ରାଜ୍ୟରେ ମାତ୍ର ୨ ପ୍ରତିଶତ ସରକାରୀ ସ୍କୁଲରେ ଅଛି ଇଣ୍ଟରନେଟ୍ ସଂଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ରାଜ୍ୟରେ ମାତ୍ର ୨ ପ୍ରତିଶତ ସରକାରୀ ସ୍କୁଲରେ ଅଛି ଇଣ୍ଟରନେଟ୍ ସଂଯୋଗ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଏବେ ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ଅନ୍ ଲାଇନ୍ ଜରିଆରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ରାଜ୍ୟ ସରକାର ଏବେ ଅନ୍ ଲାଇନ ଜରିଆରେ ପାଠ ପଢ଼ାଉଛନ୍ତି। ଏହି ସମୟରେ କେଉଁଠି ପାହାଡ ଉପରେ ଚଢ଼ି ନେଟଓ୍ୱର୍କ ଖୋଜା ଚାଲିଛି ତ ଆଉ କେଉଁଠି ସମ୍ବଳ ନଥିବାରୁ ଗୋଟିଏ ମୋବାଇଲକୁ ତିନି ଚାରି ଜଣ ଏକାଠି ହୋଇ ଦେଖୁଥିବା ସୂଚନା ରହିଛି। ଏହାରି ଭିତରେ ଗୁରୁବାର କେନ୍ଦ୍ର ସରକାର ଜାରି କରିଛନ୍ତି ଏକ ରିପୋର୍ଟ। ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର୍ ଏଜେକେସନ ପ୍ଲସ (UDISE +)ର ସର୍ଭେ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ କହିଛି ଯେ ଓଡ଼ିଶାରେ ମାତ୍ର ୨ ପ୍ରତିଶତ ସରକାରୀ ସ୍କୁଲରେ ଇଣ୍ଟରନେଟ ସଂଯୋଗ ରହିଛି।

ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୫୩ ହଜାର ୨୬୦ଟି ସରକାରୀ ସ୍କୁଲ ରହିଛି। ସେଥିମଧ୍ୟରୁ ୮,୬୧୫ଟି ସ୍କୁଲରେ କମ୍ପ୍ୟୁଟର ରହିଛି। ୮,୫୦୦ଟି କମ୍ପ୍ୟୁଟର ଯେଉଁଭଳି ବ୍ୟବହାର ହେବା କଥା ହେଉଛି। ଅର୍ଥାତ ମୋଟ୍ ସ୍କୁଲର ୧୬.୧୮ ପ୍ରତିଶତ ସରକାରୀ ସ୍କୁଲରେ କମ୍ପ୍ୟୁଟର ରହିଛି। ସେହିପରି ୧,୪୫୦ (୨.୭୨ ପ୍ରତିଶତ)ଟି ସରକାରୀ ସ୍କୁଲରେ ଇଣ୍ଟରନେଟ ସଂଯୋଗ ରହିଛି। ତେବେ ୨,୨୩୧ ଘରୋଇ ସ୍କୁଲରୁ ୩୫ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଥିବା ଜଣାପଡ଼ିଛି। ୨୦୧୮-୧୯ ଶିକ୍ଷା ବର୍ଷରେ କିନ୍ତୁ ଏହାର ଚିତ୍ର ଅଲଗା ରହିଥିଲା। ମୋଟ୍ ୮.୭ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର ଏବଂ ୮.୨୬ ସ୍କୁଲରେ ଇଣ୍ଟରନେଟ ସଂଯୋଗ ରହିଥିଲା।

ତେବେ ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟ ସରକାର ୮ ହଜାର ପ୍ରାଇମେରୀ ସ୍କୁଲକୁ ବନ୍ଦ କରିଦେଇଥିବା UDISE + ରିପୋର୍ଟରୁ ଜଣାପଡ଼ିଛି। ସେହିପରି ସରକାରୀ ସ୍କୁଲର ଶିକ୍ଷକଙ୍କ ସଂଖ୍ୟା ୨,୩୮,୫୫୦କୁ ହ୍ରାସ ପାଇଛି ଏହି ଶିକ୍ଷାବର୍ଷରେ। ହେଲେ ୨୦୧୮-୧୯ରେ ମୋଟ୍ ୩,୪୦,୪୭୭ ଜଣ ଶିକ୍ଷକ ଥିଲେ। ଉଚ୍ଚ ମାଧ୍ୟମିକ ସ୍ତରରେ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ଅନୁପାତ ୬୬:୧ ଥିବା ବେଳେ ମାଧ୍ୟମିକ ସ୍ତରରେ ୧୭:୬ ହୋଇଛି।

ଯଦି ଆଡମିଶନକୁ ବିଚାର କରାଯାଏ, ତେବେ ୨୦୧୯-୨୦ରେ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାରେ ରାଜ୍ୟରେ ୮୦,୩୩,୮୧୫ ଜଣ ନାମ ଲେଖାଇଥିଲେ। ୨୦୧୮-୧୯ରେ କିନ୍ତୁ ୮୧,୦୨,୩୩୧ ଜଣ ନାମ ଲେଖାଇଥିଲେ। ତେବେ ଏହି ଅବଧି ମଧ୍ୟରେ ଉଭୟ ପୁଅ ଏବଂ ଝିଅଙ୍କ ନାମଲେଖା ହାର ପ୍ରାୟତଃ ସମାନ ରହିଛି।

ମୋଟ୍ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓବିସି ଶ୍ରେଣୀର ୩୬.୨ ପ୍ରତିଶତ ରହିଛି। ପୂର୍ବ ଶିକ୍ଷାବର୍ଷରେ କିନ୍ତୁ ଏହା ୩୬.୮ ପ୍ରତିଶତ ଥିଲା। ସେହିପରି ୨୦୧୮-୧୯ରେ ୧.୫ ପ୍ରତିଶତ ମୁସଲିମ୍ ନାମଲେଖା ଲେଖାଇଥିବା ବେଳେ ୨୦୧୯-୨୦ରେ ୨.୦୨ ପ୍ରତିଶତ ନାମ ଲେଖାଇଛନ୍ତି।

The post ରାଜ୍ୟରେ ମାତ୍ର ୨ ପ୍ରତିଶତ ସରକାରୀ ସ୍କୁଲରେ ଅଛି ଇଣ୍ଟରନେଟ୍ ସଂଯୋଗ appeared first on Odisha Reporter.



from Odisha Reporter https://ift.tt/2UjKe8S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages