ମୁମ୍ୱାଇ: ଶିବସେନା ନେତା ସଞ୍ଜୟ ଗାଏକଓ୍ୱାଡଙ୍କ ନାଁରେ ବିଜୁଳି ଚୋରି ଅଭିଯୋଗ। ୩୫ ହଜାର ଟଙ୍କାର ବିଜୁଳି ଚୋରି କରିଥିବା ଅଭିଯୋଗରେ ସଞ୍ଜୟଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ସଞ୍ଜୟ ହେଉଛନ୍ତି ଶିବସେନାର ଅନ୍ୟତମ କୋଟିପତି ନେତା। ଯିଏକି ରାଜନେତା ସହିତ ଜଣେ ବ୍ୟବସାୟୀ। ନିକଟରେ ସଞ୍ଜୟ ୮ କୋଟି ଟଙ୍କାର ରୟସେ କାର କିଣିଥିଲେ।
ମହାରାଷ୍ଟ୍ରର କଲ୍ୟାଣସ୍ଥିତ କୋଲସେଓ୍ୱାଡି ଥାନାରେ ସଞ୍ଜୟଙ୍କ ନାଁରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରି ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ (MSEDCL) ଏହି ଅଭିଯୋଗ କରିଛି। ଏମଏସଇଡିସିଏଲ ଅଭିଯୋଗ ପତ୍ରରେ କହିଛି ମାର୍ଚ୍ଚ ମାସରେ ସଞ୍ଜୟଙ୍କ ରିଏଲି ଇଷ୍ଟେଟ କମ୍ପାନୀ କଲ୍ୟାଣ ଇଷ୍ଟ ସ୍ଥିତ କୋକସେଓ୍ୱାଡିରେ ଏକି ନିର୍ମାଣ କାମ କରୁଥିଲା। ଏହି ସମୟରେ ବିଦ୍ୟୁତ ସଂଯୋଗ ନେଇଥିଲା। ଏହି ବିଦ୍ୟୁତ ବିଲର ଖର୍ଚ୍ଚ ହେଉଛି ୩୪,୮୪୦ ଟଙ୍କା। ବକେୟା ବିଲ୍ ସହିତ ୧୫ ହଜାର ଟଙ୍କାର ଜୋରିମାନା ପୈଠ କରିବାକୁ ଏମଏସଇଡିସିଏଲ ସଞ୍ଜୟଙ୍କୁ କହିଥିଲା। ହେଲେ ସେ ଏହାର ଉତ୍ତର ଦେଇନଥିଲେ କି ବିଲ୍ ପୈଠ କରିନଥିଲେ। ଏହାପରେ ଜୁନ୍ ୩୦ରେ ଏମଏସଇଡିସିଏଲ ଥାନାରେ ମାମଲା ରୁଜୁ କରିଥିଲା।
ତେବେ ଜୁଲାଇ ୧୨ରେ ସଞ୍ଜୟ ଗାଏକଓ୍ୱାଡ ମୋଟ୍ ୪୯,୮୪୦ ଟଙ୍କା ଦେଇଥିଲେ। ଯେଉଁଥିରେ ତିନି ମାସର ବକେୟା ବିଦ୍ୟୁତ୍ ବିଲ୍ ୩୪,୮୪୦ ଟଙ୍କା ରହିଛି। ସୋମବାର ଏମଏସଇଡିସିଏଲ ଏହା କହିଛି। ତେବେ ଶିବସେନାର ନେତା ସଞ୍ଜୟଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି ତାହା ଠିକ୍ ନୁହେଁ ବୋଲି କହିଛନ୍ତି।
The post କୋଟିପତି ଶିବସେନା ନେତାଙ୍କ ନାଁରେ ବିଜୁଳି ଚୋରି ଅଭିଯୋଗ, ଥାନାରେ ମାମଲା appeared first on Odisha Reporter.
from Odisha Reporter https://ift.tt/2TZJEh3
No comments:
Post a Comment