କରୋନା ନ ଯାଉଣୁ ଘାରିଲାଣି ଡେଙ୍ଗୁ ଡର, ରାଜଧାନୀରେ ୬ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

କରୋନା ନ ଯାଉଣୁ ଘାରିଲାଣି ଡେଙ୍ଗୁ ଡର, ରାଜଧାନୀରେ ୬ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ କଲବଲ ହୋଇ ଘାଣ୍ଟି ହୋଇଥିବା ରାଜଧାନୀବାସୀଙ୍କୁ ଏବେ ଘାରିଛି ଡେଙ୍ଗୁ ଭୟ। ସମଗ୍ର ରାଜ୍ୟରେ କରୋନା ତଳମୁହାଁ ଥିଲେ ମଧ୍ୟ ତାଲିକାର ଉପରେ ରହୁଛି ଭୁବନେଶ୍ୱର। ଉଭୟ ସଂକ୍ରମିତ ଓ ମୃତକଙ୍କ  ସଂଖ୍ୟା ରାଜଧାନୀରୁ ହିଁ ସର୍ବାଧିକ ବାହାରୁଛି। ଏପରି ସ୍ଥିତିରେ ଘାରିଲାଣି ଡେଙ୍ଗୁ ଭୟ। କେବଳ ରାଜଧାନୀ ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି

ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ସମସ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବ୍ୟତୀତ ଆଉ ପ୍ରାୟ ୨୦ ଜଣଙ୍କଠାରେ ଲକ୍ଷଣ ପ୍ରକାଶ ପାଇବାରୁ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସି ନ ଥିବା ଜଣାଯାଇଛି।

ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱରର ବସ୍ତି ଅଞ୍ଚଳ ଏବଂ ନିଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲି ଡେଙ୍ଗୁ କାହିଁକି ବ୍ୟାପୁଛି, ତାର ସ୍ଥିତି ପରଖିଥିଲେ।

ବିଏମ୍‌ସି ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି।

ଘର ଚାରିପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ବିଶେଷଜ୍ଞ ଟିମ୍ । ତା ସହ ବିଏମ୍‌ସି ପକ୍ଷରୁ ମଶା ଧୂଆଁ ସ୍ପ୍ରେ କରାଯାଇଥିଲା । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଡେଙ୍ଗୁ ବ୍ୟାପୁଥିବା କହିଛନ୍ତି  ସ୍ୱାସ୍ଥ୍ୟ ଅଧିକାରୀ ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ଏହି ସମୟରେ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପେ । ୬ ଜଣଙ୍କଠାରେ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ  ପ୍ରାୟ ୨୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଛି। ସେମାନଙ୍କୁ ନିରୀକ୍ଷଣରେ ରଖାଯାଇଛି। ବିଏମ୍‌ସି ଦ୍ୱାରା ମଶା ଧୂଆଁ ସ୍ପ୍ରେ କରାଯିବା ସହ ପାଣି ଜମିଥିବା ସ୍ଥାନକୁ ସଫା କରାଯାଉଛି

The post କରୋନା ନ ଯାଉଣୁ ଘାରିଲାଣି ଡେଙ୍ଗୁ ଡର, ରାଜଧାନୀରେ ୬ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3weRwbj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages