କେନ୍ଦ୍ରର ନିର୍ଦ୍ଦେଶ: ଧାରା ୬୬-ଏରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

କେନ୍ଦ୍ରର ନିର୍ଦ୍ଦେଶ: ଧାରା ୬୬-ଏରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କର

ନୂଆଦିଲ୍ଲୀ: ଆଇଟି ଆକ୍ଟର ଧାରା ୬୬-ଏ କୁ ନେଇ ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରକୁ ଜବାବ ତଲବ କରିଥିଲେ। ଏବେ କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଧାରାରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ କହିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ ଏପରି ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ଆଗାମୀ ଦିନରେ ଏହି ଧାରା ବ୍ୟବହାର ହୋଇପାରିବ ନାହିଁ କି ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି ଗୃହ ବିଭାଗ କହିଛି।  ତେଣୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇବାକୁ କୁହାଯାଇଛି। ମାର୍ଚ୍ଚ ୨୪, ୨୦୧୫ରେ ଆଇଟି ଆକ୍ଟର ଧାରା ୬୬-ଏ ରଦ୍ଦ ହୋଇଛି। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏହି ଧାରାକୁ ରଦ୍ଦ କରିଥିଲେ। ହେଲେ ଏହାପରେ ବି ସାରା ଦେଶର ପୁଲିସ ୬୬ଏକୁ ବ୍ୟବହାର କରି ମାମଲା ରୁଜୁ କରୁଛନ୍ତି। ମୁଖ୍ୟତଃ ଯେଉଁମାନେ ଫେସବୁକରେ କିଛି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ବେଳେ ପୁଲିସ ଧାରା ୬୬-ଏ କୁ ବ୍ୟବହାର କରୁଛି। ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହିଚ ଚିନ୍ତାପ୍ରକଟ କରିଥିଲେ। ପରେ କେନ୍ଦ୍ରକୁ ଜବାବ ତଲବ କରିଥିଲେ।

ଆଇଟି ଆକ୍ଟର ଧାରା ୬୬ ଏ ଅନୁସାରେ ଅନଲାଇନ ମିଡିଆରେ କୌଣସି ଆପତ୍ତିଜନକ ମତ ମନ୍ତବ୍ୟ ଦେଲେ, ଜଣକୁ ପୁଲିସ ଗିରଫ କରିପାରିବ ବୋଲି ପ୍ରାବଧାନ ଥିଲା। ଏହା ଦ୍ୱାରା କିନ୍ତୁ ସ୍ୱାଧୀନ ଭାବରେ ମତ ରଖିବାର ପ୍ରତିବନ୍ଧକ ସାଜୁଛି ବୋଲି କହି ସର୍ବୋଚ୍ଚ କୋର୍ଟ ରଦ୍ଦ କରି ଦେଇଥିଲେ। ତା ପରେ ମଧ୍ୟ ଏହି ଆଇନରେ ମହାରାଷ୍ଟ୍ରରେ ୩୮୧ଟି, ଝାଡ଼ଖଣ୍ଡରେ ୨୯୧, ଉତ୍ତରପ୍ରଦେଶରେ ୨୪୫, ରାଜସ୍ଥାନରେ ୧୯୨ଟି ମାମଲା ରୁଜୁ କରିଛି ପୁଲିସ। ଅନ୍ୟ ରାଜ୍ୟରେ ବି ଅନେକ ମାମଲା ରୁଜୁ ହୋଇଛି।

ଜୁଲାଇ 5ରେ ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବା ବେଳେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କହିଥିଲେ, ଯଦିଓ ଧାରା ୬୬ଏ ରଦ୍ଦ ହୋଇଛି। ହେଲେ ଆଇନର ମୂଳ ଧାରରେ ଏ ବାବଦରେ ଉଲ୍ଲେଖ ହୋଇନାହିଁ। ଯେଉଁଠି ଏହି ଆଇନ ବାବଦରେ ଉଲ୍ଲେଖ ରହିଛି ସେଠାରେ ଶେଷରେ ରଦ୍ଦ ହୋଇଛି ବୋଲି ଉଲ୍ଲେଖ ରହିଛି। ତେଣୁ ପୁଲିସ ମାମଲା ରୁଜୁ କରିବା ବେଳେ ବୁଝୁଛି ମୂଳ ଆଇନରେ ଧାରା ୬୬ଏ ରଦ୍ଦ ହୋଇନି। ତେଣୁ ପୁଲିସ ଧାରା ୬୬-ଏ କୁ ବ୍ୟବହାର କରୁଛି। ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ଧାରାକୁ ବ୍ୟବହାର ନକରିବାକୁ କହିଛି।

The post କେନ୍ଦ୍ରର ନିର୍ଦ୍ଦେଶ: ଧାରା ୬୬-ଏରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କର appeared first on Odisha Reporter.



from Odisha Reporter https://ift.tt/3kgO2CY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages