ନୂଆଦିଲ୍ଲୀ: ଟିମ ଇଣ୍ଡିଆର ହେଡ୍ କୋଚ୍ ରବି ଶାସ୍ତ୍ରୀ ସିନିୟର ଖେଳାଳିଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟରେ ବେଞ୍ଚ ଷ୍ଟ୍ରେନ୍ଥକୁ ମଜଭୁତ୍ କରିବା ଲାଗି ରାହୁଲ୍ ଦ୍ରାବିଡଙ୍କୁ କୋଚ୍ ଦାୟିତ୍ୱ ଦିଆଯାଇଛି। ଜୁଲାଇ ୧୩ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଦ୍ରାବିଡଙ୍କୁ ଭାରତୀୟ ଦଳର କୋଚ୍ କରାଯାଇଛି। ଏଭଳି ସ୍ଥିତିରେ ଏବେ ସବୁଠି ଗୋଟିଏ ପ୍ରଶ୍ନ ଯେ ଶାସ୍ତ୍ରୀଙ୍କ ସ୍ଥାନରେ କ’ଣ ଦ୍ରାବିଡ୍ ଭାରତୀୟ ଟିମର ପରବର୍ତ୍ତୀ କୋଚ୍ ହେବେ କି? ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ।
ବିଶ୍ୱକପ୍ ବିଜେତା କ୍ୟାପଟେନ୍ କପିଲ୍ ଦେବ ଶାସ୍ତ୍ରୀଙ୍କ ସମ୍ବନ୍ଧରେ କହିଛନ୍ତି, ମୋତେ ଲାଗୁନି ଯେ ଏ ବିଷୟରେ କହିବାର କିଛି ଆବଶ୍ୟକତା ଅଛି। ଆଗ ଶ୍ରୀଲଙ୍କା ସିରିଜକୁ ଶେଷ ହେଉ, ତାପରେ ଜଣାପଡ଼ିବ ଆମର ପ୍ରଦର୍ଶନ କେମିତି ରହିଲା। ଯଦି ଆପଣ ନୂଆ କୋଚଙ୍କୁ ସୁଯୋଗ ଦେବାକୁ ପ୍ରୟାସ କରୁଛନ୍ତି, ତାହେଲେ ଏଥିରେ କୌଣସି ଭୁଲ୍ ନାହିଁ। ଯଦି ରବି ଶାସ୍ତ୍ରୀ ଭଲ କାମ କରିବା ଜାରି ରଖନ୍ତି, ତାହେଲେ ତାଙ୍କୁ ହଟାଇବାର କୌଣସି ଆବଶ୍ୟକ ନାହିଁ। ସମୟ ସବୁ କହିବ। ମୋ ମତରେ ଏଭଳି ଆଲୋଚନା ଉଭୟ କୋଚ୍ ଓ ଖେଳାଳିଙ୍କ ଉପରେ ଅଯଥା ଚାପ ପକାଇବ।
କପିଲ୍ ଦେବ ଆହୁରି କହିଛନ୍ତି, ଭାରତ ପାଖରେ ଏକ ବଡ଼ ବେଞ୍ଚ୍ ଷ୍ଟ୍ରେନ୍ଥ ରହିଛନ୍ତି। ଯଦି ଖେଳାଳିମାନେ ସୁଯୋଗ ପାଆନ୍ତି ଏବଂ ଭାରତ ଦୁଇଟି ଟିମ୍ ଏକକାଳୀନ ଖେଳାଇ ଇଂଲଣ୍ଡ ଓ ଶ୍ରୀଲଙ୍କାରେ ବିଜୟ ପାଇଁ ଦାବି କରେ, ତାହେଲେ ଏହାଠାରୁ ବଡ଼ ଆଉ କିଛି ହୋଇନପାରେ। ଯଦି ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳୁଛି, ତାହେଲେ କିଛି ଖରାପ ନୁହେଁ। କିନ୍ତୁ ଏକା ସାଙ୍ଗରେ ଦୁଇ ଟିମ ଉପରେ ଚାପ ପକାଯିବା ଉଚିତ୍ ହେବ କି ନାହିଁ, ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ।
ସୂଚନାଯୋଗ୍ୟ, ରବି ଶାସ୍ତ୍ରୀଙ୍କ କୋଚିଂରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ଭଲ ରହିଆସିଛି। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଶାସ୍ତ୍ରୀଙ୍କ କୋଚିଂରେ ଟିମ୍ ଇଣ୍ଡିଆ ଦୁଇଥର ଅଷ୍ଟ୍ରେଲିଆକୁ ତା’ର ନିଜ ମାଟିରେ ହରାଇବାରେ ସଫଳ ହୋଇଛି। ଅନ୍ୟ ବିଦେଶ ଗସ୍ତରେ ମଧ୍ୟ ଭାରତର ପ୍ରଦର୍ଶନରେ ଅନେକ ସୁଧାର ଆସିଛି। କିନ୍ତୁ ଶାସ୍ତ୍ରୀଙ୍କ କୋଚିଂରେ ଭାରତ ଥରେ ବି ଆଇସିସି ଟ୍ରଫି ଜିତିପାରିନାହିଁ। ଅନ୍ୟପକ୍ଷରେ ଦ୍ରାବିଡଙ୍କ କୋଚିଂରେ ଭାରତ ୨୦୧୮ରେ ଅଣ୍ଡର-୧୯ ବିଶ୍ୱକପ୍ ଜିତିଥିଲା।
The post ଶାସ୍ତ୍ରୀଙ୍କ ସ୍ଥାନ ନେବେ କି ଦ୍ରାବିଡ? ବଡ଼ ବୟାନ ଦେଲେ କପିଲ୍ ଦେବ appeared first on Odisha Reporter.
from Odisha Reporter https://ift.tt/3qMZnM7
No comments:
Post a Comment