‘କରୋନାର ନୂଆ ଭାରିଆଣ୍ଟ ସହ ଲଢ଼ିବ ଟିକାର ବୁଷ୍ଟର ଡୋଜ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

‘କରୋନାର ନୂଆ ଭାରିଆଣ୍ଟ ସହ ଲଢ଼ିବ ଟିକାର ବୁଷ୍ଟର ଡୋଜ୍‌’

ନୂଆଦିଲ୍ଲୀ: ମୁଣ୍ଡ ବିନ୍ଧା ସାଜିଛି କରୋନାର ମ୍ୟୁଟେସନ୍ । ଦିନକୁ ଦିନ ମହାମାରୀ କରୋନାର ନୂଆ ନୂଆ ରୂପ ସାମ୍ନାକୁ ଆସୁଛି। ଡେଲ୍ଟା, ଡେଲ୍ଟା ପ୍ଲସ, ଅଳ୍ଫା, ଗାମା, କାପା, ଲାମ୍ବଡା, ବିଟା ଭଳି କରୋନାର ଅନେକ ଭାରିଏଣ୍ଟ ସାମ୍ନାକୁ ଆସିଛି । ଏହି ସବୁ ନୂଆ ଭାରିଆଣ୍ଟ ମୁକାବିଲା ପାଇଁ ଟିକାର ବୁଷ୍ଟର ଡୋଜ ନେବା ଜରୁରୀ ବୋଲି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

ସେ କହିଛନ୍ତି, ଆମ ଶରୀର ପାଇଁ ଟିକାର ଦୁଇଟି ଡୋଜ ଯଥେଷ୍ଟ ନୁହେଁ । ତାଙ୍କ ମତରେ ଦେଶରେ କରୋନାର ଯେଉଁ ସବୁ ନୂଆ ଭାରିଆଣ୍ଟ ବାହାରକୁ ଆସୁଛି, ସେସବୁ ଦୃଷ୍ଟିରେ ରଖି ଆମକୁ ଏକ ବୁଷ୍ଟର ଡୋଜ୍ ଟିକା ମଧ୍ୟ ଦରକାର। ଭବିଷ୍ୟତରେ କୋଭିଡ -୧୯ ଭୂତାଣୁର ଅନେକ ପରିବର୍ତ୍ତନ ଘଟିବ।

ତାଙ୍କ ମତରେ ଆମକୁ ଟିକାକରଣର ଏକ ବୁଷ୍ଟର୍ ଡୋଜ୍ ଆବଶ୍ୟକ ପଡିବ । କାରଣ ଆମର ରୋଗ ପ୍ରତିରୋଧକ ଶକ୍ତି ସମୟ ସହିତ ହ୍ରାସ ହୋଇପାରେ। ଭବିଷ୍ୟତରେ ବିକଶିତ ହେବାକୁ ଥିବା ନୂତନ ଭାରିଆଣ୍ଟରୁ ଆମକୁ ରକ୍ଷା କରିବାରେ ଏହା ସହାୟକ ହେବ।

AIIMS ମୁଖ୍ୟ ଆହୁରି କହିଛନ୍ତି, ଟିକାକରଣର ବୁଷ୍ଟର ଡୋଜର ପରୀକ୍ଷା ଆରମ୍ଭ ହୋଇସାରିଛି। ଥରେ ସମଗ୍ର ଜନସଂଖ୍ୟା ଦୁଇଟି ଟିକା ଗ୍ରହଣ କରିବା ପରେ ପରବର୍ତ୍ତୀ ପଦକ୍ଷେପ ରୂପେ ବୁଷ୍ଟର ଡୋଜର ଅଭିଯାନ ଆରମ୍ଭ କରାଯିବ।

ଗୁଲେରିଆ ଛୋଟ ପିଲାଙ୍କ ଟିକାକରଣକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି। ସେ ଆଶା କରିଛନ୍ତି, ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଟୀକାକରଣ ଅଭିଯାନ ମଧ୍ୟ ଆରମ୍ଭ ହେବ। ଭରତ ବାୟୋଟେକର କୋଭାକ୍ସିନ୍ ଏହି ଦିଗରେ ବହୁତ ଅଗ୍ରଗତି କରିଛି ଏବଂ ଏହାର ପରୀକ୍ଷା ଫଳାଫଳ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ।

The post ‘କରୋନାର ନୂଆ ଭାରିଆଣ୍ଟ ସହ ଲଢ଼ିବ ଟିକାର ବୁଷ୍ଟର ଡୋଜ୍‌’ appeared first on Odisha Reporter.



from Odisha Reporter https://ift.tt/2UOQ9Dz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages