ନୂଆ ଆଇଟି ନିୟମ ବିରୋଧରେ ହାଇକୋର୍ଟରେ ଆବେଦନ, ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

ନୂଆ ଆଇଟି ନିୟମ ବିରୋଧରେ ହାଇକୋର୍ଟରେ ଆବେଦନ, ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଭିନ୍ନ ହାଇକୋର୍ଟରେ କେନ୍ଦ୍ରର ନୂଆ ଆଇଟି ନିୟମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆବେଦନ କରାଯାଇଛି। ଏହା ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ହେଲେ ଶୁକ୍ରବାର କୋର୍ଟ ଏଭଳି ନିର୍ଦ୍ଦେଶ ଦେବେନି ବୋଲି ସିଧାସିଧା କେନ୍ଦ୍ରକୁ କହି ଦେଇଛନ୍ତି। ଦିଲ୍ଲୀ, ବମ୍ବେ, ମାଡ୍ରାସ ଏବଂ କେରଳ ହାଇକୋର୍ଟ ସମେତ ମୋଟ୍ ୫ଟି ହାଇକୋର୍ଟରେ ଆଇଟି ନିୟମକୁ ଚ୍ୟାଲେଞ୍ଜ କରାଯାଇଛି।

ତେବେ ଏହି ମାମଲା ଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ହୋଇଥିବା ଆବେଦନ ବାବଦରେ ଜୁଲାଇ ୧୬ରେ ସୁପ୍ରିମକୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି। ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ମଧ୍ୟ ସମାନ ଦିନ କୋର୍ଟ ଶୁଣାଣି କରିବେ ବୋଲି ସୂଚନା ରହିଛି। ଜଷ୍ଟିସ୍ ଫର ରାଇଟ୍ସ ଫାଉଣ୍ଡେସନ୍ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ଆବେଦନ ବିଚାରପତି ଏ ଏମ୍ ଖାନୱିଲକର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଏହି ମାମଲାକୁ କେନ୍ଦ୍ରର ଏସ୍‌ଏଲ୍‌ପି (ସ୍ପେସାଲ ଲିଭ୍ ପିଟିସନ୍) ସହିତ ଯୋଡ଼ାଯିବ।

କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଆଇଟି ନିୟମକୁ ଚ୍ୟାଲେଞ୍ଜ କରୁଥିବା ମାମଲା ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଅଛି। ଏକ ବିଚାରାଧୀନ ଏସଏଲପି (ସ୍ପେଶାଲ୍ ଲିଭ୍ ପିଟିସନ) ସହିତ ଆମେ ଟ୍ୟାଗ୍ କରିବୁ ବୋଲି ବେଞ୍ଚ ଉତ୍ତର ଦେଇଛି। ତେବେ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ଆବେଦନ କରିଥିଲା ହେଲେ ବେଞ୍ଚ ଏଭଳି ନିର୍ଦ୍ଦେଶ ଦେବେନି ବୋଲି କହିଛନ୍ତି।

କେନ୍ଦ୍ର ଏହାର ଆବେଦନରେ କହିଛି ଯେ ସମସ୍ତ ଆବେଦନକୁ ସର୍ବୋଚ୍ଚ ଅଦାଲତକୁ ହସ୍ତାନ୍ତର କରିବା ଦ୍ୱାରା ନୂଆ ଆଇଟି ନିୟମର ବୈଧତା ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇପାରିବ। କେନ୍ଦ୍ର ଯୁକ୍ତି ଦର୍ଶାଇଛି ଯେ, ଯଦି ବ୍ୟକ୍ତିଗତ ଆବେଦନଗୁଡ଼ିକ ସ୍ୱାଧୀନ ଭାବେ ହାଇକୋର୍ଟଙ୍କ ଦ୍ୱାରା ସ୍ଥିର କରାଯାଏ, ତେବେ ଏହା ହାଇକୋର୍ଟ ଏବଂ ସର୍ବୋଚ୍ଚ କୋର୍ଟର ନିଷ୍ପତ୍ତି ମଧ୍ୟରେ ବିବାଦର ସମ୍ଭାବନା ସୃଷ୍ଟି କରିପାରେ।

ସୂଚନାଯୋଗ୍ୟ, ନୂଆ ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ଆବେଦନରେ ଦର୍ଶାଯାଇଛି ଯେ ଏହି ନିୟମ ଜରିଆରେ ସରକାର ଡିଜିଟାଲ୍ ନ୍ୟୁଜ୍ ପୋର୍ଟାଲକୁ ପରୋକ୍ଷରେ ନିର୍ଦ୍ଦେଶ ଦେଇ ନିୟନ୍ତ୍ରଣ କରୁଛନ୍ତି।

The post ନୂଆ ଆଇଟି ନିୟମ ବିରୋଧରେ ହାଇକୋର୍ଟରେ ଆବେଦନ, ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3wwqbS4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages