’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଉ ୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 15, 2021

’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଉ ୨ ଗିରଫ

ଜଳେଶ୍ୱର (ଅଜିତ କୁମାର ଦାସ): ’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଜି ଆଉ ଦୁଇ ଜଣଙ୍କୁ ବାନ୍ଧିଛି ସିବିଆଇ। ଏହି ଦୁଇ ଜଣ ହେଲେ ‘ଗ୍ରୀନ୍‌ ରେ’ର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନଙ୍କ ଦୁଇ ଭାଇ ମୀର ଜମୀର ଓ ମୀର ସୈମତ।

ସିବିଆଇ ଡିଏସ୍‌ପି ଅଶୋକ କୁମାରଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ୍ ଜଳେଶ୍ୱରର ସେକବାଡ଼ ଅଞ୍ଚଳରେ ଚଢ଼ାଉ କରି ଏହି ଦୁଇ ଭାଇଙ୍କୁ ଗିରଫ କରିଛି। ଜଳେଶ୍ୱର ପୁଲିସ୍ ସହାୟତାରେ ସିବିଆଇ ଟିମ୍ ସେମାନଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ନେଇ ଯାଇଛନ୍ତି।

ଏହା ପୂର୍ବରୁ ୨୦୧୭ରେ ଫେବ୍ରୁଆରୀ ୪ ତାରିଖରେ ‘ଗ୍ରୀନ୍‌ ରେ’ର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନଙ୍କୁ ଗିରଫ କରିଥିଲା ସିବିଆଇ। ତାଙ୍କୁ କୋଲକାତା ବିମାନବନ୍ଦରରୁ ଗିରଫ କରାଯାଇଥିଲା।

‘ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍ ସଂସ୍ଥା ସାରା ଦେଶରୁ ଲୋକଙ୍କ ଠାରୁ ୨୦୦୦ କୋଟି ଲୁଟିଥିବା ବେଳେ ଓଡ଼ିଶାରୁ ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି।

The post ’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଉ ୨ ଗିରଫ appeared first on Odisha Reporter.



from Odisha Reporter https://ift.tt/3elfjjH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages