ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ହଲିଉଡର ପ୍ରସିଦ୍ଧ ଗାୟିକା ଲେଡି ଗାଗା। ତାଏକୋଣ୍ଡୋ ମ୍ୟାଚ୍ର ସେ ପ୍ରତିଯୋଗୀ ସାଜିଛନ୍ତି। ତାଏକୋଣ୍ଡୋ ମଇଦାନରେ ସେ କରିଛନ୍ତି ଜୋରଦାର ଲଢ଼େଇ। ତେବେ ସେ ଅରିଜାନଲ ଲେଡି ଗାଗା ନୁହିଁନ୍ତି। ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ପ୍ରତିଯୋଗୀ।
ଜୁଲିଆନା ଅଲ୍ ସିଦିକି। ସେ ଜୋର୍ଡାନର ତାଏକୋଣ୍ଡୋ ପ୍ରତିଯୋଗୀ। ଚଳିତ ଟୋକିଓ ଅଲିମ୍ପିକ୍ସରେ ସେ ଭାଗ ନେଇଛନ୍ତି। ହେଲେ ଏହି ଜୁଲିଆନା ଦେଖିବାକୁ ପୁରାପୁରି ଲେଡି ଗାଗାଙ୍କ ଭଳି। ତାଙ୍କ ଭଳି ଚେହେରା ଆଉ ତାଙ୍କ ଭଳି ହିଁ ଠାଣି।
ଜିଲିଆନାଙ୍କୁ ଦେଖିବା ପରେ ଏବେ ସମସ୍ତେ ଚକିତ ହୋଇପଡିଛନ୍ତି। ତାଙ୍କୁ ଲେଡି ଗାଗାଙ୍କ ଡୁପ୍ଲିକେଟ୍ ବୋଲି କହୁଛନ୍ତି। ସୋଶାଲ ମିଡିଆରେ ଅନେକ ତାଙ୍କ ଫଟୋ ପୋଷ୍ଟ କରି ଅଲିମ୍ପିକ୍ସରେ ଲେଡି ଗାଗା କ’ଣ କରୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି। ସୋଶାଲ ମିଡିଆରେ ମଧ୍ୟ ଜୁଲିଆନାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।
ଜୋର୍ଡାନର ଜୁଲିଆନା ୨୬ ଜୁଲାଇରେ ତାଏକୋଣ୍ଡୋ ମହିଳା ପ୍ରତିଯୋଗିତାର ୫୭ରୁ ୬୭ କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କର ପ୍ରତିଯୋଗିତା ବ୍ରାଜିଲର ଆଥଲେଟ୍ ମିଲେନା ଟାଇଟୋନେଲିଙ୍କ ସହ ହୋଇଥିଲା। ଏହି ପ୍ରତିଯୋଗିତାରେ ଜୁଲିଆନା ପରଜାୟ ହୋଇଥିଲେ ଏବଂ ତାଙ୍କ ଅଲିମ୍ପିକ୍ ଯାତ୍ରା ଶେଷ ହୋଇଯାଇଥିଲା। ସେ ପରାଜୟ ହୋଇଥିଲେ ସତ କିନ୍ତୁ ତାଙ୍କ ଚେହେରା ତାଙ୍କୁ ରାତାରାତି ଲୋକପ୍ରିୟ କରାଇଥିଲା।
ସୂଚନା ମୁତାବକ, ଲେଡି ଗାଗା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ସେଲେବ୍ରିଟିଙ୍କ ମଧ୍ୟରୁ ଜଣେ। ସେ କୌଣସି ଅଲିମ୍ପିକ୍ସରେ ଭାଗ ନେଇ ନାହାନ୍ତି। କିନ୍ତୁ ଏକାଡେମୀ ଆୱାର୍ଡ, ଗ୍ରାମୀ, ବାଫ୍ଟା ଏବଂ ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ଜିତିଥିବା ସେ ପ୍ରଥମ ମହିଳା ଅଟନ୍ତି।
Why is Lady Gaga at the Olympics pic.twitter.com/DMvSOHCGyn
— Gaga Daily (@gagadaily) July 26, 2021
The post ଟୋକିଓ ଅଲିମ୍ପିକ୍ସରେ ଲେଡି ଗାଗା! appeared first on Odisha Reporter.
from Odisha Reporter https://ift.tt/3j6v2ot
No comments:
Post a Comment