ଆଉ ଏକ ମହାମାରୀ ଆସୁଛି, ଆମେ କିନ୍ତୁ ପ୍ରସ୍ତୁତ ନୁହଁ: ଓ୍ୱାରେନ୍ ବୋଫେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ଆଉ ଏକ ମହାମାରୀ ଆସୁଛି, ଆମେ କିନ୍ତୁ ପ୍ରସ୍ତୁତ ନୁହଁ: ଓ୍ୱାରେନ୍ ବୋଫେଟ୍

ଓ୍ୱାଶିଂଟନ: ବିଶ୍ୱ ଏବେ କୋଭିଡ ମହାମାରୀ ଦେଇ ଗତି କରୁଛି। ହେଲେ ଆଉ ଏକ ମହାମାରୀ ଆସୁଛି ବୋଲି ଚେତାବନୀ ଦେଇଛନ୍ତି ଆମେରିକାନ୍ କୁବେର ଓ୍ୱାରେନ୍ ବୋଫେଟ୍। ଆଗକୁ ଆସୁଥିବା ମହାମାରୀ ପାଇଁ ଆମେ ପ୍ରସ୍ତୁତ ନୁହେଁ ବୋଲି ସେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି। ବଫେଟ ଯେଉଁ ମହାମାରୀ କଥା ଉଲ୍ଲେଖ କରିଛନ୍ତି ତାହା ମଣିଷକୁ ମରଣ ମୁହଁକୁ ଯଦିଓ ଠେଲି ନପାରେ ହେଲେ କାଙ୍ଗାଳ କରିବା ସହିତ ସାରା ଦୁନିଆରେ ଚାଲିଥିବା ସିଷ୍ଟମକୁ ଅଚଳ କରି ଦେବାରେ ସକ୍ଷମ ହୋଇପାରିବ।

ସିଏନବିସି ଚ୍ୟାନେଲକୁ ସାକ୍ଷାତକାର ଦେଇ ବଫେଟ୍ କହିଛନ୍ତି, ସାରା ବିଶ୍ୱରେ କୋଭିଡ୍ ମହାମାରୀ ଚାଲିଛି। ଯଦିଏ ଏହାକୁ ଏକ ପ୍ରକାର ନିୟନ୍ତ୍ରଣ ହୋଇପାରିଛି। ହେଲେ ଆଗକୁ ଆସୁଥିବା ମହାମାରୀ ନିୟନ୍ତ୍ରଣ ବାହାରେ ରହିବ। ସାରା ବିଶ୍ୱ ଜାଣିଛି ନ୍ୟୁକ୍ଲିଅର, କେମିକାଲ, ବାୟଲଜିକାଲ ଅସ୍ତ୍ର ରହିଛି ଏବେ କିନ୍ତୁ ସାଇବର ବିପଦ ସବୁଠୁ ଅଧିକ। ଏବେ ସମସ୍ତେ ସାଇବର ଦୁନିଆ ସହ ପ୍ରାୟତଃ ଜଡିତ। ହେଲେ ଆଗାମୀ ଦିନରେ ଆସିବାକୁ ଥିବା ଏହି ସାଇବର ଆଟାକ ବାବଦରେ କେହି ସଚେତନ ନୁହଁନ୍ତି।

ଫୋବର୍ସ ବିଲିଅନର ଧନୀ ରାଙ୍କରେ ୯ ନମ୍ୱର ସ୍ଥାନରେ ଥିବା ଏହି ବ୍ୟବସାୟୀ କହିଛନ୍ତି, କୋଭିଡ୧୯ ସ୍ଥିତିରୁ ଜଣାପଡ଼ିଛି ଯେ ବିଶ୍ୱ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିବାକୁ ହଠାତ୍ ସକ୍ଷମ ହୋଇନଥିଲା। ହେଲେ ଏବେ ଅନେକ ସମୟ ରହିଛି। ଆଗାମୀ ଦିନରେ ଆସିବାକୁ ଥିବା ସାଇବର ଅପରାଧକୁ ରୋକିବା ପାଇଁ। ଏଥିପାଇଁ ଆମ ସମସ୍ତଙ୍କୁ ସଚେତନ ରହିବାକୁ ହେବ।

ବଫେଟ ଏଭଳି କହିବାର ଉଦ୍ଦେଶ୍ୟ ହେଉଛି ଏବେ ଆମେ ସମସ୍ତେ କମ୍ପ୍ୟୁଟର, ମୋବାଇଲ ଆଦି ସହ ଅଭ୍ୟସ୍ତ। ହେଲେ ଏହି ଡିଜିଟାଲ ଇକ୍ୟୁପମେଣ୍ଟ ବା ଯନ୍ତ୍ରାଶ ଇଣ୍ଟରନେଟ୍ ଦ୍ୱାରା ପରିଚାଳିତ ହେଉଛି। ଏବେ ଅଧିକାଂଶ ଷେତ୍ରରେ ନଜିର ରହିଛି ସାଇବର ଆଟାକର। ଏହି ସାଇବର ଆଟାକ ଦ୍ୱାରା ବିଭିନ୍ନ ଦେଶ କିମ୍ୱା ବ୍ୟକ୍ତିର ଗୋପନୀୟ ତଥ୍ୟ ରିମୋଟ କଣ୍ଟ୍ରୋଲ ଜରିଆରେ ହ୍ୟାକ କରିହେବ। ତେଣୁ ଏହା କିଭଳି ହୋଇନପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେବା ଦରକାର।

The post ଆଉ ଏକ ମହାମାରୀ ଆସୁଛି, ଆମେ କିନ୍ତୁ ପ୍ରସ୍ତୁତ ନୁହଁ: ଓ୍ୱାରେନ୍ ବୋଫେଟ୍ appeared first on Odisha Reporter.



from Odisha Reporter https://ift.tt/2V81PRP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages