ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲର ଚୂଡ଼ାନ୍ତ ଫଳାଫଳ ଶନିବାର ପ୍ରକାଶ ପାଇଛି। ଏହି ଟିକା କରୋନା ଭାଇରସ ବିରୋଧରେ ସମସ୍ତ ଦିଗକୁ ଦେଖିଲେ ୭୭.୮ ପ୍ରତିଶତ ସଫଳ ବୋଲି ରିପୋର୍ଟରେ କୁହାଯାଇଛି। ଏହି ଟିକା ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହୋଇଥିଲେ ଏହାର ସଫଳତା ହାର ୯୩.୪ ପ୍ରତିଶତ ରହିଛି। ତେବେ ଲକ୍ଷଣବିହୀନ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସଫଳତା ହାର ୬୩.୬ ପ୍ରତିଶତ ରହିଛି।
ତୃତୀୟ ପର୍ଯ୍ୟାୟ ପରୀକ୍ଷା ବେଳେ ନଭେମ୍ବର ୧୬,୨୦୨୦ରୁ ଜାନୁଆରୀ ୭, ୨୦୨୧ ମଧ୍ୟରେ ମୋଟ୍ ୨୪,୪୧୯ ଜଣ ସ୍ୱେଚ୍ଛାସେବୀଙ୍କୁ ଭାରତ ବାୟୋଟେକ ଟିକାକରଣରେ ସାମିଲ କରିଥିଲା। ସେଥିମଧ୍ୟରୁ ୧୨,୨୨୧ ଜଣଙ୍କୁ କୋଭିଡର ମୂଳ ଟିକା ଏବଂ ୧୨,୧୯୮ ଜଣଙ୍କୁ ପ୍ଲେସେବୋ ଦିଆଯାଇଥିଲା। ପ୍ଲେସେବୋ ହେଉଛି ଏପରି ଏକ ଚିକିତ୍ସା ପଦ୍ଧତି ଯାହା ବାସ୍ତବିକ ଦେଖାଯାଏ, କିନ୍ତୁ ଏହା ବାସ୍ତବିକ ନୁହିଁ। ଔଷଧ, ଟିକା କିମ୍ବା ଅନ୍ୟ କୌଣସି ପଦ୍ଧତି ଦ୍ୱାରା କରାଯାଇଥିବା ନକଲି ଚିକିତ୍ସାକୁ ପ୍ଲେସେବୋ କୁହାଯାଏ। ପ୍ଲେସବୋରେ କୌଣସି ସକ୍ରିୟ ପଦାର୍ଥ ନଥାଏ ଯାହା ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ।
ତେବେ ଏହି ପରୀକ୍ଷା ବେଳେ ଆନାଫାଇଲକ୍ସିସ୍ ବା ଟିକା ସମ୍ବନ୍ଧୀୟ ମୃତ୍ୟୁ ହେବାର କୌଣସି ରିପୋର୍ଟ ନାହିଁ। ଭାରତ ବାୟୋଟେକର ପରିଚାଳନା ନିର୍ଦ୍ଦେଶକ ଡକ୍ଟର କୃଷ୍ଣ ଏଲା କହିଛନ୍ତି ଯେ ଭାରତରେ ସର୍ବ ବୃହତ କୋଭିଡ ଟିକା ପରୀକ୍ଷା କରିବା ବେଳେ କୋଭାକ୍ସିନ ନିରାପଦ ସହିତ ଫଳପ୍ରଦ ଜଣାପଡ଼ିଛି। ଅଧ୍ୟୟନ ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ ଏମାନେ ଟିକା କିମ୍ବା ପ୍ଲେସେବୋ ସହିତ ଜଡିତ ନଥିଲେ।
କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହୋଇଥିଲେ ୯୩.୪% ପ୍ରଭାବୀ
କରୋନାରେ ସଂକ୍ରମିତ ହୋଇ ଗୁରୁତରଙ୍କ କ୍ଷେତ୍ରରେ କୋଭାକ୍ସିନର ସଫଳତା ହାର ୯୩.୪% ପ୍ରଭାବଶାଳୀ ରହିଛି। କ୍ଲିନିକାଲ ଟ୍ରାଏଲର ଫଳାଫଳ ପ୍ରକାଶ କରିବା ବେଳେ କମ୍ପାନୀ କହିଛି ଯେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ୧୬,୯୭୩ ଜଣଙ୍କୁ ଉଭୟ ଡୋଜ ଦେବା ପରେ ୨ ସପ୍ତାହ ପର୍ଯ୍ୟନ୍ତ ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଏହାପରେ ଜଣାପଡିଛି ଯେ ପରୀକ୍ଷଣରେ ସାମିଲ ହୋଇଥିବା ୧୩୦ ସ୍ଵେଚ୍ଛାସେବୀ କୋଭିଡରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୪ ଜଣ ବ୍ୟକ୍ତି କୋଭାକ୍ସିନର ଉଭୟ ଡୋଜ ନେଇଥିଲେ। ସେହିପରି ୧୨୪ ସ୍ଵେଚ୍ଛାସେବୀ ପ୍ଲେସେବୋ ନେବା ପରେ କୋଭିଡରେ ସଂକ୍ରମିତ ହୋଇଥିଲେ।
ସେହିଭଳି, ୧୬ ଜଣ ସ୍ଵେଚ୍ଛାସେବୀ ଟିକା ନେବା ପରେ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ କୋଭାକ୍ସିନର ଅସଲି ଟିକା ଦିଆଯାଇଥିଲା ଏବଂ ବାକି ୧୫ ଜଣଙ୍କୁ ପ୍ଲେସେବୋ ଦିଆଯାଇଥିଲା। ଏହି ପରୀକ୍ଷଣରୁ ଜଣାପଡିଛି ଯେ ୬୦ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ କୋଭାକ୍ସିନ୍ ୬୭.୮% ଏବଂ ୬୦ ବର୍ଷରୁ କମ୍ ଲୋକଙ୍କ କ୍ଷେତ୍ରରେ ୭୯.୪% ପ୍ରଭାବ ରହିଛି।
The post କୋଭାକ୍ସିନର ହାରାହାରି ସଫଳତା ୭୭.୮%, ଗୁରୁତରଙ୍କ କ୍ଷେତ୍ରରେ ୯୩.୪% appeared first on Odisha Reporter.
from Odisha Reporter https://ift.tt/2UeXzPX
No comments:
Post a Comment