ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅପରେସନ ମନସୁନ। ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଏହାକୁ ଟକ୍କର ଦେବାକୁ ଓ ହିଂସାକାଣ୍ଡକୁ କମାଇବାକୁ ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ମନସୁନ’।
ମୁଖ୍ୟତଃ ବର୍ଷା ଋତୁ ଥିବାରୁ ନଦୀ ନାଳରେ ପାଣି ବଢ଼ିଯାଏ। ଏହି ସମୟରେ ପୁଲିସ୍ ଅପରେସନ ସାମାନ୍ୟ ଧିମା ପଡିବାର ସୁଯୋଗ ନେଇ ନକ୍ସଲମାନେ ଘଞ୍ଚ ଜଙ୍ଗଲରେ ଆଦିବାସୀ ଯୁବକ ଯୁବତୀଙ୍କୁ ସାମିଲ କରି ସ୍ୱତନ୍ତ୍ର ତାଲିମ ଦେଇଥାନ୍ତି। ଏସବୁକୁ ନଜରରେ ରଖି ପୋଲିସ ଏପରି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛି । ଏଥିରେ ଯବାନଙ୍କ ସହ ମହିଳା କମାଣ୍ଡୋମାନେ ମଧ୍ୟ ସାମିଲ ହୋଇଛନ୍ତି।
ଏହି କମାଣ୍ଡୋମାନେ ମାଓବାଦୀଙ୍କ ପରି ଜଙ୍ଗଲରେ ରହିବା ସହ ଓ ଜଙ୍ଗଲ ମଧ୍ୟରେ ମାଓବାଦୀମାନେ କିପରି କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିପାରିବେ ନାହିଁ ସେସବୁ ଉପରେ ନଜର ରଖିଛନ୍ତି। ତେଣୁ କମାଣ୍ଡୋମାନେ ପାହାଡିଆ ନଦୀ ନାଳ ପାରିହୋଇ ଜଙ୍ଗଲ ଜଙ୍ଗଲ ବୁଲୁଛନ୍ତି । ସାଧାରଣ ଆଦିବାସୀଙ୍କୁ ସୁରକ୍ଷା ଯୋଗାଉଛନ୍ତି। ଏହି ସ୍ୱତନ୍ତ୍ର ଅପରେସନ ନକ୍ସଲ ନିପାତରେ ସହାୟକ ହେବ ବୋଲି ଦନ୍ତେଓଡ଼ା ଏସପି କହିଛନ୍ତି।
ଦନ୍ତେଓଡ଼ା ଏସପି ଅଭିଷେକ ପଲ୍ଲବ କହିଛନ୍ତି, ପୂର୍ବରୁ ବର୍ଷା ଦିନେ ଜଙ୍ଗଲରେ କମ୍ କମାଣ୍ଡୋ ମୁତୟନ କରାଯାଉଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ାଯାଇଛି। ଏହାର ସୁଯୋଗ ନେଇ ପୂର୍ବରୁ ନକ୍ସଲମାନେ ବହୁ ଯୁବତୀଯୁବକଙ୍କୁ ଟ୍ରେନିଂ ଦେଇ ସେମାନଙ୍କୁ ନିଜ ଗ୍ରୁପ୍ରେ ସାମିଲ କରୁଥିଲେ। ଏହି ସମୟରେ ନକ୍ସଲମାନେ ଗାଁ ଲୋକଙ୍କ ଉପରେ ଆକ୍ରମଣ କରି ଟଙ୍କା ଆଦାୟ କରୁଥିଲେ।
ଏହାକୁ ପ୍ରତିହତ କରିବାକୁ ଗତ କିଛି ମାସ ମଧ୍ୟରେ ବହୁ ପୋଲ ନିର୍ମାଣ ହୋଇଛି ଯାହାଦ୍ୱାରା ସବୁ ପଞ୍ଚାୟତକୁ ସହଜରେ କମାଣ୍ଡୋମାନେ ଯାତାୟତ କରି ପାରୁଛନ୍ତି। ।
ଏଥର ବର୍ଷା ଦିନ ଲଗାତର ଅପରେସନ ଚାଲୁ ରହିଛି। କମାଣ୍ଡୋମାନଙ୍କୁ ପ୍ରତିକୂଳ ପରିସ୍ଥିତି ପାଇଁ ସ୍ପେଶାଲ ଟ୍ରେନିଂ ଦିଆଯାଇଛି। ଗତ ୧୦ ଦିନ ହେଲେ ଏହି ଅପରେସନ ଚାଲୁ ରହିଛି। ଏହାକୁ ଆଗାମୀ ବର୍ଷା ଦିନ ପର୍ଯ୍ୟନ୍ତ ଚାଲୁ ରଖାଯିବ।
ନକ୍ସଳମାନେ ଆଜିଠୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ସହିଦ ସପ୍ତାହ ପାଳନ କରୁଛନ୍ତି। ଏହାକୁ ସମ୍ପୂର୍ଣ୍ଣ ପ୍ରତିହତ କରିବାକୁ ଚେଷ୍ଟା ଚଳାଇଛୁ। ଯାହାଦ୍ୱାରା ସେମାନେ କୌଣସି ହିଂସାକାଣ୍ଡ ଘଟାଇପାରିବେ ନାହିଁ।
The post ଆଜିଠୁ ସହିଦ ସପ୍ତାହ ଆରମ୍ଭ, ଟକ୍କର ଦେବ ‘ଅପରେସନ ମନସୁନ’ appeared first on Odisha Reporter.
from Odisha Reporter https://ift.tt/3BNkMtR
No comments:
Post a Comment