ବାଇକ୍‌ ରଖି ରାସ୍ତା କଡ଼ରେ ଛିଡ଼ା ହେଇଥିଲେ, ମାଡ଼ି ଆସିଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ବାଇକ୍‌ ରଖି ରାସ୍ତା କଡ଼ରେ ଛିଡ଼ା ହେଇଥିଲେ, ମାଡ଼ି ଆସିଲା ଟ୍ରକ୍‌

ତେଲକୋଇ (ଚିନ୍ମୟ କୁମାର ସାହୁ): ବାଇକ୍ ରଖି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍‌ ଧକ୍କା ଦେବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ହନୁମାନ୍ତିଆ ପୋଲ ନିକଟରେ।

ଆହତ ଯୁବକଙ୍କ ନାଁ ମିଥୁନ ନାଏକ। ତାଙ୍କ ଘର ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଟମ୍ପର ଗାଁରେ।

ମିଥୁନ ଅନ୍ୟ ଜଣଙ୍କ ସହିତ ବାଇକ୍‌ରେ ତେଲକୋଇ ତଳସାହି ସ୍ଥିତ ତାଙ୍କ ମାମୁ ଘରକୁ ଆସୁଥିଲେ। ହନୁମାନ୍ତିଆ ପୋଲ ପାଖରେ ବାଇକ୍‌ରୁ ତେଲ ସରିଯିବାରୁ ମିଥୁନ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ଅନ୍ୟ ଜଣେ ତେଲ ପାଇଁ ଯାଇଥିଲେ। ଏହି ସମୟରେ ଜଗମୋହନପୁର ଆଡୁ ଆସୁଥିବା ଏକ ୧୪ ଚକିଆ ଅଳୁ ବୋଝେଇ ଟ୍ରକ୍ ମିଥୁନ୍ ଓ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ମିଥୁନ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ବାଇକ୍‌ଟି ଚୂର୍‌ମାର ହୋଇଯାଇଥିଲା। ଟ୍ରକ୍‌ଟି ମଧ୍ୟ ଓଲଟି ପଡ଼ିଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମିଥୁନଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍ ଫେରାର ହୋଇଯାଇଛନ୍ତି।

The post ବାଇକ୍‌ ରଖି ରାସ୍ତା କଡ଼ରେ ଛିଡ଼ା ହେଇଥିଲେ, ମାଡ଼ି ଆସିଲା ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/3AEKgcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages