କାଳିଆ ଭାବରେ ବନ୍ଧା ବିଦେଶିନୀ, ଜର୍ମାନୀରୁ ଆସି ପାଲଟିଗଲେ ଖାଣ୍ଟି ଓଡ଼ିଆଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

କାଳିଆ ଭାବରେ ବନ୍ଧା ବିଦେଶିନୀ, ଜର୍ମାନୀରୁ ଆସି ପାଲଟିଗଲେ ଖାଣ୍ଟି ଓଡ଼ିଆଣୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ପ୍ରେମରେ ବନ୍ଧା ବିଦେଶିନୀ । ସନାତନ ଧର୍ମ ସହ ଜଗନ୍ନାଥଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ଜର୍ମାନୀରୁ  ଆସିଥିବା ମହିଳା ଲୀଳାବତୀ ଦାସୀ । ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି, ଶ୍ରୀମଦ୍ ଭାଗବତ ପ୍ରାଞ୍ଜଳ ଭାବେ କହିପାରୁଛନ୍ତି। ପ୍ରଭୁଙ୍କୁ ଦେଖିଲେ ଭୋକ ଶୋଷ ଭୁଲିଯାଉଛନ୍ତି ଲୀଳାବତୀ ।

ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିପାରୁନାହାନ୍ତି ।

ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କୁ ବାରଣ ଥିବାରୁ ସେ ମନ ଭିତରେ କାଳିଆକୁ ଡାକୁଥିବା କୁହନ୍ତି । ଓଡିଆଣୀ ଭଳି ରାତି ପାହିଲେ ଗାଧୋଇ ପାଧୋଇ ତୁଳସୀ ଗଛମୂଳେ ପୂଜାର୍ଚ୍ଚନା କରିବା ସହ ତୁଳସୀ ପାଣିକୁ ପାଇଥାନ୍ତି । ଆଉ ତାପରେ ଗୋବିନ୍ଦଙ୍କ ପାଖରେ ଭଜନ ଓ କୀର୍ତ୍ତନ କରିଥାନ୍ତି ଲୀଳାବତୀ ।

କାଳିଆ ପ୍ରେମରେ ଅନ୍ଧ  ଲୀଳାବତୀ କୁହନ୍ତି,  ହରି ନାମରେ ଯେଉଁ ଆନନ୍ଦ ଅଛି, ତାହା କଣ ମଣିଷ କେଉଁ ଜନ୍ମରେ ବି ପାଇ ପାରିବ ନାହିଁ । ତାଙ୍କ ଦେଶ ଭଳି ପାଶ୍ଚାତ୍ୟ ଦେଶରେ ଲୋକେ କେବଳ ଧନ, ଯୌବନ, ଚାକିରୀ ଓ ପିଲାଛୁଆ ପଛରେ ଦୌଡ଼ଛନ୍ତି । କିନ୍ତୁ ହରିଙ୍କୁ ସ୍ମରଣ କଲେ ଯେଉଁ ଶାନ୍ତି ଓ ଆନନ୍ଦ ମିଳେ, ତାହା କୌଣସି ବିଳାସବ୍ୟସନ ଜୀବନରେ ନାହିଁ । ସେଥିପାଇଁ ସେ ବିବାହ ବନ୍ଧନରେ ବାନ୍ଧି ନହୋଇ ସନାତନ ଧର୍ମର ମର୍ମ କଥାକୁ ଭଲ ଭାବେ ବୁଝିଛନ୍ତି ।

ଆଜିକୁ ୨୦ ବର୍ଷ ତଳେ ନିଜ ଦେଶରେ ଥିବା ରାଧକୃଷ୍ଣ ଆଶ୍ରମରେ ଗୀତା ଓ ଭାଗବତରେ କୃଷ୍ଣଙ୍କ କଥା ଶୁଣିଥିଲେ । ଆଉ ସେବେ ଠାରୁ ସେ କାଳିଆ ଭାବରେ ବନ୍ଧା ପଡ଼ିଛନ୍ତି । ସେ ମଝିରେ ମଝିରେ ଭାରତକୁ ଆସି ବିଭିନ୍ନ ତୀର୍ଥ ସ୍ଥାନ ଯେମିତି ବୃନ୍ଦାବନ, କାଶୀ ଓ ନବଦୀପ ନଦିଆରେ ଅନେକ ଦିନ କାଟିବା ପରେ ଶେଷରେ ଓଡିଶାରେ ପହଞ୍ଚିଛନ୍ତି । ଖନ୍ତାପଡାର ଶ୍ରୀକୃଷ୍ଣ ଚୌତନ୍ୟ ମିଶନ ମଠକୁ ଆସି ସେଠାରେ ହିଁ ସବୁଦିନ ରହିବା ପାଇଁ ବାଛିନେଇଛନ୍ତି ।

The post କାଳିଆ ଭାବରେ ବନ୍ଧା ବିଦେଶିନୀ, ଜର୍ମାନୀରୁ ଆସି ପାଲଟିଗଲେ ଖାଣ୍ଟି ଓଡ଼ିଆଣୀ appeared first on Odisha Reporter.



from Odisha Reporter https://ift.tt/3wG297c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages