ଦୁଇ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

ଦୁଇ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏଟିଏସ୍‌କୁ ମିଳିଛି ବଡ ସଫଳତା। ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ୍ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କାବଦୀ ସଙ୍ଗଠନ ଅଲକାଏଦା ସହ ରହିଥିବା ନେଇ କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି। ଏହି ଦୁଇଜଣ ଏକ ଘର ଭିତରେ ଲୁଚି ରହିଥିଲେ। କୌଣସି ଏକ ବଡ ଧରଣର ଆତଙ୍କାବଦୀ ଆକ୍ରମଣ ପାଇଁ ଏ ଦୁଇ ବ୍ୟକ୍ତି ଷଢ଼ଯନ୍ତ୍ର କରୁଥିବା ସନ୍ଦେହ ରହିଛି।

ଗିରଫ ଦୁଇ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣଙ୍କ ନାମ ସାହିଦ ବୋଲି ଜଣାପଡିଛି। ସେ ମଲିହାବାଦର ବାସିନ୍ଦା। ଯେଉଁ ଘରେ ଚଢ଼ାଉ ହୋଇଛି ଉକ୍ତ ଘରଟି ସାହିଦଙ୍କର ଏଠାରେ ସେ ନିଜ ପରିବାର ସହ ରହୁଥିଲା ଏବଂ ଏକ ଗ୍ୟାରେଜରେ କାମ କରୁଥିଲା।

ଆଇଜି ଜି.କେ ଗୋସ୍ୱାମୀଙ୍କ ତତ୍ୱାବଧାନରେ ଚାଲିିଥିବା ଏହି ଅପରେଶନରେ ଏପର୍ଯ୍ୟନ୍ତ ଦୁଇଟି ପ୍ରେସରକୁକର ବୋମା, ଟାଇମ୍ ବମ ଓ ବହୁ ପରିମାଣର ଗୁଳାବାରୁଦ ଜବତ୍ କରାଯାଇଛି ।

ସେପଟେ ଆହୁରି କିଛି ସନ୍ଦିଗ୍ଧ ଲୋକ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ନେଇ ଆଶଙ୍କା ରହିଛି। ଏଥିପାଇଁ ଏଟିଏସ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ଆଖପାଖ ଅଞ୍ଚଳରେ ଥିବା ଘରକୁ ଖାଲି କରାଯାଇଛି। ଏଥିସହ ବମ୍ ସ୍କ୍ୱାର୍ଡକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି।

ସୂଚନା ମୁତାବକ ଅନେକ ଦିନ ହେବ ଏଟିଏସ ତରଫରୁ ଏହି ଘର ଉପରେ ନଜର ରହିଥିଲା । କୁହାଯାଇଛି କି ସୂଚନା ସ୍ପଷ୍ଟ ହେବା ପରେ ଆଜି ଏହି ଘର ଉପରେ ଚଢାଉ କରାଯାଇଛି । ୩/୪ ଜଣ ସନ୍ଦିଗ୍ଧ ଯୁବକ କିଛିଦିନ ହେବ ସେହି ଘରକୁ ଯାତାୟତ କରୁଥିଲେ ।

The post ଦୁଇ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ଗିରଫ appeared first on Odisha Reporter.



from Odisha Reporter https://ift.tt/3hyh1jQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages