ମୁମ୍ବାଇ: ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଶିଳ୍ପା ୪୫ ବର୍ଷ ଅତିକ୍ରମ କରିବା ପରେ ବି ବେଶ୍ ହିଟ୍ ଓ ଫିଟ ରହିଛନ୍ତି । ସବୁବେଳେ ହସ ହସ ମୁହଁରେ କ୍ୟାମେରା ସମ୍ମୁଖରେ ପୋଜ ଦେଉଥିବା ଶିଳ୍ପା ଏଥର କିନ୍ତୁ ସାଜିଛନ୍ତି ଭୂତୁଣୀ। ଭୟାନକ୍ ରୂପରେ ଆର୍ତ୍ତ ଚିତ୍କାର ଛାଢ଼ୁଛନ୍ତି ଶିଳ୍ପା। କେବଳ ପ୍ରତିଶୋଧ ନେବା ପାଇଁ ଏପରି ଭୟାନକ ଗେଟ୍ଅପ ଧାରଣ କରିଛନ୍ତି ସୁନ୍ଦରୀ ଶିଳ୍ପା।
ସୁପର ଡ୍ୟାନ୍ସର- ଚାପ୍ଟର ୪ର ଅପକମ୍ବିଂ ଏପିସୋଡ଼ ଲାଗି ଏପରି ରୂପ ଧାରଣ କରିଛନ୍ତି ଶିଳ୍ପା। ଏହି ଏପିସୋଡ଼ରେ ପ୍ରତିଯୋଗୀମାନେ କ୍ଲାସିକ ହିଟ୍ ନମ୍ବରରେ ଫରଫର୍ମ କରିବେ। ଏହାକୁ ନେଇ ସୋନି ଟିଭି ତରଫରୁ ଏକ ନୂଆ ପ୍ରୋମୋ ଲଞ୍ଚ କରାଯାଇଛି। ଏହି ପ୍ରୋମୋରେ ଶିଳ୍ପା ଧଳା ସମ୍ପୂର୍ଣ୍ଣ ଧଳା ଡ୍ରେସ୍ ପିନ୍ଧିଥିବା ବେଳେ ସେଥିରେ ରହିଛି ରକ୍ତର ଛିଟା। ଏହାକୁ ମ୍ୟାଚ୍ କରିବାକୁ ଭୟାନକ ମେକଅପ୍ ବି ନେଇଛନ୍ତି ଶିଳ୍ପା। ଭୂତ ହୋଇ ସେ ସୁପର ଗୁରୁ ବୈଭବ ଘାଟଗେଙ୍କୁ ଡରାଉଛନ୍ତି। ପୂର୍ବରୁ ବୈଭବ ସେଟ୍ରେ ଅଭିନେତ୍ରୀମାନଙ୍କୁ ଡରାଉଥିବା ନଜର ଆସୁଥିବା ବେଳେ ଏହାର ବଦଲା ନେଇଛନ୍ତି ଶିଳ୍ପା।
ଏଥିନିମନ୍ତେ ନିଜ୍କୁ ଖୁବ୍ ଭୟଙ୍କର କରିବାକୁ ଶିଳ୍ପା ନିଜ ମେକଅପ୍ ଆଟିଷ୍ଟଙ୍କୁ କହିଛନ୍ତି। ମେକଅପ୍ ପରେ ଶିଳ୍ପା ଆଇନାରେ ନିଜ ମୁହଁ ଦେଖି ଚିତ୍କାର ଛାଡ଼ିଛନ୍ତି। କେବଳ ସେତିକି ନୁହେଁ, ଶିଳ୍ପାଙ୍କ ମୁହଁରେ ଧଳା ରଙ୍ଗର ବେସ୍ ଦିଆଯାଇଥିବା ବେଳେ ନାକ ଓ ଗାଲରୁ ରକ୍ତ ଝରୁଥିଲା। ଏଥିସହ ରକ୍ତ ଛିଟା ଲଗା ଧଳା ଗାଉନ ପିନ୍ଧି ସେ ବୈଭବ ରହୁଥିବା ହୋଟେଲ ରୁମ୍ ସମ୍ମୁଖରେ ଛିଡ଼ା ହେଲେ। ଏଭଳି ରୂପରେ ଶିଳ୍ପାଙ୍କୁ ଚିହ୍ନି ନ ପାରି ବୈଭବ ଚିତ୍କାର କରିଥିଲେ। ମାତ୍ର ବୈଭବଙ୍କୁ ବେଶି ସମୟ ଡରାଇ ପାରି ନ ଥିଲେ ଶିଳ୍ପା । ସେ ନିଜ ହସ ରୋକି ପାରି ନ ଥିଲେ ଓ ଧରା ପଡ଼ି ଯାଇଥିଲେ।
ଏହି ଏପିସୋଡ଼କୁ ଅନୁ କପୁର ସ୍ପେଶାଲ ଜଜ୍ ହୋଇ ଆସି ରେଟ୍ରୋ ସିନେମା ସହ ଲିଙ୍କ ଥିବା ବହୁ ମଜାଦାର କଥା ଶେଆର କରିବେ। ଏହି ଅବସରରେ ଜଜ୍ ଶିଳ୍ପା ସେଟ୍ଟି, ଗୀତା କପୁର, ଅନୁରାମ ବାସୁ ରେଟ୍ରୋ ଲୁକ୍ରେ ନଜର ଆସିବେ।
ଏନେଇ ଶୋ’ର ଅନ୍ୟତମ ଜଜ୍ ଅନୁରାମ ବାସୁ କହିଛନ୍ତି, ପ୍ରଥମ ଥର ପାଇଁ ଜଣେ ଜଜ୍ ଏପରି ଫ୍ରେକ୍ କରିଛନ୍ତି। ପୂର୍ବରୁ ପ୍ରତିଯୋଗୀମାନେ କରୁଥିବା ବେଳେ ଜଜ୍ ହିସାବରେ ଏପରି କାଣ୍ଡ ଘଟାଇବାରେ ଶିଳ୍ପା ହେଉଛନ୍ତି ପ୍ରଥମ।
View this post on Instagram
The post ପ୍ରତିଶୋଧ ନିଆଁରେ ଜଳୁଥିଲେ ଅଭିନେତ୍ରୀ, ଶେଷରେ ସାଜିଲେ ଭୂତୁଣୀ appeared first on Odisha Reporter.
from Odisha Reporter https://ift.tt/3hIuk0b
No comments:
Post a Comment