି ଯୋଗୁ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ କିନ୍ତୁ ନିଜ ଜୀବନରେ ଖୁବ୍ ସଂଘର୍ଷ କରିଛନ୍ତି। କୁହାଯାଏ ସବୁ ହସୁଥିବା ଚେହେରା ପଛରେ ଲୁଚି ରହିଥାଏ ଦୁଃଖ।
ଆଜି ୩୭ ବର୍ଷରେ ପାଦ ଥାପିଥିବା ଭାରତୀ ନିଜ ଜୀବନର ଏପରି କିଛି ଅକୁହା ଫର୍ଦ୍ଦକୁ ଲେଉଟାଇ ନିଜ ଭିତରେ ଚାପିଥିବା ଦୁଃଖକୁ ବଖାଣିଛନ୍ତି। ଆଜି ହାସଲ କରିଥିବା ନେମ୍, ଫେମ୍ ଷ୍ଟାଟସ୍ ପାଇଁ ତାଙ୍କୁ ବି କରିବାକୁ ପଡ଼ିଛି ଖୁବ୍ ସଂଘର୍ଷ ।
ମାତ୍ର ୨ ବର୍ଷର ଥିବା ସମୟରେ ଭାରତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଫଳରେ ଘର ଚଳାଇବା ପାଇଁ ତାଙ୍କ ମା’ ଅନ୍ୟ ଘରେ କାମ କରୁଥିଲେ, ରୋଷେଇ କରୁଥିଲେ। ଜୀବନ ଆରମ୍ଭରୁ ଅଭାବ, ଅନଟକକୁ ଦେଖିଥିବା ଭାରତୀ ମୁମ୍ବାଇ ଆସିବା କଥା ଭାବିବାରୁ ଏହାକୁ ଘୋର ବିରୋଧ କରିଥିଲେ ତାଙ୍କ ସମ୍ପର୍କୀୟ। ଲାଫ୍ଟର ଚ୍ୟାଲେଞ୍ଜ ପାଇଁ ମନୋନୀତ ହୋଇଥିବା କଥା ପ୍ରଚାରିତ ହେବା ପରେ ସମ୍ପର୍କୀୟମାନେ ତାଙ୍କ ସହ କଥାବାର୍ତ୍ତା ହେବା ବନ୍ଦ କରି ଦେଇଥିଲେ। ହେଲେ ସେ ପଛକୁ ଫେରି ଚାହିଁ ନ ଥିଲେ।
ଭାରତୀଙ୍କ କହିବାନୁଯାୟୀ, ଗାଁ ଲୋକମାନେ ବଲିଉଡ଼ ଡାଇରେକ୍ଟରମାନଙ୍କୁ ଭିଲେନ ବୋଲି ଭାବିଥାନ୍ତି, ଯିଏକି ସବୁବେଳେ ଅନ୍ୟର ଫାଇଦା ଉଠାଇଥାଏ। ସେମାନଙ୍କ କହିବାନୁଯାୟୀ, ଝିଅମାନେ ସେତେବେଳେ କିଛି ସଫଳତା ପାଇପାରିଥାଆନ୍ତି ଯେତେବେଳେ ସେମାନେ କିଛି ଭୁଲ୍ କରିଥାନ୍ତି। କିନ୍ତୁ ଏସବୁ କଥାକୁ ଖାତିର ନ କରି ମୋ ମା’ ମୋତେ ମୁମ୍ବାଇ ଆଣିଥିଲେ। ମୁ ମୁମ୍ବାଇ ଆସି ନ ପାରିବା ପଶ୍ଚାତାପରେ ଜୀବନ କାଟେ ବୋଲି ସେ ଚାହୁଁ ନ ଥିଲେ।
ନ୍ୟାସନାଲ କମେଡି ଦୁନିଆରେ ଏବେ ପୁରୁଷଙ୍କ ଦବଦବା ଥିବା ବେଳେ ଏପରି ସମୟରେ ଜଣେ ମହିଳା ହୋଇ ବି ଭାରତୀ ତିଆରି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଭାରତୀଙ୍କ ଏଣ୍ଟ୍ରି ହେଉ ହେଉ ଦର୍ଶକଙ୍କ କରତାଳିରେ ଫାଟି ପଡ଼େ ଷ୍ଟେଜ। ଏଥିପାଇଁ କିନ୍ତୁ ତାଙ୍କୁ ଖୁବ୍ ସଂଘର୍ଷ ଓ ପରିଶ୍ରମ କରିବାକୁ ପଡ଼ିଛି।
The post ‘ଲାଫ୍ଟର ଚ୍ୟାଲେଞ୍ଜ ପାଇଁ ସିଲେକ୍ଟ ହେବାରୁ କଥା ହେଲେନି ସମ୍ପର୍କୀୟ’ appeared first on Odisha Reporter.
from Odisha Reporter https://ift.tt/3hzPH3B
No comments:
Post a Comment