ଶ୍ରୀନଗର: ବନ୍ଧୁକ ଲାଇସେନ୍ସ ର୍ୟାକେଟ୍ ମାମଲାର ଯାଂଚ କରୁଥିବା ସିବିଆଇ କରିଛି ବଡ ଖୁଲାସା । ଏହି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଦୁର୍ନୀତିରେ ଜମ୍ମୁ କାଶ୍ମୀରର ଅନେକ ଜିଲ୍ଲା ଅଧିକାରୀ ସାମିଲ ଅଛନ୍ତି ବୋଲି ସିବିଆଇ କହିଛି । ଏମାନେ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର କରୁଥିବା ଡିଲରଙ୍କ ସହ ମିଶି ୨୦୧୨ ଯାଏଁ ଅନେକ ବେଆଇନ୍ ବନ୍ଧୁକ ଲାଇସେନ୍ସ ଜାରି କରିଛନ୍ତି।
କୁହାଯାଉଛି ଯେ, ଟଙ୍କା ପାଇଁ ଜିଲ୍ଲାଅଧିକାରୀଙ୍କ ଦ୍ୱାରା ୨ ଲକ୍ଷ ୭୮ ହଜାରରୁ ଅଧିକ ବେଆଇନ୍ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି। ଏହା ଭାରତର ସବୁଠରୁ ବଡ ବନ୍ଧୁକ ଲାଇସେନ୍ସ ସ୍କାମ ବୋଲି ସିବିଆଇ ସୂଚନା କହିଛି।
ସିବିଆଇର ସୂଚନା ମୁତାବକ, ଜମ୍ମୁ-କାଶ୍ମୀରରେ ବନ୍ଧୁକ ଲାଇସେନ୍ସ ର୍ୟାକେଟ୍ ସହ ସମ୍ବନ୍ଧିତ ମାମଲାରେ ୨୦ଟି ଗନ୍ ହାଉସ ସମେତ ୪୦ଟି ସ୍ଥାନରେ ଚଢ଼ାଉ ହୋଇଛି। ଏହି ଚଢ଼ାଉ ବେଳେ ଅନେକ ଦରକାରୀ କାଗଜପତ୍ର ସିବିଆଇ ହାତରେ ଲାଗିଛି।
ଏହି ସ୍କାମ ବିଷୟରେ ପ୍ରଥମେ ୨୦୧୭ରେ ଜଣାପଡିଥିଲା। ରାଜସ୍ଥାନ ଆତଙ୍କାବ ନିରୋଧ ସ୍କ୍ୱାର୍ଡ ଏହି ଦୁର୍ନୀତି ବିଷୟରେ ଖୁଲାସା କରିଥିଲା। ଏମାନେ ଜମ୍ମୁ-କାଶ୍ମୀରରେ ଅଧିକାରୀଭ୍କ ଦ୍ୱାରା ଜାରି କରାଯାଇଥିବା ଲାଇସେନ୍ସର ହତିଆର ସହ ଅପରାଧୀଙ୍କୁ ଗିରଫ କରିଥିଲେ। ଜାଲ୍ ଡକ୍ୟୁମେଣ୍ଟ୍ ଆଧାରରେ ସେନା କର୍ମଚାରୀଙ୍କ ନାମରେ ୩୦୦୦ ରୁ ଅଧିକ ଲାଇସେନ୍ସ ଦିଆଯାଇଥିବା ଏଟିଏସ୍ ଜାଣିବାକୁ ପାଇଥିଲା।
ଜାମ୍ମୁ କାଶ୍ମୀରର ତତ୍କାଳୀନ ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି-ବିଜେପି ମିଳିତ ସରକାର ୨୦୧୮ ରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଯାଞ୍ଚରେ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ପରେ ତତ୍କାଳୀନ ରାଜ୍ୟପାଳ ଏନ.ଏନ୍ ଭୋହରା ଏହି ମାମଲାକୁ ସିବିଆଇ ହସ୍ତାନ୍ତର କରିଥିଲେ।
ଏହି ମାମଲାରେ ଗତ ବର୍ଷ ମାର୍ଚ୍ଚରେ ସିବିଆଇ କୁପୱାଡାର ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ କାର୍ୟ୍ୟ କରିବା ସମୟରେ ହଜାର ହଜାର ଲାଇସେନ୍ସ ପ୍ରଦାନ କରିଥିବା ଆଇଏଏସ୍ ଅଧିକାରୀ କୁମାର ରାଜୀବ ରଂଜନ ଏବଂ ଇତ୍ରତ୍ ରାଫିକଙ୍କୁ ଗିରଫ କରିଥିଲା।
With ref to media reports I’ve to confirm that CBI did search my residence & found nothing incriminating in ongoing arms license probe. Media friends may note the probe covers 4 years across all distts. I am fully answerable to CBI for my tenure. Stats from my tenure are below pic.twitter.com/qhl60AFrGI
— Shahid Choudhary (@listenshahid) July 24, 2021
The post ସବୁଠୁ ବଡ଼ ବନ୍ଧୁକ ଲାଇସେନ୍ସ ଦୁର୍ନୀତି, ବହୁ ଜିଲ୍ଲାଅଧିକାରୀ ସାମିଲ appeared first on Odisha Reporter.
from Odisha Reporter https://ift.tt/3eTkzvv
No comments:
Post a Comment