ବିଜୟ ମାଲ୍ୟାଙ୍କୁ ଝଟ୍‌କା, ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

ବିଜୟ ମାଲ୍ୟାଙ୍କୁ ଝଟ୍‌କା, ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ

ଲଣ୍ଡନ: ପଳାତାକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟ୍‌କା। ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ହାଇକୋର୍ଟ। ଏହି ନିଷ୍ପତ୍ତି ପରେ ବିଜୟ ମାଲ୍ୟାଙ୍କ ସମ୍ପତି ଜବତ କରିବା ରାସ୍ତା ସଫା ହୋଇଛି।

ସୂଚନା ଅନୁସାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମାଇକେଲ୍ ବ୍ରିଗ୍ସ ଭିଡିଓ କନଫରେନ୍ସଂ ମାଧ୍ୟମରେ ଶୁଣାଣି କରିଛନ୍ତି। ସେ କହିଛନ୍ତି, ‘ମୁଁ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରୁଛି।’ ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୋର୍ଟରେ ଲଢ଼ୁଥିବା ଓକିଲମାନେ ମାଲ୍ୟାକୁ ଦେବାଳିଆ ଘୋଷଣା ପାଇଁ ଦାବି କରିଥିଲେ। ସେପଟେ ମାଲ୍ୟାର ଓକିଲ ଫିଲିପ ମାର୍ଶଲ ଶୁଣାଣି ଏବଂ ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ କହିଥିଲେ। ଏହାକୁ ଖାରଜ କରିବା ସହ ଜଜ୍ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଖୁବଶୀଘ୍ର ଋଣ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାଲ୍ୟାକୁ ଦେବାଳିଆ ଘୋଷଣା କରାଯିବା ପରେ ଏବେ ତାଙ୍କ ପାଖରୁ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଋଣ ଟଙ୍କା ଆଦାୟ କରିବାକୁ ଅନୁମତି ମିଳିପାରିବ। ଆବେଦନକର୍ତ୍ତା ବ୍ୟାଙ୍କଗୁଡ଼ିକ ମଧ୍ୟରେ ୧୩ ଭାରତୀୟ ବ୍ୟାଙ୍କ ରହିଛି । ବ୍ୟାଙ୍କ ସହଜରେ ମାଲ୍ୟାଙ୍କ ବିଦେଶୀ ଆକାଉଣ୍ଟକୁ ଫ୍ରିଜ୍ କରିପାରିବ।

୬୫ ବର୍ଷୀୟ ବିଜୟ ମାଲ୍ୟ ବର୍ତ୍ତମାନ ବ୍ରିଟେନ୍‌ରେ ଜାମିନ୍‌ରେ ଅଛନ୍ତି। କୁହାଯାଉଛି ଯେ ଦେଶରେ ଆଶ୍ରୟ ପ୍ରସଙ୍ଗରେ ଥିବା ଗୋପନୀୟ ଆଇନଗତ ପ୍ରକ୍ରିୟାରେ ପ୍ରତ୍ୟର୍ପଣ ପ୍ରକ୍ରିୟା ସହ ଜଡିତ ପୃଥକ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସେ ଜାମିନରେ ରହିପାରନ୍ତି। ତାଙ୍କ ଓକିଲ ଫିଲିପ ମାର୍ଶଲ ଏହି ମାମଲାକୁ ସ୍ଥଗିତ ରଖିବା ସହ ନିର୍ଦ୍ଦେଶ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ତେବେ ଜଜ୍ ଏହି ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି।

The post ବିଜୟ ମାଲ୍ୟାଙ୍କୁ ଝଟ୍‌କା, ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ appeared first on Odisha Reporter.



from Odisha Reporter https://ift.tt/2UJS10F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages