ହାତୀ ଭାଙ୍ଗି ଦେଉଛନ୍ତି ଘର, ବନ ବିଭାଗ ନୀରବଦ୍ରଷ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

ହାତୀ ଭାଙ୍ଗି ଦେଉଛନ୍ତି ଘର, ବନ ବିଭାଗ ନୀରବଦ୍ରଷ୍ଟା

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜର ମାଲଦା ପଞ୍ଚାୟତର ମୁଟୁକୁଦର ଗାଁରେ ହାତୀପଲଙ୍କ ଉତ୍ପାତ ଅତିଷ୍ଠ କରିଥିବା ବେଳେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମୁଟୁକୁଦର ଗାଁରେ ଦୁଇ ଦିନ ତଳେ ୧୨ ଟିକିଆ ହାତୀ ପଲ ପାଞ୍ଚଟି ପରିବାରର ଘର ଭାଙ୍ଗି ଛାରଖାର କରିଥିବା ବେଳେ ଗତକାଲି ରାତିରେ ପୁଣି ଆଉ ୭ଟି ଘର ଭାଙ୍ଗି ଚୂରମାର କରି ଦେଇଛନ୍ତି।

ମୁଟୁକୁଦର ଗାଁରେ ହାତୀପଲଙ୍କ ଉତ୍ପାତ, ଭାଙ୍ଗି ଦେଇଛନ୍ତି ଘର

ହାତୀପଲ ଗାଁର ବୁଧୁରାମ ମୁଣ୍ଡା, ସୁକୁମରା ମୁଣ୍ଡା, ଶ୍ରୀରାମ ମୁଣ୍ଡା, ମଙ୍ଗଳ ମୁଣ୍ଡା, ସହ ରୟା ଓ ପାରାଉ ମୁଣ୍ଡାଙ୍କ ଘରକୁ ଭାଙ୍ଗି ଛାରଖାର କରିଥିବା ବେଳେ ଘରେ ଥିବା ଚାଉଳ ଓ ଧାନ ଖାଇ ଦେଇଛନ୍ତି।

ହାତୀ ଭାଙ୍ଗି ଦେଇଛନ୍ତି ଘର

ବାରମ୍ବାର ଗାଁକୁ ହାତୀ ପଲ ଆସି କେତେବେଳେ ଘର ଭାଙ୍ଗି ଧାନଚାଉଳ ଖାଇ ଯାଉଛନ୍ତି ତ କେତେବେଳେ କ୍ଷେତରେ ପନିପରିବା ନଷ୍ଟ କରି ଦେଉଥିବା ଗ୍ରାମବାସୀ କହିଛନ୍ତି। ଏହା ସହିତ ହାତୀମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗ ଠୋସ୍ ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ମୁଟୁକୁଦର ଗାଁରେ ହାତୀ ଭାଙ୍ଗିଛନ୍ତି ଘର

ଅନ୍ୟପକ୍ଷରେ ବନ ବିଭାଗ କହୁଛି ସରକାରୀ ନିୟମ ଅନୁସାରେ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।

The post ହାତୀ ଭାଙ୍ଗି ଦେଉଛନ୍ତି ଘର, ବନ ବିଭାଗ ନୀରବଦ୍ରଷ୍ଟା appeared first on Odisha Reporter.



from Odisha Reporter https://ift.tt/3wvokgo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages