କରୋନା କଟକଣା ଫୁ’, ମହାକାଳ ମନ୍ଦିରରେ ଦଳାଚକଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

କରୋନା କଟକଣା ଫୁ’, ମହାକାଳ ମନ୍ଦିରରେ ଦଳାଚକଟା

ଭୋପାଲ: ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ଦଳାଚକଟା। ଶ୍ରାବଣ ପ୍ରଥମ ସୋମବାରରେ ଘଟିଲା ଅଘଟଣ। କରୋନା କଟକଣାକୁ ଫୁ’ କରି ଉଡାଇଦେଲେ ଲୋକେ। ଦଳାଚକଟାରେ ଅନେକ ଶିଶୁ ଏବଂ ମହିଳା ଆତହ ହୋଇଛନ୍ତି । ଭିଆଇପି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦର୍ଶନ ପରେ ଏଭଳି ଅଘଟଣ ଘଟିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ପ୍ରଶାସନର ଅବହେଳା ପଦାରେ ପଡିଥିବା ଦେଖିବାକୁ ମିଳିଛି।

ମନ୍ଦିରକୁ ଗତ ମାସରେ ମଧ୍ୟ ଖୋଲା ଯାଇଥିଲା। ତେବେ ସେହିମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା ଯେଉଁମାନେ ଟିକାର ଦୁଇଟି ଡୋଜ ନେଇଛନ୍ତି। ନଚେତ ୪୮ ଘଣ୍ଟା ମଧ୍ୟରେ ଯେଉଁମାନଙ୍କ ଆର୍‌ଟିପିସିଆର୍ ରିପୋର୍ଟ ନେଗେଟିଭ ଆସିଥିବ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା।

ଶ୍ରାବଣର ପ୍ରଥମ ସୋମବାରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତୋ କରାଯାଇଥିଲା। ସକାଳ ୬ରୁ ରାତି ୮ଟା ମଧ୍ୟରେ ୩,୫୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଥିଲା। ଏଥିପାଇଁ ପ୍ରତ୍ୟେକ ଦୁଇ ଘଣ୍ଟାରେ ୭ଟି ସ୍ଲଟ ତିଆରି କରାଯାଇଥିଲା।

ଏହି ଦୁଇ ଘଣ୍ଟା ମଧ୍ୟରେ କେବଳ ୫୦୦ ଲୋକ ମନ୍ଦିର ଭିତରକୁ ଯାଇପାରିବେ। କିନ୍ତୁ ସୋମବାର ଦିନ ଯେତେବେଳେ ଉମା ଭାରତୀ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭଳି ଭିଆଇପି ନିଜ ପରିବାର ସଦସ୍ୟଙ୍କ ସହ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ ସେତେବେଳେ ସ୍ଥିତି ଅସମ୍ଭାଳ ହୋଇପଡିଥିଲା। ଶ୍ରଦ୍ଧାଳୁଙ୍କୁ ସମ୍ଭାଳି ପାରିନଥିଲା ପ୍ରଶାସନ। ଦଳଚକଟାରେ ଅନେକ ମହିଳା ଭକ୍ତ ଏବଂ ଶିଶୁ ତଳେ ପଡି ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post କରୋନା କଟକଣା ଫୁ’, ମହାକାଳ ମନ୍ଦିରରେ ଦଳାଚକଟା appeared first on Odisha Reporter.



from Odisha Reporter https://ift.tt/3iOVDX7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages