ଟିମ୍ ଇଣ୍ଡିଆକୁ ଝଟକା, ଋଷଭ ପନ୍ତ କୋଭିଡ୍ ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 15, 2021

ଟିମ୍ ଇଣ୍ଡିଆକୁ ଝଟକା, ଋଷଭ ପନ୍ତ କୋଭିଡ୍ ପଜିଟିଭ୍

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆକୁ ଝଟକା। ଓ୍ୱିକେଟ କିପର ଋଷଭ ପନ୍ତ କୋଭିଡ ପଜିଟିଭ୍ ହୋଇଥିବା ସୂଚନା ରହିଛି। ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିଲା ଟେଷ୍ଟ ମ୍ୟାଚ। କରୋନା ନିୟମକୁ ଦୃଷ୍ଟିରୁ ରଖି ଟିମ୍ ଇଣ୍ଡିଆ ବହୁ ପୂର୍ବରୁ ଇଂଲଣ୍ଡ ଗସ୍ତ କରିଥିଲା। ହେଲେ ପନ୍ତ ପଜିଟିଭ୍ କୋଭିଡରେ ସଂକ୍ରମିତ ହେବା ଦଳକୁ ଝଟକା ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନିକଟରେ ଲଣ୍ଡନରେ ଆୟୋଜିତ ହୋଇଥିବା ୟୁରୋ କପ୍ ଫାଇନାଲ ମ୍ୟାଚ ଦେଖିବାକୁ ପନ୍ତ ଯାଇଥିଲେ। ଯେଉଁଠି ୯୦ ହଜାରରୁ ଅଧିକ ଦର୍ଶକ ଥିଲେ। ଏଥିସହ କରୋନାର ସମସ୍ତ ନିୟମକୁ ଏଠି ଜଳାଞ୍ଜଳି ଦିଆଯାଇଥିଲା। ପନ୍ତ ୟୁରୋ କପ୍ ଦେଖିବାକୁ ଯାଇଥିଲେ ବୋଲି ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରିଥିଲେ।

ପନ୍ତ ଏବେ ଲଣ୍ଡନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ହୋମ୍ ଆଇସୋଲେସନରେ ଥିବା ଜଣାପଡ଼ିଛି। ପନ୍ତଙ୍କ ସହିତ ଥିବା ଅନ୍ୟ ଖେଳାଳି କୋଭିଡରେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି। ହେଲେ ଯେଉଁମାନେ ପନ୍ତଙ୍କ ସହିତ ଥିଲେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା କୁହାଯାଉଛି।

ବିସିସିଆଇ ଯଦି ସରକାରୀ ଭାବରେ ଏ ନେଇ କୌଣସି ବିବୃତ୍ତି ଦେଇ ନାହିଁ। ହେଲେ ୮ ଦିନ ହେବ ରିଷଭ ହୋମ୍ ଆଇସୋଲେସନରେ ଥିବା ସୂଚନା ରହିଛି। ଏବେ ପନ୍ତ ଡରହମ ଯିବେ ନାହିଁ ବୋଲି ସୂଚନା ରହିଛି। ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ଡରହମରେ ପ୍ରାକ୍ଟିସ ମ୍ୟାଚ ଖେଳିବ ବୋଲି ଜଣାପଡ଼ିଛି। ହେଲେ ପନ୍ତ ଟିମରେ କେବେ ସାମିଲ ହେବେ ସେ ନେଇ ସୂଚନା ମିଳିନାହିଁ।

ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି ଜଣାପଡ଼ିଛି। ମୋଟ୍ ୨୩ ଜଣ ଖେଳାଳି ଇଲଂଣ୍ଡ ଗସ୍ତରେ ରହିଛନ୍ତି। ସମସ୍ତ ଖେଳାଳିଙ୍କୁ ଜନ ଗହଳି ସ୍ଥାନକୁ ନଯିବାକୁ ବିସିସିଆଇର ସେକ୍ରେଟେରୀ ଜୟ ଶାହ ଏକ ଇ-ମେଲ ଜରିଆରେ ସମସ୍ତ ଖେଳାଳି ଏବଂ କ୍ରିଉ ସଦସ୍ୟଙ୍କୁ କହିଥିବା ସୂଚନା ରହିଛି।

ଏ ନେଇ ବୁଧବାର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କୋଲକାତା ଯାଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି। ହେଲେ କଣ ଆଲୋଚନା କରିଛନ୍ତି ସେ ବାବଦରେ ନିରବ ରହିଛନ୍ତି।

ସୂଚନାଯୋଗ୍ୟ, ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି କୋଭିଶିଲ୍ଡ ଟିକା ନେଇଥିବା ଜଣାପଡ଼ିଛି। ବ୍ରିଟେନରେ ଏବେ କୋଭିଡ ସଂକ୍ରମଣ ବଢ଼ିଛି। ହେଲେ ଆରୋଗ୍ୟ ସଂଖ୍ୟା ମୃତକଙ୍କ ତୁଳନାରେ ଅଧିକ ରହିଛି। ଯେଉଁମାନେ ସଂକ୍ରମିତ ହେଉଛନ୍ତି ଅଧିକାଂଶଙ୍କ ପାଖରେ ଡେଲଟା ଭାରିଆଣ୍ଟ ରହିଥିବା ସୂଚନା ରହିଛି।

The post ଟିମ୍ ଇଣ୍ଡିଆକୁ ଝଟକା, ଋଷଭ ପନ୍ତ କୋଭିଡ୍ ପଜିଟିଭ୍ appeared first on Odisha Reporter.



from Odisha Reporter https://ift.tt/3r8SyVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages