କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜର କହିବା ଅଭ୍ୟାସ ଛାଡ଼ନ୍ତୁ ରାଜ୍ୟ ସରକାର: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜର କହିବା ଅଭ୍ୟାସ ଛାଡ଼ନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ଯୋଜନା କହି ପ୍ରଚାର କରିବା ଅଭ୍ୟାସକୁ ରାଜ୍ୟ ସରକାର ଛାଡ଼ନ୍ତୁ ଓ ରାଜ୍ୟବାସୀଙ୍କୁ ଆଉ ଭ୍ରମିତ ନକରନ୍ତୁ ବୋଲି ବିଜେପି କହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲ୍ଲାରେ ଆରମ୍ଭ କରିଥିବା ପାଇଲଟ୍ ପ୍ରକଳ୍ପ ‘ଭିଟାମିନଯୁକ୍ତ ଚାଉଳ’ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ନିଜସ୍ୱ ଯୋଜନା କହିବାପରେ ବିଜେପି ଏହାକୁ କଡ଼ା ଭାଷାରେ ଭର୍ତ୍ସନା କରିଛି।

ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଟାମିନଯୁକ୍ତ ଚାଉଳ ବଂଟନ କରି କେନ୍ଦ୍ରୀୟ ଅର୍ଥରେ ପୁଣିଥରେ ବାହାବା ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ସଂସଦରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ କହି ସାରିିଛନ୍ତି ଯେ, କେନ୍ଦ୍ର ସରକାର ପାଇଲଟ୍ ପ୍ରୋଜେକ୍ଟ ଜରିଆରେ ୧୫ଟି ରାଜ୍ୟରେ କୁପୋଷଣଜନିତ ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦେଉଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଯୋଜନା । ଗତକାଲି ଏହି ପାଇଲଟ୍ ପ୍ରୋଜେକ୍ଟକୁ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ଜିଲ୍ଲାକୁ କେନ୍ଦ୍ର ସରକାର ୧୭୪.୬୪କୋଟି ଟଙ୍କା ମଧ୍ୟ ଯୋଗାଇ ଦେଇଛନ୍ତି । କୁପୋଷଣ ଶିକାର ଥିବା ଓଡିଶାର କୋମଳମତି ଶିଶୁ ଓ ମାଆ ମାନଙ୍କ ପାଇଁ ଭିଟାମିନଯୁକ୍ତ ଚାଉଳ କେନ୍ଦ୍ର ସରକାର ଯୋଗାଇ ଦେଇଥିଲେ ମଧ୍ୟ ଓଡ଼ିଶା ସରକାର କିଭଳି ଏହାକୁ ନିଜସ୍ୱ ଯୋଜନା କହୁଛନ୍ତି । ଆଉ ଲୋକଙ୍କୁ ଭ୍ରମିତ କରୁଛନ୍ତି, ତାହା ଆଶ୍ଚର୍ଯ୍ୟର କଥା । କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ଯୋଜନା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅପଚେଷ୍ଟାରୁ ବିଜେଡି ସରକାର ବିରତ ହୁଅନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନଥିବାରୁ ବିଜେପି ପ୍ରଶ୍ନ ଉଠାଇଥିଲା । ଓଡିଶା ବାହାରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ଆଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜେପି ବାରମ୍ବାର ଏହାକୁ ଲାଗୁ କରିବା ପାଇଁ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ଗତ କାଲି ବାଧ୍ୟ ବାଧ୍ୟକତାରେ ଏହି କାର୍ଯ୍ୟକ୍ରମକୁ ଓଡ଼ିଶାରେ ଲାଗୁ କରିଛନ୍ତି । କିନ୍ତୁ ବିଜେପି ପକ୍ଷରୁ ଉଠାଯାଇଥିବା ଭୂତ ରାସନ କାର୍ଡ ସଂପର୍କରେ ରାଜ୍ୟ ସରକାର କୌଣସି ଉତ୍ତର ରଖିନାହାନ୍ତି ।

ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ରାସନକାର୍ଡଧାରୀ ଅଛନ୍ତି । ସେଥିମଧ୍ୟରୁ ପ୍ରାୟ ୫ଲକ୍ଷ ୪୩ହଜାର ୬୯୯ଜଣ କାର୍ଡଧାରୀ ଏପରି ଅଛନ୍ତି ଯେଉଁମାନଙ୍କୁ କି ରାଜ୍ୟସରକାର ରାସନ୍ ଆବଂଟନ କରିପାରୁନାହାନ୍ତି । ଯାହାକୁ ବିଜେପି ଗୁପ୍ତ ରାସନକାର୍ଡ ବୋଲି କହୁଛି ଓ ଏହି କାର୍ଡଧାରୀଙ୍କ ନାଁରେ ପ୍ରତିମାସରେ ୨୯ହଜାର ୪୯୭ଟନ୍ ଖାଦ୍ୟଶସ୍ୟ କିଏ ଖାଉଛି, ତା’ର ଉତ୍ତର ରାଜ୍ୟସରକାର ରଖନ୍ତୁ ବୋଲିି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।

The post କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜର କହିବା ଅଭ୍ୟାସ ଛାଡ଼ନ୍ତୁ ରାଜ୍ୟ ସରକାର: ବିଜେପି appeared first on Odisha Reporter.



from Odisha Reporter https://ift.tt/378r8Wr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages