ଆଜି ଓଡ଼ିଶା ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବାମ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

ଆଜି ଓଡ଼ିଶା ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବାମ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି । ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରଓ୍ୱାର୍ଡ଼ ବ୍ଳକ୍ ଆଦି ୪ଟି ବାମ ଦଳ ପକ୍ଷରୁ  ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଏହି ସମୟରେ ଗାଡ଼ି ମୋଟର ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି  । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଉଛି  ।  ସେପଟେ ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରି ସାରିଛି ।

ଆଜି ସକାଳୁ ସକାଳୁ ଭୁବନେଶ୍ୱର ରେଳଷ୍ଟେସନରେ ବାମ ଦଳ କର୍ମୀ ରେଳରୋକ କରିଛନ୍ତି  । ବନ୍ଦ ସମୟରେ ଦୋକାନ ବଜାର, ଗାଡ଼ି ଚଳାଚଳ, ରେଳ ଚଳାଚଳ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଆଦି ପ୍ରଭାବିତ ହେବାକୁ ଥିବାରୁ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିଛନ୍ତି  ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ।

The post ଆଜି ଓଡ଼ିଶା ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବାମ ଦଳ appeared first on Odisha Reporter.



from Odisha Reporter https://ift.tt/3ehk5is

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages