ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାର। ଅନସ୍କ୍ରିନରେ ଅକ୍ଷୟଙ୍କ ଜବରଦସ୍ତ କମେଡି ଦର୍ଶକଙ୍କୁ ଖୁବ ହସାଇଛି। ତେବେ ଅଫସ୍କ୍ରିନରେ ବି ଅକ୍ଷୟଙ୍କ ମଜାଦାର ଅନ୍ଦାଜ ଏବଂ ପ୍ରାଙ୍କ୍ ଷ୍ଟାରକାଷ୍ଟଙ୍କୁ ବେଶ୍ ହସାଇଥାଏ। ନିକଟରେ ଅକ୍ଷୟ କୁମାର ଏବଂ ନୁପୁର ସାନନଙ୍କ ଅଭିନୀତ ମ୍ୟୁଜିକ୍ ଭିଡିଓ ଫିଲହାଲ-୨ ରିଲିଜ୍ ହୋଇଛି। ଏହି ମ୍ୟୁଜିକ ଭିଡିଓ ଉପରେ ଅକ୍ଷୟ ଏକ ଇନଷ୍ଟାଗ୍ରାମ୍ ରିଲ୍ ସେୟାର କରିଛନ୍ତି। ତେବେ ଏହି ରିଲରେ ନିଜର ମଜାନ୍ଦାର ଅନ୍ଦାଜର ଟ୍ୱିଷ୍ଟ ଦେଇ ଏହାକୁ ଆହୁରି ମଜାଦାର ବନାଇଛନ୍ତି ଅକ୍ଷୟ।
ଫିଲହାଲ୍-୨ ରିଲ୍ସ ଚ୍ୟାଲେଞ୍ଜ ଗ୍ରହଣ କରି ଇନଷ୍ଟାଗ୍ରାମ ରିଲ୍ କରିଛନ୍ତି ଅକ୍ଷୟ। ଭିଡିଓରେ ପ୍ରଥମେ ଅକ୍ଷୟ ନୁପୁର ସାନନଙ୍କ ସହ ରୋମାଣ୍ଟିକ ସିନ୍ କରନ୍ତି। ତେବେ ଆଖି ଖୋଲିଲା ବେଳକୁ ତାଙ୍କ ସାମ୍ନାକୁ ଆସିଯାଆନ୍ତି ଭୂମି ପେଡନେକର। ଏହା ଦେଖି ହଠାତ୍ ଚକିତ ହୋଇଯାଆନ୍ତି ଅକ୍ଷୟ। ଖିଲାଡିଷ୍ଟାରଙ୍କ ଏଭଳି ଫନି ଅନ୍ଦାଜକୁ ଭିଡିଓରେ ଦେଖି ଆପଣଙ୍କ ମୁହଁରେ ବି ହସ ଆସିଯିବ। ଇନଷ୍ଟାଗ୍ରାମ ରିଲକୁ ସେୟାର କରି ଅକ୍ଷୟ ଲେଖିଛନ୍ତି, ଫିଲହାଲ୍-୨ ରିଲ୍ସ କଣ୍ଟେଷ୍ଟରେ ଭୂମି ପେଡନେକର ଏବଂ ନୁପୁର ସାନନଙ୍କ ସହ ତାଙ୍କର ମଜାଦାର ଏଣ୍ଟ୍ରି। ଏବେ ଦର୍ଶକଙ୍କ ପାଳି।
ଫିଲହାଲର ସିକ୍ୱେଲ ଫିଲହାଲ-୨ ମ୍ୟୁଜିକ୍ ଭିଡିଓ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବା ସହ ବର୍ତ୍ତମାନ ଟ୍ରେଣ୍ଡ କରୁଛି। ଅଗକୁ ଅକ୍ଷୟଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ରିଲିଜ୍ ହେବାକୁ ଯାଉଛି। ରୋହିତ ସେଟ୍ଟିଙ୍କ ଏହି ଆକ୍ସନ ପ୍ୟାକଡ ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ଅଛନ୍ତି କ୍ୟାଟ୍ରିନା କୈଫ୍। ଏହାପରେ ବେଲ ବଟମ, ପୃଥ୍ୱୀରାଜ, ବଚ୍ଚନ ପାଣ୍ଡେ, ଅତରଙ୍ଗୀ ରେ ଏବଂ ରାମ ସେତୁରେ ଅକ୍ଷୟ କୁମାର ଦମଦାର ଅଭିନୟ ଦେଖିବାକୁ ପାଇବେ ଦର୍ଶକ।
View this post on Instagram
The post କିସ୍ କଲା ବେଳେ ଧୋକା ଖାଇଲେ ଖିଲାଡି ଷ୍ଟାର appeared first on Odisha Reporter.
from Odisha Reporter https://ift.tt/36rLzNU
No comments:
Post a Comment