ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଅଭିନେତ୍ରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 31, 2021

ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଅଭିନେତ୍ରୀ ଗିରଫ

କୋଲକାତା: ଗତ କିଛି ଦିନ ହେବ ଅଶ୍ଳୀଳ ଫିଲ୍ମ ତିଆରି ଅଭିଯୋଗରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀଙ୍କୁ ମୁମ୍ବାଇ କ୍ରାଇମବ୍ରାଂଚ ଗିରଫ କରିଛି। ଏହାପରେ ପର୍ଣ୍ଣ ଫିଲ୍ମ ମାମଲରେ ଜଡିତ ଜଣକ ପରେ ଜଣେ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସୁଛି। ଏହି ମାମଲରେ କୋଲକାତା ପୁଲିସ ମଡେଲରୁ ଅଭିନେତ୍ରୀ ବନିଥିବା ଜଣେ ୩୦ବର୍ଷୀୟ ମହିଳାଙ୍କୁ ଗିରଫ କରିଛି।

ଗିରଫ ଅଭିନେତ୍ରୀଙ୍କ ନାଁ ନନ୍ଦିତା ଦତ୍ତା। ଏଥିସହ ତାଙ୍କ ସହ ତାଙ୍କ ସାଥୀ ମେନାକ ଘୋଷଙ୍କୁ ମଧ୍ୟ ପୁଲିସ କରିଛି। ନୂଆ ନୂଆ ଝିଅମାନଙ୍କୁ ଏ ଦୁହେଁ ୱେବ୍ ସିରିଜରେ କାମ ଦେବାକୁ ଲୋଭ ଦେଖାଉଥିଲେ। ଏଥିସହ ଧମକ ଦେଇ ଜୋର ଜବରଦସ୍ତ ଅଶ୍ଳୀଳ ଫିଲ୍ମ ତିଆରି କରୁଥିଲେ ବୋଲି ଉଭୟଙ୍କ ନାଁରେ ଅଭିଯୋଗ ରହିଛି।

ଇ-ଟାଇମ୍ସର ରିପୋର୍ଟ ମୁତାବକ, ନନ୍ଦିତା ଦତ୍ତା ନିଜେ ଅଶ୍ଳୀଳ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଯେଉଁଥିରେ ତାଙ୍କ ଚରିତ୍ରର ନାମ ନାନସୀ ଭବୀ ଥିଲା। ଜୁଲାଇ ୨୬ରେ, ଦୁଇ ଜଣ ଯୁବ ମଡେଲ ନନ୍ଦିତା ଏବଂ ମେନାକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ଉଭୟଙ୍କୁ ପୁଲିସ ତାଙ୍କ ଘରୁ ଗିରଫ କରିଛି।

ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଆମେ ନନ୍ଦିତା ଏବଂ ଦତ୍ତାଙ୍କୁ ସେମାନଙ୍କର ଅନ୍ୟ ସହଯୋଗୀମାନଙ୍କ ବିଷୟରେ ପଚରାଉଚରା କରିବୁ। କେଉଁଠାରୁ ଏମାନେ ସଙ୍ଗଠିତ ଢଙ୍ଗରେ ପର୍ଣ୍ଣ ଏବଂ ଅଶ୍ଳୀଳ କଣ୍ଟେଣ୍ଟର ସୁଟିଂ କରୁଥିଲେ ସେ ନେଇ ମଧ୍ୟ ପୁଲିସ ପଚରାଉଚରା କରିବ। ଏଥିସହ ଏହି ଭିଡିଓଗୁଡିକ କେଉଁଠାରେ ବିକ୍ରି ହେଉଥିଲା ଏବଂ ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛି ଓ ଏମାନେ କୌଣସି ବଡ ପର୍ଣ୍ଣ ରାକେଟ୍ ସହ ଜଡିତ ନା ନାହିଁ ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

The post ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଅଭିନେତ୍ରୀ ଗିରଫ appeared first on Odisha Reporter.



from Odisha Reporter https://ift.tt/3ffk7rE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages