କରୋନା ନିୟମରେ ଢିଲା ନଦେବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ରର ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

କରୋନା ନିୟମରେ ଢିଲା ନଦେବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ଲହର ଦୁର୍ବଳ ହୋଇଛି। ଏହାର ଅର୍ଥ ନୁହେଁ କୋଭିଡ ସଂକ୍ରମଣ ପଳାଇଛି। ଦୁର୍ବଳ ହୋଇଥିବାରୁ ଅନେକ ସ୍ଥାନରେ କରୋନା ନିୟମରେ କୋହଳ କରାଯାଇଛି। ଆଉ ଏହାର ଦୂରୁପଯୋଗ ହେଉଛି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିୟମ କଡ଼ାକଡି କରିବାକୁ କହିଛନ୍ତି। ଏଥିସହ ସତର୍କ ରହିବାକୁ କହିଛନ୍ତି।

ଗହଳି ବଢ଼ିବା କାରଣରୁ କିଛି ରାଜ୍ୟରେ କରୋନାର ଆର-ଫ୍ୟାକ୍ଟର ବଢ଼ିଛି।  ଆର-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ। କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ହେବା ଫଳରେ ଏହି ଆର-ଫ୍ୟାକ୍ଟର ବଢ଼ିଛି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। ମୁଖ୍ୟତଃ ପବ୍ଲିକ୍ ଟ୍ରାନ୍ସପୋର୍ଟ, ହିଲ୍ ଷ୍ଟେସନ୍ ଓ ହାଟବଜାରରେ ଏହା ଦେଖିବାକୁ ମିଳୁଛି  ଫଳରେ କିଛି ରାଜ୍ୟରେ ଆର-ଫ୍ୟାକ୍ଟର ବଢ଼ିବା ଚିନ୍ତାଜନକ ବିଷୟ ଆର-ଫ୍ୟାକ୍ଟର ୧ ଉପରକୁ ଗଲେ, ଏହା କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ସୂଚାଇଥାଏ। ତେଣୁ ଦୋକାନ, ମଲ୍, ମାର୍କେଟ୍, ସାପ୍ତାହିକ ହାଟ, ମଣ୍ଡି, ରେସ୍ତୋରାଁ ଓ ରେଳ ଷ୍ଟେସନ୍ ସହ ଭିଡ଼ ଜମୁଥିବା ସମସ୍ତ ସ୍ଥାନରେ କୋଭିଡ୍ ଗାଇଡ୍ଲାଇନ କଡ଼ାକଡ଼ି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏପରିକି ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ଯେଉଁ ଅଧିକାରୀ ଦାୟିତ୍ୱରେ ଥିବେ ତାଙ୍କୁ ବ୍ୟକ୍ତିଗତ ଭାବେ ଏଥିପାଇଁ ଦାୟୀ କରାଯିବାକୁ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର, କେରଳ ଆଦି ରାଜ୍ୟରେ ପୁଣିଥରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କରୋନାର ତୃତୀୟ ଲହର ଆସିବ ବୋଲି ସରକାରୀ କୋଭିଡ୍ ପ୍ୟାନେଲ ବୋର୍ଡ ଚେତାଇ ସାରିଛି। ତେଣୁ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଇ ସମ୍ଭାବ୍ୟ ତୃତୀୟ ଲହରକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି।

ଅନ୍ୟପଟେ ଆଜି ଓଡ଼ିଶାରେ ଆଂଶିକ କୋହଳ ନିୟମ ଶେଷ ହେଉଛି। ଦୁଇ ମାସ ହେବ ସାଧାରଣ ପରିବହନ ସେବା ଏକ ପ୍ରକାର ବନ୍ଦ ରହିଛି। କେବଳ ଏ ଶ୍ରେଣୀରେ ଥିବା ଜିଲ୍ଲା ଗୁଡିକରେ ବସ୍ ସେବା ଆରମ୍ଭ ହୋଇଛି। ଯେଉଁ ଜିଲ୍ଲାରେ କୋଭିଡର ପଜିଟିଭିଟି ହାର ୫ ପ୍ରତିଶତ ତଳେ ଥିଲା ସେହି ଜିଲ୍ଲା ଏ ଶ୍ରେଣୀରେ ରହିଛି। ବାକି ସବୁ ଜିଲ୍ଲା ବି ଶ୍ରେଣୀରେ ରହିଛି। ମୋଟାମୋଟି ଭାବରେ ସମସ୍ତ ଜିଲ୍ଲାକୁ ବସ୍ ସେବା ଉପରେ ରୋକ୍ ଲଗାଯାଇଛି। ତେଣୁ କେନ୍ଦ୍ରର ଚିଠି ପାଇବା ପରେ ଆଜି ସରକାର ଆଗାମୀ ଦିନର କୋଭିଡ ନିୟମ ବାବଦରେ ଘୋଷଣା କରିବା ବେଳେ କିଭଳି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି।

The post କରୋନା ନିୟମରେ ଢିଲା ନଦେବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ରର ପରାମର୍ଶ appeared first on Odisha Reporter.



from Odisha Reporter https://ift.tt/3wAHfXe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages