ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣ କଲେ ଏଣିକି ଜୋରିମାନା ଦେବାକୁ ହେବ। ଦିଲ୍ଲୀର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (ଡିପିସିସି) ଏ ନେଇ ବିଜ୍ଞପ୍ତି ଜାରି କରିଛି। ସହରରେ ପ୍ରଦୂଷଣ କଲେ ଏହି ଜୋରିମାନା ଲାଗୁ ହେବ। ଜୋରିମାନାର ପରିଣାମ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହିଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଏହି ନୂଆ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ସମୟସୀମା ପରେ ଆବାସିକ ସ୍ଥାନରେ ବାଣ ଫୁଟାଇଲେ ହଜାରେ ଟଙ୍କାର ଜୋରିମାନା ଦେବାକୁ ହେବ। ସେହିପରି ବ୍ୟବସାୟିକ ସ୍ଥାନ ଏବଂ ସାଇଲେଣ୍ଟ ଜୋନରେ ଅବଧି ପରେ ବାଣ ଫୁଟାଇଲେ ୩ ହଜାର ଟଙ୍କାର ଜୋରିମାନା ଦେବାକୁ ହେବ।
ସେହିପରି ଯଦି ରାଲି, ବିବାହ ଏବଂ ଧାର୍ମିକ ସ୍ଥଳରେ ନିୟମ ବାହାରେ ବାଣ ଫୁଟାଇଲେ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ହେବ। ଏହି ଜୋରିମାନା ଆୟୋଜକ ଦେବେ। ଏହି ଜୋରିମାନା ରାଶି ଆବାସିକ ସ୍ଥାନ ପାଇଁ ପ୍ରଯୁଜ୍ୟ। ଯଦି ସମାନ ଘଟଣା ବ୍ୟବସାୟିକ ସ୍ଥାନ କିମ୍ୱା ସାଇଲେଣ୍ଟ ଜୋନରେ ହେବ ତାହେଲେ ଜୋରିମାନା ପରିଣାମ ୨୦ ହଜାର ଟଙ୍କା ରହିଛି।
ଯଦି ଦ୍ୱିତୀୟ ଥର ପାଇଁ ସମାନ ଜାଗାରେ ଆଇନ୍ ଉଲ୍ଲଂଘନ କରିବେ ସେହି ବ୍ୟକ୍ତି ବା ଆୟୋଜକ ତାହେଲେ ଜୋରିମାନା ପରିଣାମ ଦୁଇ ଗୁଣା ବୃଦ୍ଧି ହେବ। ଏହାର ଅର୍ଥ ୨୦ ହଜାର ଟଙ୍କାର ଜୋରିମାନା ୪୦ ହଜାର ହେବ। ସେହିପରି ଦ୍ୱିତୀୟ ଥରରୁ ଅଧିକ ହେଲେ ଜୋରିମାନା ପରିଣାମ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।
ଏହାବାଦ ଜେନେରେଟର ପାଇଁ ହେଉଥିବା ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିପିସିସି ପଦକ୍ଷେପ ନେବାକୁ କହିଛି। ସେହିପରି ଯେଉଁ କାରଖାନା ପାଇଁ ଶବ୍ଦ ପ୍ରଦୂଷଣ ହେବ ସେହି ପ୍ଲାଣ୍ଟକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛ ଡିପିସିସି। ରାଜଧାନୀ ଦିଲ୍ଲୀରେ ଏବେ ପ୍ରଦୂଷଣ ଏକ ପ୍ରମୁଖ କାରଣ। ସେଥିମଧ୍ୟରୁ ଶବ୍ଦ ପ୍ରଦୂଷଣ ଅନ୍ୟତମ। ଏହାକୁ ରୋକିବା ପାଇଁ ଡିପିସିସି ଏପରି ନିଷ୍ପତ୍ତି ନେଇଛି। ଯାହାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ଗ୍ରହଣ କରିଛି। ପ୍ରତି ମାସରେ ଶବ୍ଦ ପ୍ରଦୂଷଣ ବାବଦରେ ରିପୋର୍ଟ ଦେବାକୁ ଏନଜିଟି କହିଛି।
The post ଶବ୍ଦ ପ୍ରଦୂଷଣ କଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେଇପାରନ୍ତି appeared first on Odisha Reporter.
from Odisha Reporter https://ift.tt/3hZq6Br
No comments:
Post a Comment