ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଝିଅକୁ ହାଣି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରୁ।
ମୃତ ବ୍ୟକ୍ତିଙ୍କ ନାଁ ଲୋକନାଥ ପାଳ (୫୪)। ତାଙ୍କ ସ୍ତ୍ରୀଙ୍କ ନାଁ କଳ୍ପନା ପାଳ। ସେ ଗୁରୁତର ଅଛନ୍ତି। ତାଙ୍କ ଝିଅ ମଧୁସ୍ମିତା ପାଳ (୨୦)ଙ୍କର ମୃତ୍ୟୁ ଘଟିଛି।
ଲୋକନାଥଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀ କଳ୍ପନା ଓ ଝିଅ ମଧୁସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧୁସ୍ମିତାଙ୍କର ମୃତ୍ୟୁ ଘଟିଥିଲା। କଳ୍ପନାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ସଦର ଥାନା ପୁଲିସ୍ ଘଟଣାର ଛାନ୍ଭିନ୍ କରୁଥିବା ବେଳେ କୌଣସି ପାରିବାରିକ ଘଟଣାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ମୃତ ଲୋକନାଥଙ୍କର ଜଣେ ପୁଅ ବି ଅଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହିତ ଭୁବନେଶ୍ୱରରେ ରହନ୍ତି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ସ୍ତ୍ରୀ ଓ ଝିଅକୁ ହାଣି ଝୁଲିପଡ଼ିଲେ! appeared first on Odisha Reporter.
from Odisha Reporter https://ift.tt/3AqsCsA
No comments:
Post a Comment