ପ୍ରଥମେ ଜାତିସଂଘ ଯିବେ କହି ଧମକ ଦେଇଥିଲେ, ବିରୋଧ ଦେଖି ପଲଟିଗଲେ ଟିକାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

ପ୍ରଥମେ ଜାତିସଂଘ ଯିବେ କହି ଧମକ ଦେଇଥିଲେ, ବିରୋଧ ଦେଖି ପଲଟିଗଲେ ଟିକାୟତ

ନୂଆଦିଲ୍ଲୀ: ଲାଲକିଲ୍ଲା ହିଂସା ଘଟଣାରେ ଜାତିସଂଘ ଯିବେ ବୋଲି ଧମକ ଦେଇଥିଲେ ଆନ୍ଦୋଳନକାରୀ ଚାଷୀଙ୍କ ନେତା ରାକେଶ ଟିକାୟତ। ଏବେ ଏହାକୁ ନେଇ କାଉଣ୍ଟର ଆଟାକ କରିଛି ବିଜେପି କୃଷକ ମୋର୍ଚ୍ଚା। ଦେଶକୁ ବଦନାମ କରିବା ପାଇଁ ରାକେଶ ଟିକାୟତ ପଣ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ସଭାପତି ରାଜକୁମାର ଚାହର। ରାକେଶ ଟିକାୟତ ଆନ୍ଦୋଳନ କରିବା ନାଁରେ ଯେଉଁସବୁ କଥା କହୁଛନ୍ତି ସେ ନେଇ ଭାବିବା ଦରକାର ବୋଲି ରାଜକୁମାର କହିଥିଲେ।

ତିନି କୃଷି ଆଇନକୁ ବିରୋଧ କରି ୟୁପି ଏବଂ ହରିଆଣା ସୀମାରେ ଗତ ନଭେମ୍ୱରରୁ ଆନ୍ଦୋଳନରେ ବସିଛନ୍ତି ଚାଷୀ। ଆନ୍ଦୋଳନକୁ ୮ ମାସ ପୂରଣ ହୋଇଛି। ହେଲେ କେନ୍ଦ୍ର ସରକାର ତିନି ଆଇନକୁ ରଦ୍ଦ କରିବେ ନାହିଁ ବୋଲି ରୋକଠୋକ କହିଛନ୍ତି। କିନ୍ତୁ ଆଇନର କୌଣସି ଧାରାକୁ ନେଇ ଯଦି ଆପତ୍ତି ରହିଛି ତା’ହେଲେ ଆଲୋଚନା ପାଇଁ ରାଜି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ। ପରେ ରାକେଶ ଟିକାୟତ କହିଥିଲେ ଆଗାମୀ ଦିନରେ ସେମାନେ ନ୍ୟାୟ ପାଇଁ ଜାତିସଂଘ ଯିବେ।

ଏହାପରେ ବିଜେପି କୃଷି ମୋର୍ଚ୍ଚା ରାକେଶ ଟିକାୟତଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ଏଥିସହ ରାକେଶ ଯାହା କହୁଛନ୍ତି କରିବେ ବୋଲି ତାର ଉଦ୍ଦେଶ୍ୟ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଦନାମ କରିବା। ରାକେଶ ଯାହା କହିଛନ୍ତି ତାହା ମହାତ୍ମା ମହେନ୍ଦ୍ର ସିଂ ଟିକାୟତଙ୍କ ଆତ୍ମାକୁ ବାଧି ଥିବ ବୋଲି ସେ କହିଛନ୍ତି। ରାକେଶ ଟିକାୟତ ବକବାସ କରୁଛନ୍ତି। ତାଙ୍କ କଥାର ଉଦ୍ଦେଶ୍ୟ କଣ ସମସ୍ତେ ବୁଝିପାରୁଛନ୍ତି ବୋଲି ଚାହର କହିଛନ୍ତି।

ତେବେ ରାକେଶ ଟିକାୟତଙ୍କର ସଦ୍ୟ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ପରେ ନରମି ଯାଇ ଆଉ ଏକ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା ଜାନୁଆରୀ ୨୬ରେ ଲାଲକିଲ୍ଲାରେ ଯାହା  ହେଲେ ତାର ନିରପେକ୍ଷ ତଦନ୍ତ ହେବା ଦରକାର। ଯଦି ଏଠିକାର ସଂସ୍ଥା ତଦନ୍ତ କରିନପାରିବେ ତାହେଲେ ସେ ଜାତିସଂଘ ଯିବେ କି ବୋଲି ପ୍ରଶ୍ନ କରିଥିଲେ ବୋଲି ଟିକାୟତ କହିଛନ୍ତି। ପରେ କହିଛନ୍ତି ଭାରତ ସରକାର ଯଦି ଆଲୋଚନା କରିବାକୁ ରାଜି ଅଛନ୍ତି ତାହେଲେ ସେମାନେ ରାଜି ବୋଲି ଟିକାୟତ କହିଛନ୍ତି।

The post ପ୍ରଥମେ ଜାତିସଂଘ ଯିବେ କହି ଧମକ ଦେଇଥିଲେ, ବିରୋଧ ଦେଖି ପଲଟିଗଲେ ଟିକାୟତ appeared first on Odisha Reporter.



from Odisha Reporter https://ift.tt/3xKTXUw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages