କଟକ(ଓଡ଼ିଶା ରିପୋର୍ଟର): ଭଳିକି ଭଳି ନାମୀଦାମୀ ବ୍ରାଣ୍ଡର ଘଣ୍ଟା କାହାର ବା ପସନ୍ଦ ନ ହେବ। ଦାମ୍ ବି କିଛି କମ୍ ନୁହେଁ। ଏହା ଦେଖିବାକୁ ପୂରା ଅସଲି ହୋଇଥିବା ବେଳେ ଜିନିଷ କିନ୍ତୁ ନକଲି। ଏଭଳି ଅଭିଯୋଗରେ କଟକ ବାଦାମବାଡି ଥାନା ପୋଲିସ ଜଣେ ଦୋକାନୀଙ୍କୁ ଗିରଫ କରିଛି ।
ବାଦାମବାଡି ଜିତ୍ ମାର୍କେଟ୍ରେ ଥିବା ଦୋକାନରୁ ପୋଲିସ ୮୮୪ଟି ଫାଷ୍ଟଟ୍ରାକ୍ ବ୍ରାଣ୍ଡର ଘଣ୍ଟା ଜବତ କରିଛି । ଜବତ ଘଣ୍ଟା ମଧ୍ୟରେ ଉଭୟ ପୁରୁଷ ଏବଂ ମହିଳାଙ୍କ ଘଣ୍ଟା ରହିଛି । ମାତ୍ର ଛାନଭିନରୁ ତାହା ନକଲି ବୋଲି ଜଣାପଡ଼ି଼ଛି। ଦୋକାନୀଜଣକ କଲିକତାରୁ ଅତି ଶସ୍ତା ଦରରେ ଘଣ୍ଟା ଆଣି ତା’ ଉପରେ ନାମୀ ବ୍ରାଣ୍ଡର ଲୋଗୋ ଓ ଷ୍ଟିକର ଲଗାଇ ଅଧିକ ଦାମରେ ବିକ୍ରି କରୁଥିଲେ । ଦୋକାନ ମାଲିକଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ବାଦାମବାଡି ପୋଲିସ ।
ଏନେଇ କଟକ ଜୋନ୍-୬ ଏସିପି ଏସ୍. ଏନ୍ ମୁଦୁଲି କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆମେ ଦୋକାନ ଉପରେ ଚଢ଼ାଉ କରିଥିଲୁ। ଦୋକାନରେ ଫାଷ୍ଟଟ୍ରାକ୍ର ଡୁପ୍ଲିକେଟ ଘଣ୍ଟା ମହଜୁଦ ଅଛି। ସେ ତାହାକୁ ହୋଲସଲ ମାର୍କେଟରେ ବିକ୍ରି କରୁଛି। ଦୋକାନ ଉପରେ ଚଢ଼ାଉ କରି ୮୮୪ଟି ନକଲି ବ୍ରାଣ୍ଡର ଘଣ୍ଟା ଜବତ କରାଯାଇଛି। ଦୋକାନୀଜଣକ ତାହାର କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲା। କମ୍ ଦାମରେ ବାହାରୁ ଆଣି ଏଠାରେ ଲୋକଙ୍କୁ ଚଢ଼ା ଦାମ୍ରେ ବିକ୍ରି କରୁଛନ୍ତି। ତାଙ୍କୁ ଗିରଫ କରାଯାଇଛି।
The post ହୁସିଆର: ବ୍ରାଣ୍ଡେଡ ନାଁରେ ବିକ୍ରି ହେଉଛି ନକଲି ଘଣ୍ଟା appeared first on Odisha Reporter.
from Odisha Reporter https://ift.tt/2VixDDJ
No comments:
Post a Comment