ନୂଆଦିଲ୍ଲୀ: କରୋନା ଟିକା ନେବା ପରେ ସଂକ୍ରମିତ ହେବାର ଆଶଙ୍କା ବହୁତ କମ୍। କିନ୍ତୁ ଏହା ସତ୍ତ୍ୱେ ବି ଯଦି ଜଣେ ସଂକ୍ରମିତ ହେଉଛନ୍ତି, ତାହେଲେ ଅନ୍ୟ ଜଣଙ୍କୁ ସଂକ୍ରମିତ ହେବାର ସମ୍ଭାବନା ବହୁତ କମ୍। ଇସ୍ରାଏଲରେ ହୋଇଥିବା ଦୁଇଟି ଭିନ୍ନ ଭିନ୍ନ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହି ଅଧ୍ୟୟନ ନେଚର ନାମକ ଏକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଛି।
ଇସ୍ରାଏଲର ଦୁଇଟି ଭିନ୍ନ ଭିନ୍ନ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହି ଅଧ୍ୟୟନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ୍ କରାଯାଇଥିଲା। ଯେଉଁମାନେ କି କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ସଂକ୍ରମିତ ହେବାର ସମ୍ଭାବନା ଏହି ବର୍ଗର ଲୋକଙ୍କ ପାଖରେ ଅଧିକ ରହିଥାଏ।
ଗୋଟିଏ ଅଧ୍ୟୟନ ୨୧୦ ଜଣଙ୍କ ଉପରେ ଏବଂ ଅନ୍ୟଟି ୬୬ ହଜାର ଲୋକଙ୍କ ଉପରେ କରାଯାଇଛି। ଏହି ସମସ୍ତ ବ୍ୟକ୍ତି ଫାଇଜର ଟିକାର ଡବଲ ଡୋଜ ନେଇଥିଲେ। ଗୋଟିଏ ଟିକା ନେବା ପରେ ସଂକ୍ରମିତ ହେବାର ଆଶଙ୍କା ୮୦ ପ୍ରତିଶତ କମିଛି। ଦ୍ୱିତୀୟରେ, ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ୭୮ ପ୍ରତିଶତ କମ୍ ରହିଛି। ଅର୍ଥାତ୍ ଅନ୍ୟ ଜଣଙ୍କୁ ୨୨ ପ୍ରତିଶତ ସଂକ୍ରମିତ କରିପାରିବେ। ତେବେ ଏହି ଫଳାଫଳ ଟିକା ଅନୁଯାୟୀ ଅଲଗା ହୋଇପାରେ।
ଇମୋରୀ ବିଶ୍ୱବିଦ୍ୟାଳୟର ଡିନ୍ ନେଟାଲାଇ କହିଛନ୍ତି ଯେ ଏହି ଖବର କିନ୍ତୁ ସେଭଳି ଆଖି ଦୃଶିଆ ନୁହେଁ। କାରଣ ଟିକାକରଣ ପରେ ସଂକ୍ରମିତ ହେଲେ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବାର ସମ୍ଭାବନା ୨୩ ପ୍ରତିଶତ ରହୁଛି। ସେହିପରି ଟିକା ପରେ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି।
ସୂଚନାଯୋଗ୍ୟ, କରୋନା ବିରୋଧରେ ଲଢ଼େଇ କରିବା ପାଇଁ ସାରା ବିଶ୍ୱ ଟିକାକୁ ଏବେ ଅମୋଘ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ବିଶ୍ୱରେ ଇସ୍ରାଏଲ ହେଉଛି ପ୍ରଥମ ଦେଶ ଯେଉଁଠି ଟିକାକରଣ ଶତ ପ୍ରତିଶତ ହୋଇଛି ବୋଲି ଦାବି କରିଛି। ଏମିତିକି ପ୍ରଥମ ଦେଶ ଯେଉଁଠି ମାସ୍କ ପିନ୍ଧିବା ଉପରୁ କଟକଣା ହଟିଥିଲା।
The post ଟିକା ନେବା ପରେ ଅନ୍ୟମାନଙ୍କୁ ସଂକ୍ରମିତ କରିବା ଆଶଙ୍କା ୨୨% : ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/3lc28G4
No comments:
Post a Comment