ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷିତି ଆଇଏଲ୍ଏସ ସିଷ୍ଟମ ଗତକାଲି ଗତକାଲି ମଧ୍ୟରାତ୍ରିରୁ ଝାରସୁଗଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଲାଗୁ ହେଲା। ଏହାଦ୍ୱାରା ଖରାପ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ କୌଣସି ସମସ୍ୟା ଦେଖାଦେବ ନାହିଁ ।
ଖରାପ ପାଗ ଯୋଗୁ ବିମାନ ଅବତରଣରେ ସମସ୍ୟା ଦେଖାଦେଉଥିବାରୁ ଦୀର୍ଘଦିନ ହେଲା ଯାତ୍ରୀମାନେ ହଇରାଣ ହେଉଥିଲେ। ଫଳରେ ଆଇଏଲ୍ଏସ ସିଷ୍ଟମ ଲାଗୁ ପାଇଁ ଦାବି ହୋଇ ଆସୁଥିଲା। । ଏହି ସିଷ୍ଟମ ଲାଗୁ ହେବା ପରେ ୮ଶହ ମିଟର ଭିଜିବିଲିଟି ସହ ଖରାପ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ କୌଣସି ସମସ୍ୟା ଦେଖାଦେବ ନାହିଁ । କିଛି ଦିନ ପୂର୍ବରୁ ଡିଜିସିଏ ପକ୍ଷରୁ ଏନେଇ ସ୍ୱୀକୃତି ପ୍ରଦାନ କରାଯାଇଥିଲା ବୋଲି କହିଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ।
ଏହାଦ୍ୱାରା ଯାତ୍ରୀମାନେ ବହୁ ଉପକୃତ ହେବା ସହ ସେମାନଙ୍କୁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି।
The post ଝାରସୁଗୁଡ଼ା ବିମାନବନ୍ଦରରେ ଏଣିକି ଖରାପ ପାଗରେ ବି ଲ୍ୟାଣ୍ଡ କରିବ ବିମାନ appeared first on Odisha Reporter.
from Odisha Reporter https://ift.tt/36z6xdK
No comments:
Post a Comment